ମାଞ୍ଜରେକରଙ୍କୁ ହଟାଅ : ଋଷଭ ପନ୍ତ ଆଉଟ ହେଲା ପରେ ପ୍ରଶଂସକ କାହିଁକି କହିଲେ ଏମିତି ?

Published By : Prameya-News7 Bureau | September 06, 2021 IST

ନୂଆଦିଲ୍ଲୀ,୦୬/୦୯:   ଭାରତର ପୂର୍ବତନ କ୍ରିକେଟର ଓ  କମେଣ୍ଟେଟର ସଞ୍ଜୟ ମାଞ୍ଜରେକର ଓଭାଲରେ ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ନେଟିଜେନ୍ସ ମାଞ୍ଜରେକରଙ୍କୁ କମେଣ୍ଟ୍ରି ବକ୍ସରୁ ବାହାର କରିବାକୁ ମଧ୍ୟ ଦାବି କରିଛନ୍ତି ।

ଟିମ୍ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ଜବରଦସ୍ତ ବ୍ୟାଟିଂ କରିଛି । ତେବେ କ୍ରିଜରେ ଋଷଭ ପନ୍ତ ଓ ଶାର୍ଦ୍ଦୁଳ ଠାକୁର ସପ୍ତମ ଓ୍ୱିକେଟରେ ଶତକୀୟ ଭାଗଦାରୀ କରିଥିଲେ । ଏହି ସମତରେ କମେଣ୍ଟ୍ରି ବକ୍ସରେ ଥିବା ସଞ୍ଜୟ ଉଭୟ ଖେଳାଳିଙ୍କୁ ପ୍ରଶଂସା କରୁଥିଲେ । କିନ୍ତୁ ଶାର୍ଦ୍ଦୁଳ ହଠାତ ଆଉଟ ହୋଇଯାଇଥିଲେ ।  ଏହାର କିଛି ସମୟ ପରେ ପନ୍ତ ୫୦ ରନ ପୂରଣ କରିଥିଲେ, ଯାହାକୁ ପ୍ରଶଂସା କରିଥିଲେ ସ଼ଞ୍ଜୟ । ସେ ପ୍ରଶଂସା କରିବାର ପରବର୍ତ୍ତୀ ବଲରେ ପନ୍ତ ଓ୍ୱିକେଟ ହରାଇଥିଲେ ।

ଏହାପରେ ପ୍ରଶଂସକ ସଞ୍ଜୟଙ୍କୁ ଚାର୍ଗେଟ୍ କରିବା ଆରମ୍ଭ କରିଦେଇଥିଲେ । ସେମାନେ ସଞ୍ଜୟଙ୍କୁ କମେଣ୍ଟ୍ରି ବକ୍ସରୁ ବ୍ୟାନ୍ କରିବାକୁ କହିଥିଲେ । ସେ ଭାର ପାଇଁ ଅଶୁଭ ବୋଲି ନେଚିଜେନ୍ସ ସୋସିଆଲ ମିଡିଆରେ ମତ ଦେଇଛନ୍ତି । ନେଟିଜେନ୍ସଙ୍କ କହିବାନୁସାରେ, ଖେଳର ତୃତୀୟ ଦିନରେ ମାଞ୍ଜରେକର କମେଣ୍ଟ୍ରି କରୁଥିବା ବେଳେ ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ପ୍ୟାଭିଲିୟନ ଫେରିଥିଲେ । ଯାହାକୁ ନେଇ ଭାରତୀୟ ପ୍ରଶଂସକ ମାଞ୍ଜରେକରଙ୍କୁ ଦାୟୀ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.