ରେଂଗାଲି ଡ୍ୟାମରୁ ଛଡାଯିବ ପ୍ରଥମ ବନ୍ୟାଜଳ: ବ୍ରାହ୍ମଣୀ ଫୁଲିବା ଆଶଂକା
3/09/2018 at 3:21 PM

ଭୁବନେଶ୍ବର ୩|୯: ରେଙ୍ଗାଲି ଡ୍ୟାମରୁ ଆଜି ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ । ସନ୍ଧ୍ୟା ୬ଟାରେ ଖୋଲିବ ପ୍ରଥମ ଗେଟ୍ ।ଆସନ୍ତାକାଲି ୯ଟାରେ ଖୋଲାଯିବ ଦ୍ବିତୀୟ ଗେଟ୍ ।ପ୍ରଥମ ଗେଟ୍ ଦେଇ ୭୦୦ ଘନଫୁଟ ଜଳ ଓ ଦ୍ବିତୀୟ ଗେଟ୍ ଦେଇ ୧୪୦୦ ଘନଫୁଟ ଜଳ ନିଷ୍କାସିତ ହେବ ।ବ୍ରାହ୍ମଣୀ ନଦୀକୁ ଛଡାଯିବ ବନ୍ୟା ଜଳ ।ଏହା ଦ୍ବାରା ଅନୁଗୋଳ , ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା ଆଦି ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି।ରେଙ୍ଗାଲି ଡ୍ୟାମ୍ର ଜଳଧାରଣ କ୍ଷମତା ୧୨୩ ମିଟର ।ବର୍ତ୍ତମାନ ଜଣଭଣ୍ଡାରର ଜଳସ୍ତର ରହିଛି ୧୨୨.୩୬ ମିଟର ।ରେଙ୍ଗାଲି ନିର୍ବାହୀ ଯନ୍ତ୍ରୀ ଅଜିତ କୁମାର ଜେନାଙ୍କ ସୂଚନା ଦେଇଛନ୍ତି। ଫଳରେ ବ୍ରାହ୍ମଣୀ ଏବଂ ଶାଖା ନଦୀଗୁଡିକ ଫୁଲିବା ଆଶଂକା ରହିଛି।ବ୍ରାହ୍ଣଣୀ ଓ େହାର ଶାଖାନଦୀ ୍ବବାହିକାରେ ଥିବା ଲୋକଙ୍କୁ ଏଥିପାଇଁ ସତର୍କ କରିଦିଆଯାଇଛି।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021