ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟିବା ପରେ ସାମ୍ନାକୁ ଆସିଲା ଚୀନର ପ୍ରଥମ ପ୍ରତିକ୍ରିୟା...

Published By : Prameya-News7 Bureau | August 09, 2019 IST

ଜମ୍ମୁ-କାଶ୍ମୀର୯|୮: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ହଟିବା ପରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଛି।ଏହି କଥା ସାରା ବିଶ୍ବରେ ଚର୍ଚ୍ଚା ଚାଲିଛି।କେନ୍ଦ୍ର ସରକାରଙ୍କ ଏହିଭଳି ଐତିହାସିକ ଫୈସଲାକୁ ଦେଶବାସୀ ବିପୁଳ ମାତ୍ରାରେ ସମର୍ଥନ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ପାକିସ୍ତାନର ଅର୍ଥନୈତିକ ବ୍ୟବସ୍ଥା ଭୂଶୁଡ଼ିବାକୁ ଲାଗିଲାଣି। ଏଥିପାଇଁ ତୁର୍କୀ ସହ ପାକିସ୍ତାନ ହାତ ମିଳାଇ ସାରିଛି।ସୂଚନାନୁସାରେ ପଡ଼ୋଶୀ ଦେଶ ଚୀନ୍  ଏହି  ପ୍ରସଙ୍ଗରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛି।ପଡ଼ୋଶୀ ଦେଶ ଚୀନ ଏହି ପ୍ରସଙ୍ଗ ଉପରେ ନିଜର ପ୍ରତିକ୍ରିୟା ବୈଦେଶିକ ମନ୍ତ୍ରାଳୟ ଓ୍ବେବସାଇଟ୍ ମାଧ୍ୟମରେ ଦେଇଛି, ଜମ୍ମୁ-କାଶ୍ମୀର ପ୍ରତି ଭାରତ  ଏକତରଫା ନିଷ୍ପତ୍ତି ନେବା ଉଚିତ୍ ନୁହେଁ  ,ଏହା ଆଗକୁ ଉତ୍ତେଜନା ସୃଷ୍ଟି କରିପାରେ ବୋଲି ଚୀନ ଆଶଙ୍କା ପ୍ରକାଶ କରିଛି।

ସୂଚନାଯୋଗ୍ୟ ଯେ, ଚୀନ ଓ ପାକିସ୍ତାନ ମଧ୍ୟରେ ଦୀର୍ଘବର୍ଷ ହେଲା ମଧୁଚନ୍ଦ୍ରିକା ରହିଛି। ପାକିସ୍ତାନର ସମସ୍ତ ଘଟଣାକୁ ଚୀନ ସମର୍ଥନ ଜଣାଇବା ସହ ସହଯୋଗ କରିଆସୁଛି। ଏପରିକି ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର କାର୍ଯ୍ୟକଳାପକୁ ଚୀନ ଜାତୀସଂଘରେ ମଧ୍ୟ ସୁରକ୍ଷା ଦେଇଆସିଛି। ପାକିସ୍ତାନରେ ନିଜ ବ୍ୟବସାୟର ପ୍ରସାର ପାଇଁ ଚୀନ ପାକିସ୍ତାନ ସହ ରହିଥିବା ଆଲୋଚନା ହେଉଛି। ଅପରପକ୍ଷରେ ଭାରତ ଓ ଚୀନ ସୀମା ବିବାଦ କ୍ଷେତ୍ରରେ ମଧ୍ୟ ଭାରତ ଉପରେ ଚାପ ସୃଷ୍ଟିକରିବା ଲାଗି ଚୀନ ପାକିସ୍ତାନକୁ ହାତରେ ରଖିଛି।ନିକଟରେ ଡୋକ୍ଲାମଠାରେ ରାସ୍ତା ନିର୍ମାଣ ପାଇଁ ଚୀନ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିଲା।

ଜମ୍ମ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇଉଠିଛି। ପାକିସ୍ତାନର ପ୍ରତିକ୍ରିୟା ସହ ତାଳଦେଇ ଚୀନ ମଧ୍ୟ ଅନୁରୂପ ଆଭିମୁଖ୍ୟ ପୋଷଣ କରିଛି।ଆତଙ୍କବାଦ ପାଇଁ ସମଗ୍ର ବିଶ୍ବରେ ବଦନାମ ହୋଇସାରିଥିବା ପାକିସ୍ତାନ ଏହି ପ୍ରସଙ୍ଗକୁ ମୌକା ବୋଲି ମଧ୍ୟ ଧରିନେଇ ବିଶ୍ବସମୁଦାୟର ସମବେଦନା ସାଉଁଟିବାକୁ ଉଦ୍ୟମ ଜାରି ରଖିଛି।ଏହି ଘଟଣା ପରେ ଭାରତ ସହିତ ପାକିସ୍ତାନ ସମସ୍ତ ଦ୍ବିପାକ୍ଷିକ ସଂପର୍କ ସମାପ୍ତ କରିବା ଲାଗି ପଦକ୍ଷେପ ନେଉଛି।ପ୍ରଥମେ ବାଣିଜ୍ୟ ଓ କୁଟନୈତିକ ସଂପର୍କ ଛିନ୍ନ କରିଥିଲା ପାକିସ୍ତାନ।ଏଥିସହ ଆକାଶ ମାର୍ଗରେ ମଧ୍ୟ ଭାରତୀୟ ବିମାନ ଉପରେ କଟକଣା ଜାରି କରିଥିବା ପାକିସ୍ତାନ ଗତକାଲି ସମଝୌତା ଏକ୍ସପ୍ରେସ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.