ଅକ୍ଷୟ ଶକ୍ତି ହିଁ ଭବିଷ୍ୟତ : ଦେଶର କ୍ରମବର୍ଦ୍ଧିଷ୍ଣୁ ଚାହିଦା ପୂରଣ ସହ ଅଙ୍ଗାରକ ନିର୍ଗମନର କରିବ ପ୍ରତିରୋଧ, ଆଗାମୀ ୫ ବର୍ଷରେ ପବନ ଓ ସୌର ଶକ୍ତିର ବଢିବ ପତିଆରା

Published By : Prameya-News7 Bureau | December 06, 2021 IST

ନୂଆଦିଲ୍ଲୀ,୦୬/୧୨:   ବିଶ୍ୱରେ ବଢୁଛି ଅକ୍ଷୟ ଶକ୍ତିର ଚାହିଦା । ବିଶ୍ୱ ତାପମାନ ବୃଦ୍ଧି ଓ ସବୁଜ ଗୃହର ପ୍ରଭାବକୁ ରୋକିବା ପାଇଁ ନବୀକରଣ ଯୋଗ୍ୟ ଶକ୍ତି ସମ୍ବଳ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।  

ଚଳିତବର୍ଷ ବିଶ୍ୱରେ ପ୍ରାୟ ୨୯୦ ଗିଗାଓ୍ୱାଟର ବିଦ୍ୟୁତ ଉତ୍ପାଦନ ହୋଇଛି । ଏନେଇ ଏକ ରିପୋର୍ଟରୁ ଜଣା ପଡିଛି । ଅନ୍ତର୍ଜାତୀୟ ଶକ୍ତି ସଂସ୍ଥାର ରିପୋର୍ଟ ଅନୁସାରେ, ଅକ୍ଷୟ  ଉତ୍ସରୁ ଯେତିକି ପରିମାଣର ବିଦ୍ୟୁତ ଶକ୍ତି ଉତ୍ପନ୍ନ ହେଇଛି ସେଥିରେ ୧୫୦ଟି ଡ୍ୟାମ୍ ଓ ୩୦୦ ଆଣବିକ ରିଆକ୍ଟର କାର୍ଯ୍ୟକ୍ଷମ ହୋଇପାରିବ ।

୨୦୨୬ ସୁଦ୍ଧା ଏହି କାର୍ବନ ଫ୍ରି ଶକ୍ତି ଉତ୍ସର ବ୍ୟବହାର ୬୦ ପ୍ରତିଶତ ବୃଦ୍ଧି ପାଇବ । ୪୮୦୦ ଗିଗା ଓ୍ୱାଟର ବିଦ୍ୟୁକ ଉତ୍ପାଦନ ହେବ । ଯାହା ବିଶ୍ୱର ଚାହିଦାକୁ ଅନେକ ମାତ୍ରାରେ ମେଣ୍ଟାଇ ପାରିବ । ପ୍ରଦୂଷଣ ମଧ୍ୟ ହ୍ରାସ ପାଇବ ।

ବିଗତ କିଛି ବର୍ଷ ହେଲା ପାରମ୍ପରିକ ଶକ୍ତିରୁ ବିଦ୍ୟୁତ ଉତ୍ପାଦନ ମହଙ୍ଗା ହୋଇ ପଡିଛି । ଏପରିକି ଅକ୍ଷୟ ଶକ୍ତି ବି ଅନେକ ସମୟରେ ଖରାପ ପାଗ ଓ ପ୍ରତିକୂଳ ପରିସ୍ଥିତି ପାଇଁ ଠିକ୍ ବାବେ କାର୍ଯ୍ୟକ୍ଷମ ହୋଇପାରୁନି । ଏବେ କିନ୍ତୁ ଏହି ସମସ୍ୟା ଦୂର ହେବ । ଏପରିକି କିଛି ବର୍ଷ ମଧ୍ୟରେ କୋଇଲାରୁ ବିଦ୍ୟୁତ ଉତ୍ପାଦନ ହ୍ରାସ ପାଇଛି । ସୌର, ପବନ ଓ ଜଳଶକ୍ତିର ବ୍ୟବହାର ବଢିଛି ।

ଚାଇନା ୨୦୧୬ ସୁଦ୍ଧା ଶୂନ୍ୟ କାର୍ବନ ନିର୍ଗମନ ଲକ୍ଷ୍ୟ ରଖିଛି । ଯାହାକୁ କେବଳ ଅକ୍ଷୟ କିମ୍ବା ଅଣପାରମ୍ପରିକ ଶକ୍ତି ଦ୍ୱାରା ହାସଲ କରିହେବ । ୟୁରୋପୀୟ ଦେଶ ମଧ୍ୟ ଅଙ୍ଗାରକ ନିର୍ଗମନ କମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, ଚାଇନା, ୟୁରୋପ, ଆମେରିକା ଓ  ଭାରତ ନିକଟରେ ନବୀକରଣ ଶକ୍ତି ବିକାଶ କରିବା ଦିଗରେ ୮୦ ପ୍ରତିଶତ କ୍ଷମତା ରଖନ୍ତି । କିନ୍ତୁ ସାରା ବିଶ୍ୱକୁ ଶୂନ୍ୟ ଅଙ୍ଗାରକ ନିର୍ଗମନ ଟାର୍ଗେଟ୍ ପୂରଣ ପାଇଁ ଅନେକ ବର୍ଷ ଲାଗିବ । ଲକ୍ଷ୍ୟକୁ ଶୀଘ୍ର ପୂରଣ କରିବାକୁ ହେଲେ ଅକ୍ଷୟ ଶକ୍ତିର ବ୍ୟବହାରକୁ ଦ୍ୱିଗୁଣିତ କରିବାକୁ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.