Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଚୀନ ଉପରେ ଭାରତୀୟ କ୍ଷୁବ୍ଧ, ବଢୁଛି ଅସନ୍ତୋଷ: ରିମୁଭ୍ ଚାଇନା ଆପ୍ସ୍ ଡାଉନଲୋଡ୍ କଲେଣି ୧୦ ଲକ୍ଷରୁ ଅଧିକ ଲୋକ

1/06/2020 at 7:08 PM

ନୂଆଦିଲ୍ଲୀ, ୦୧|୦୬:   କରୋନା ଆତଙ୍କ ମଧ୍ୟରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଛି ଉତ୍ତେଜନା ।ସୀମାରେ ମୁହାଁମୁହିଁ ହେଉଛନ୍ତି ଉଭୟ ଦେଶର ଯବାନ । ଏହି ସମୟରେ ଭାରତରେ ଚୀନ ସାମଗ୍ରୀକୁ ବୟକଟ୍ କରିବା ପାଇଁ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଏପରିକି ଏକ ନୂଆ ଆପ୍ ପ୍ରସ୍ତୁତ ହୋଇଛି ଯାହା ଫୋନରେ ଥିବା ଚାଇନିଜ୍ ଆପ୍‌କୁ ଡିଲିଟ୍ କରିଦେବ ବୋଲି କୁହାଯାଉଛି ।

ଏହି ଆପ୍ ହେଉଛି ରିମୁଭ୍ ଚାଇନା ଆପ୍ । ଏହା ପ୍ଲେଷ୍ଟୋରରେ ଉପଲବ୍ଧ । ଏହା ଟ୍ରେଣ୍ଡ୍‌ରେ ଥିବା ଟପ୍ ଫ୍ରି ଆପ୍ଲିକେସନ । ଏହା ମେ ୧୭ରେ ଲଞ୍ଚ୍ ହୋଇଥିଲା । ଏବେସୁଦ୍ଧା ପ୍ରାୟ ୧୦ ଲକ୍ଷରୁ ଅଧିକ ଲୋକ ଏହାକୁ ଡାଉନଲୋଡ୍ କରିସାରିଛନ୍ତି ।

ଏହି ଆପ୍ ଫୋନକୁ ସ୍କାନ୍ କରି ସମସ୍ତ ଚାଇନା ଆପ୍‌କୁ ଡିଲିଟ୍ କରିଦିଏ । ସ୍ୱଦେଶୀ ଆପ୍ଲିକେସନକୁ ଗୁରୁତ୍ୱ ଦେବା ଏହାର ଲକ୍ଷ୍ୟ ବୋଲି ଡେସକ୍ରିପସନରେ ଲେଖାଯାଇଛି ।

ଏହି ଆପ୍ଲିକେସନ ଫୋନରେ ଥରେ ଇନଷ୍ଟଲ୍ ହେବା ପରେ ଆପଣଙ୍କୁ ସ୍କାନ୍ ନାଓ ବଟନ୍ ପ୍ରେସ୍ କରିବାକୁ ହେବ । ଏହାପରେ ଫୋନ୍‌ରେ ପୂର୍ବରୁ ଥିବା ଚାଇନିଜ୍ ଆପ୍‌ର ତାଲିକା ଦେଖିବାକୁ ମିଳିବ । ଏହି ସମୟରେ ୟୁଜର ଆଇକନକୁ କ୍ଲିକ୍ କରି ଡିଲିଟ୍ କରିପାରିବେ । ଏହା ୟୁଜରଙ୍କ ଅନୁମତି ଆଧାରରେ ହିଁ ଫୋନରୁ ଆପ୍ଲିକେସନ ଡିଲିଟ୍ କରିଥାଏ ।

   Related Posts