Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଂଲଣ୍ଡକୁ ଏକ ଇନିଂସ୍‌ ଓ ୨୫ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ
  • ||
  • ଅହମଦାବାଦ ଟେଷ୍ଟ ଜିତିଲା ଭାରତ
  • ||
  • ଭାରତ ୩-୧ରେ ସିରିଜ୍‌ ବିଜୟୀ
  • ||
  • ଚାନ୍ଦବାଲି : ବିଜେଡିର ମିଶ୍ରଣ ପର୍ବ, ଦଳକୁ ପ୍ରତ୍ୟାବର୍ତ୍ତନ କଲେ ହେବିଓ୍ବେଟ୍ ନେତା ପ୍ରତାପ ଧଳ
  • ||
  • ମାଥିଲି : କୂଅରୁ ଉଦ୍ଧାର ହେଲା ମା’ ଓ ଶିଶୁ କନ୍ୟାର ମୃତଦେହ, ଶୁକ୍ରବାର ରାତିରୁ ଥିଲେ ନିଖୋଜ
  • ||
  • ଭୁବନେଶ୍ବର : ରାଜଧାନୀର ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଲେ, ଜଣେ ମୃତ, ୨ ଆକ୍ରମଣକାରୀଙ୍କୁ ଧରିଛି ପୋଲିସ
  • ||
  • ବଲାଙ୍ଗିର : ପିଟି ପିଟି ମାରିଦେଲେ, ପ୍ରମାଣ ନଷ୍ଟ ପାଇଁ ଫିଙ୍ଗିଦେଲେ ନାଳରେ, ୨୪ ଘଣ୍ଟାରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୋର : କେନାଲରେ ଗାଧୋଇବା ବେଳେ ଭାସିଗଲେ ଯୁବକ, ୩ଦିନ ପରେ ଗୁଜୁରାଟରୁ ଫେରିଲା ମୃତଦେହ
  • ||
  • ଆଠମଲ୍ଲିକ : ଅଜଣା ଗାଡି ଧକ୍କାରେ ଜଣେ ମୃତ, ଜଣେ ଆହତ
  • ||
  • ଭୁବନେଶ୍ବର : ପ୍ରଭୁ ଶ୍ରୀଲିଙ୍ଗରାଜ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ, ମନ୍ଦିର ପରିସରରେ ପାଳନ ହେବ କୋଭିଡ୍ କଟକଣା
  • ||

ସମବାୟ ସମିତିର ସଂପାଦକ, ସହ-ସଂପାଦକ ଓ ସଭାପତି ମିଳି ମିଶି ୩୦କୋଟିରୁ ଅଧିକ ଟଙ୍କା ଖାଇଗଲେ, ହେଉନି କାର୍ଯ୍ୟାନୁଷ୍ଠାନ : ଚାଷୀ ଉପରେ ଏବେ ପଡୁଛି ମାଡ

4/02/2019 at 7:32 PM

ସମ୍ବଲପୁର ୪|୧: ସମ୍ବଲପୁର ରେଙ୍ଗାଲି ସମବାୟ ସମିତିରେ, ଚାଷୀଙ୍କୁ ଋଣ ନଦେଇ ବଳପୂର୍ବକ ଋଣ ଆଦାୟ ଅଭିଯୋଗ । ଏପରିକି କେତେକ ଚାଷୀଙ୍କ ନାଁରେ ମିଥ୍ୟା ଋଣ କରି,ଜାଲ୍‌ ଦସ୍ତଖତ ମାଧ୍ୟମରେ ଋଣ ଟଙ୍କା ଉଠାଯାଇଛି। ଏବେ ଗରିବ ଚାଷୀ ନନେଇଥିବା ଋଣ କିପରି ପରିଶୋଧ କରିବେ ତାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି। ସେପଟେ ଅଡିଟ୍‌ ରିପୋର୍ଟରେ ପ୍ରାୟ ୩୦କୋଟିରୁ ଅଧିକ ଟଙ୍କା, ସମବାୟ ସମିତିର ସଂପାଦକ,ସହ-ସଂପାଦକ ଓ ସଭାପତି ମିଳିତ ଭାବରେ ହଡପ୍‌ କରିଥିବା ସ୍ପଷ୍ଟ ହୋଇଥିଲେ ବି ଜିଲ୍ଲାପାଳ ଦୋଷୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁହାନାନ୍ତି ।ଫଳରେ ଚାଷୀ ଏବେ ହତାଶ ।…

