ନିଜ ତ୍ବଚାରୁ ଡାର୍କ ସର୍କଲ ହଟାଇବାକୁ ଚାହୁଁଛନ୍ତି କି ? ତେବେ ଅବଲମ୍ବନ କରନ୍ତୁ ଏହି ଉପାୟ

Published By : Prameya-News7 Bureau | November 28, 2019 IST

ଯଦି ଆଖି ତଳେ ଡାର୍କ ସର୍କଲ୍ ପଡ଼ୁଛି ତେବେ ସୁନ୍ଦର ମୁହଁ ମଧ୍ୟ ଅସୁନ୍ଦର ଲାଗିଥାଏ। ଅନେକ ଥର ଦେଖାଯାଇଛି ଯେ ଡାର୍କ ସର୍କଲ ଯୋଗୁଁ ତ୍ବଚାର ସୌନ୍ଦର୍ଯ୍ୟ ଫିକା ପଡ଼ିଯାଇଥାଏ। ଆମେ ଅଧିକାଂଶ ସମୟରେ ଦେଖିଥାଉ ଯେ କେତେକ ଯୁବତୀଙ୍କ ଆଖି ତଳେ ଡାର୍କ ସର୍କଲ ନଜର ଆସିଥାଏ। ଫଳରେ ସେମାନଙ୍କ ସୌନ୍ଦର୍ଯ୍ୟ ଫିକା ପଡ଼ିଯାଇଥାଏ। ଏହାର ବହୁତ କାରଣ ହୋଇ ଥାଇପାରେ ଯେପରିକି ଖାଦ୍ୟରେ ଆଇରନର ଅଭାବ ରହିବା,ରାଗିବା। କେତେକ ଘରୋଇ ଉପାୟ ଦ୍ବାରା ଆମେ ଏଥିରୁ ମୁକ୍ତି ପାଇ ପାରିବା।

{"id":190966,"sizeSlug":"large"}

୧. ଟମାଟୋରେ ଦୂର ହେବ ଡାର୍କ ସର୍କଲ : ଟମାଟୋ ଖାଇବା ଆମ ସ୍ବାସ୍ଥ୍ୟ ପାଇଁ ହିତକର। ଟମାଟୋ ଖାଇବା ଦ୍ବାରା ଆମେ ସୁସ୍ଥ ରହିଥାଉ। ଟମାଟୋ ଖାଇବା ଦ୍ବାରା ଡାର୍କ ସର୍କଲ ଦୂର ହୋଇ ଯାଇଥାଏ। ଏକ ଚାମଚ ଟମାଟୋ ରସ,ଅଧା ଚାମଚ ଲେମ୍ବୁ ରସ,ଏକ ଚିମୁଟା ହଳଦୀ,ବେସନକୁ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ। ଏହାକୁ ଆଖି ତଳେ ୧୦ମିନିଟ୍ ଲଗାନ୍ତୁ ଏବଂ ଏହାକୁ ହାଲୁକା କରି ମସାଜ କରି ପାଣିରେ ଧୋଇ ଦିଅନ୍ତୁ। ନିୟମିତ ଏପରି କରିବା ଦ୍ବାରା ଡାର୍କ ସର୍କଲ ଦୂର ହେବ।

{"id":190967,"sizeSlug":"large"}

୨. କାକୁଡ଼ି ଆଖି ପାଇଁ ଲାଭଦାୟକ : ପ୍ରତିଦିନ କାକୁଡ଼ି ସେବନ କରିବା ଆମ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାକୁଡ଼ି ଆଖି ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଏହା ଦ୍ବାରା ଆଖିକୁ ଶୀତଳତା ମିଳିଥାଏ। କାକୁଡ଼ି ରସକୁ ତୁଳାରେ ଭିଜାଇ ଆଖି ଚାରି ପାଖରେ ଲଗାନ୍ତୁ। ଏହା ଦ୍ବାରା ଡାର୍କ ସର୍କଲ ଧୀରେ ଧୀରେ କମିଯିବ।

{"id":190969,"sizeSlug":"large"}

୩. ବାଦାମ ତେଲ ଉପଯୋଗୀ : ଡାର୍କ ସର୍କଲ ଦୂର କରିବା ପାଇଁ ଆ​‌ମେ ଅନେକ ପ୍ରକାରର ଉପାୟ ଅବଲମ୍ବନ କରିଥାଉ। କିନ୍ତୁ ଯେଉଁ କେତେକ ଘରୋଉ ଉପାୟ ରହିଛି ତାହା ଅବଲମ୍ବନ କରିବା ଦ୍ବାରା ଡାର୍କ ସର୍କଲ ଦୂର ହୋଇ ଯାଇଥାଏ। ବାଦାମ ତେଲ ଏବଂ ମହୁକୁ ମିଶାଇ ରାତିରେ ହାଲୁକାଭାବେ ମସାଜ କରନ୍ତୁ  ଏବଂ ସକାଳେ ପାଣିରେ ଧୋଇ ଦିଅନ୍ତୁ।

{"id":190970,"sizeSlug":"large"}

୪. ବାଦାମ ଖାଆନ୍ତୁ : ପ୍ରତିଦିନ ବାଦାମ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଲାଭଦାୟକ। କାରଣ ବାଦାମ ଖାଇଲେ ଅନେକ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ। ୫ଟି ବାଦାମ ମଞ୍ଜି ରାତିରେ ବତୁରାଇ ଚୋବାଇ ଚୋବାଇ କ୍ଷୀର ସହ ୨୧ଦିନ ଖାଇବା ଦ୍ବାରା ବହୁତ ଲାଭ ମିଳିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.