ପେଟ୍ରାଲ ପାଇଁ ଚିନ୍ତା ନାହିଁ , ଥରେ ଚାର୍ଜରେ ୨୭୧ କିଲୋମିଟର ଯାଉଥିବା ରିନଲ୍ଟ କ୍ୱିଡ କାର୍‌ର ବଜାର ପ୍ରବେଶ, ଜାଣନ୍ତୁ ଦର ଓ ଫିଚର

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ - ଏବେ ପେଟ୍ରାଲ କି ଡିଜେଲ୍‌ ଦର ବୃଦ୍ଧି ହେଲେ ଲୋକଙ୍କର ଚିନ୍ତା ନାହିଁ । ପ୍ରଦୂଷଣର ବି ଭୟ ରହିବ ନାହିଁ । ରିନଲ୍ଟ କ୍ୱିଡ କାର ନିଜର ଇଲେକ୍ଟ୍ରିକ ଭର୍ସନ ଲଞ୍ଚ କରିଛି । ଥରେ ଚାର୍ଜ କଲେ ଏହା ୨୭୧ କିଲୋମିଟର ଯାତ୍ରା କରିପାରିବ । ଫ୍ରାନସ୍‌ର ଲୋକପ୍ରିୟ କାର ନିର୍ମାତା ରିନଲ୍ଟ ନିଜର ଏଣ୍ଟ୍ରୀ ସ୍ତରୀୟ କାର ପାଇଁ ସର୍ବାଦା ଚର୍ଚ୍ଚାରେ ରହିଥାଏ । କ୍ୱିଡର ଇଲେକ୍ଟ୍ରିକ ଭର୍ସନକୁ ଚୀନ୍‌ରେ ଲଞ୍ଚ କରାଯାଇଛି। ଖୁବ ଶୀଘ୍ର ଭାରତରେ ବି ଏହି କାର୍‌ ଲଞ୍ଚ କରାଯିବ ବୋଲି ଆଶାକରାଯାଉଛି ।ରିନଲ୍ଟ କ୍ୱିଡର ଏହି କାର୍‌କୁ ସିଟି କେ-ଜେଡ୍‌ଇ ନାମ ଦିଆଯାଇଛି । ଏହାର ମୂଲ୍ୟ୬୧,୧୦୦ ୟୁଆନ୍‌ ବା ଭାରତୀୟ ମୁଦ୍ରାରେ ୬ଲକ୍ଷ ୨୨ ହଜାର ଟଙ୍କା ।

{"id":157560}
wp:paragraph {"align":"left"}

ଖୁବ୍‌ ଶୀଘ୍ର ଏହା ଭାରତୀୟ ବଜାରରେ ଉପଲବ୍ଧ ହେବ । ୨୦୧୮ ମସିହାରୁ ଏହି କାର୍‌ର ମଡେଲ୍‌କୁ କମ୍ପାନୀ ପ୍ରଦର୍ଶୀତ କରିଆସୁଛି । ଏହାର ଲୁକ୍‌ ବେଶ୍‌ ଭଲ ।
ଏଥିରେ ୨୬.୮କେଡବ୍ଲୁଏଚ୍‌ କ୍ଷମତା ବିଶିଷ୍ଟ ଲିଥିଅମ୍‌-ଆୟନ ବ୍ୟାଟିରୀ ରହିଛି ।
ଏଥିରେ ଲାଗଥିବା ଇଲେକ୍ଟ୍ରିକ ମୋଟର ୪୩.୩ ବିଏଚ୍‌ପିର ।

{"id":157561}


ମୋଟର ୧୨୫ ଏନ୍‌ଏମ୍ ଟାର୍କ ଉତ୍ପାଦନ କରି ପାରିବେ ।
ଗୋଟିଏ ଥର ଚାର୍ଜ କଲେ ଏଙା ୨୭୧ କିଲୋମିଟର ଯିବ ବୋଲି ରିନଲ୍ଟ ପକ୍ଷରୁ କୁହାଯାଇଛି । ଭାରତୀୟ ବଜାରର ଉପଲବ୍ଧ ହେଉଥିବା କ୍ୱିଡ୍‌ ପରି ଏହା ସିଏମ୍‌ଏଫ୍‌-ଏ ପ୍ଲାଟଫର୍ମରେ ତିଆରି କରାଯାଇଛି ।
ଏଥିରେ ୬.୬ କେଡବ୍ଲୁଏଚ୍‌ର ର ଏସି ଚାର୍ଜିଂ ସିଷ୍ଟମ ଦିଆଯାଇଛି ।
୪ ଘଣ୍ଟାରେ ଏହା ଫୁଲ୍‌ ଚାର୍ଜ ହୋଇଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.