କେବେ ବନ୍ଧା ହେବେ ଚାଷୀଙ୍କ ୩୦ କୋଟି ଟଙ୍କାରୁ ଅଧିକ ହଡପ କରିଥିବା ବ୍ୟକ୍ତି ?  ସମ୍ବଲପୁର ରେଙ୍ଗାଲି ସମବାୟ ସମିତିର ସଂପାଦକ, ସହ ସଂପାଦକ ଓ ସଭାପତି ଟଙ୍କା ହଡପରେ ସଂପୃକ୍ତ ଥିବା ଅଡିଟ୍‌ ରିପୋର୍ଟରେ ଥିଲେ ବି କାହିଁକି ସେମାନଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି ଜିଲ୍ଲା ପ୍ରଶାସନ ? ତାକୁ ନେଇ ବଢିବାରେ ଲାଗିଛି ସଂଦେହ । ରେଙ୍ଗାଲୀ ସମବାୟ ସମିତିରେ ଚାଷୀ ଋଣ ନନେଇଥିଲେ ବି ବଳପୂର୍ବକ ଋଣ ଆଦାୟ କରାଯାଉଛି ।

ଚାଷୀଙ୍କ ନାଁରେ ମିଥ୍ୟା ଋଣକରି ଜାଲ ଦସ୍ତଖତ ମାଧ୍ୟମରେ ଋଣ ଟଙ୍କା ଉଠାଯାଇଛି ଅଡିଟ୍‌ ରିପୋର୍ଟରେ ସମବାୟ ସମିତିର ସଂପାଦକ, ସହ ସଂପାଦକ ଓ ସଭାପତି ମିଳିତ ଭାବେ ହଡପ କରିଥିବା ସ୍ପଷ୍ଟ ହୋଇଛି । ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚାଷୀ ଜିଲ୍ଲାପାଳଙ୍କ ଠାରୁ ସମବାୟ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ କରିସାରିଛନ୍ତି ହେଲେ ବି କାର୍ଯ୍ୟନୁଷ୍ଠାନ ହେଉନି । ଫଳରେ ଲୁଟ୍‌ ଓ ଜାଲିଆତିର ଶିକାର ଚାଷୀଙ୍କ ମଧ୍ୟରେ ସନ୍ଦେହ ଓ ଅସନ୍ତୋଷ ବଢିବାରେ ଲାଗିଛି ।

 ୨ହଜାରରୁ ଅଧିକ ଚାଷୀଙ୍କ ପାସ୍‌ବୁକ୍‌,ଚେକ୍‌ବୁକ୍‌ ନିଜ ପାଖରେ ରଖି, ନିଜ ଇଛାମୁତାବକ ଟଙ୍କା ଋଣ ଆକାରରେ ଉଠାଇ ଚାଲିଥିଲେ ଏହି କରିତ୍‌କର୍ମା ସହ-ସଂପାଦକ ଓ ସଂପାଦକ । ଏବେ ମାମଲା ପଦାକୁ ଆସିବା ପରେ, କ୍ଷତିଗ୍ରସ୍ତ ଚାଷୀଙ୍କ ଘରକୁ ଘର ଯାଇ, ଧମକଚମକ ଦେବା ସହ,ଜୀବନରେ ମାରିଦେବାକୁ ଧମକାଉଥିବା ଅଭିଯୋଗ ହୋଇଛି

ସହ-ସଂପାଦକ, ସମବାୟ ବ୍ୟାଙ୍କ ଓ ସମବାୟ ସହକାରୀ ରେଜିଷ୍ଟ୍ରାରଙ୍କ ମିଲିଭଗତରେଏହି ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ଜିଲ୍ଲାପାଳ କହିଛନ୍ତି ଯେ, ରେଙ୍ଗାଲି ସମବାୟ ସମିତିର ସ୍ପେଷାଲ୍‌ ଅଡିଟ୍‌ କରିବାକୁ ସମବାୟ ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଭିଜିଲାନ୍‌ସ ଏସ୍‌ପିଙ୍କୁ ମଧ୍ୟ ଏହି ମାମଲାର ତଦନ୍ତ କରି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରାଯାଇଛି ।

ରେଙ୍ଗାଲି ସମବାୟ ସମିତି ଅଧିନରେ, ୩ଟି ପଞ୍ଚାୟତର  ୮୦ରୁ ଅଧିକ ଗାଁ ରହିଛି। ୩ଟି ଗାଁର ୨୧୯ଜଣ ଚାଷୀଙ୍କ ନାମରେ ଜାଲ୍‌ ଦସ୍ତଖତ କରି, ଏକକୋଟି ୮୮ଲକ୍ଷ ଟଙ୍କା ହଡପ୍‌ କରାଯାଇଛି। ବଳକା ଗାଁର ଚାଷୀଙ୍କ ଋଣ ନେବା ଓ ପରିଶୋଧ ତାଲିକାକୁ ତଦନ୍ତ ପରିସର ଭୁକ୍ତ ହେଲେ ଏହି ଦୁର୍ନୀତି ୫୦କୋଟି ଟପିବା ଆଶଙ୍କା କରାଯାଉଛି।

   Related Posts