ନାକରୁ ବାଳ ଛିଡ଼ାଉଛନ୍ତି କି : ହୋଇଯାଆନ୍ତୁ ସାବଧାନ , ମୃତ୍ୟୁମୁଖରେ ପଡ଼ିପାରନ୍ତି

Published By : Prameya-News7 Bureau | April 25, 2019 IST

ଆମ ଶରୀରରେ କେତେକ ସ୍ଥାନରେ ଅବାଞ୍ଛିତ କେଶ ଉଠିଥାଏ। ଯାହା ଆମ ସୈାନ୍ଦର୍ଯ୍ୟକୁ କମ୍ କରି ଦେଇଥାଏ। ଶରୀରରେ ଅବାଞ୍ଛିତ କେଶ ସମସ୍ତଙ୍କୁ ଖରାପ ଲାଗିଥାଏ। କିନ୍ତୁ କେତେକ ଅଙ୍ଗରେ କେଶ ବାହାରର ଜୀବାଣୁଠାରୁ ଆମକୁ ସୁରକ୍ଷା ପ୍ରଦାନ କରିଥାଏ। କେତେକ ବ୍ୟକ୍ତି ଏହି ଅବାଞ୍ଛିତ କେଶକୁ ହଟାଇବାକୁ ଉଦ୍ୟମ କରିଥାଆନ୍ତି। କେତେକ ଲୋକଙ୍କୁ ନାକପୁଡା ଭିତରେରେ ଉଠିଥିବା କେଶ ଖରାପ ଲାଗିଥାଏ। ସେଥିପାଇଁ ଅଧିକାଂଶ ଲୋକ କଇଁଚିରେ ଏହି କେଶଗୁଡ଼ିକୁ କାଟିଥାଆନ୍ତି। କିନ୍ତୁ ଏପରି କରିବା ଅନୁଚିତ୍। ଏହାର କାରଣ ବିଷୟରେ ଆସନ୍ତୁ ଜାଣିବା

{"id":107234,"width":618,"height":618}

ନାକ ପୁଡା ଭିତରେ କେଶ ହେବା ଆମ ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କାରଣ ଏହା ଆମ ଶରୀରକୁ ଯାଉଥିବା ପ୍ରଦୂଷଣକୁ ରୋକିଥାଏ। ଶ୍ବାସପ୍ରଶ୍ବାସ ସହ ଧୂଳି,ମାଟି ମଧ୍ୟ ଆସିଥାଏ । ଯଦି ଆମ ନାକରେ କେଶ ନଥାଏ ତେବେ ଏଗୁଡ଼ିକ ଆମ ଶରୀରକୁ ପ୍ରବେଶ କରିଥାଆନ୍ତି। ଯାହା ଦ୍ବାରା ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଏହି ଦୂଷିତ ଜିନିଷଗୁଡ଼ିକ ଆପଣଙ୍କ ଶରୀର ଭିତରକୁ ନଯାଇପାରି ନାକର କେଶରେ ଜମି ରହିଯାଇଥାଏ। ଏଥିପାଇଁ ଏହାକୁ କାଟିବା ଅନୁଚିତ୍।

{"id":107235,"width":595,"height":446}

ଆମ ନାକରେ ବାଳ ନଥିଲେ ପ୍ରଦୂଷିତ ବ୍ୟାକ୍ଟେରିଆ କାରଣରୁ ଆମେ ସଂକ୍ରମଣର ଶିକାର ହୋଇଥାଉ ଏବଂ ରୋଗରେ ପଡ଼ିଥାଉ। ଏହି ବ୍ୟାକ୍ଟେରିଆ ନାକ ରାସ୍ତାରେ ପ୍ରବେଶ କରି ଆମ ଶରୀରକୁ ଯାଇ ଆମକୁ ରୋଗଗ୍ରସ୍ତ କରାଇଥାଏ।

{"id":107236,"width":595,"height":305}

ଆଖି,ନାକ ଏବଂ ମୁହଁର ଆଖପାଖ ଭାଗ ଶରୀରର ଖାସ୍ ସ୍ଥାନ ହୋଇଥାଏ। ତେଣୁ ଏହାକୁ ଡେଞ୍ଜର ଟ୍ରାଏଙ୍ଗଲ୍ କୁହାଯାଇଥାଏ। ଏହି ଡେଞ୍ଜର ଟ୍ରାଏଙ୍ଗଲ୍ ପାଖରେ ଶରୀରର କେତେକ ଗୁରୁତ୍ବପୂର୍ଣ୍ଣ ଶିରା ପ୍ରଶିରା ଅତିକ୍ରମ କରିଥାଏ। ଏହି ଡେଞ୍ଜର ଟ୍ରାଏଙ୍ଗଲ୍ ଥିବା ଭାଗରେ ଯେଉଁ ରକ୍ତବାହିନୀ ଥାଏ ଏହାର ସିଧାସଳଖ ସମ୍ପର୍କ ମସ୍ତିଷ୍କ ପାଖରେ ଥିବା ରକ୍ତବାହିନୀ ସହ ଥାଏ। ଆଖି,ନାକ ଏବଂ ମୁହଁ ଆଖପାଖର ତ୍ବଚା ,ତ୍ବଚା ସଂକ୍ରମଣରେ ଶୀଘ୍ର ପ୍ରଭାବିତ ହୋଇଥାଏ। ଏବଂ ଅନେକ ଥର ଏହା ବିପଦଜନକ ହୋଇଥାଏ। ଏଥିପାଇଁ ଅନେକ ସମୟରେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ିଥାଆନ୍ତି କିମ୍ବା ପାଗଳ ହୋଇଯାଆନ୍ତି। ଏଥିପାଇଁ ନାକରୁ କେଶ ଛିଡ଼ାଇବା ଅନୁଚିତ୍।

{"id":107237,"width":595,"height":334}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.