କଟକ ୨୮।୮ - କଟକ ମାଲଗୋଦାମର ନବକଳେବର ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତାବ ରଖିଛି । କିନ୍ତୁ ରେଳ ବିଭାଗ ପାଖରେ ସମସ୍ୟା ରହିଛି । କାରଣ ମାଲଗୋଦାମ ରହିଥିବା ସ୍ଥାନର ପ୍ରାୟ ୮୦ ପ୍ରତିଶତ ରେଳ ବିଭାଗର ଅଛି । ଲିଜ ମିଆଦ ବୃଦ୍ଧି କରିବା ପରିବର୍ତ୍ତେ ଉକ୍ତ ସ୍ଥାନକୁ ନିଜ ଦଖଲରେ ନେବାଲାଗି ରେଳ ବିଭାଗ ତତ୍ପରତା ଦେଖାଇଛି । ଯାହାକୁ ନେଇ ମାମଲା କୋର୍ଟ ପର୍ଯ୍ୟନ୍ତ ମଧ୍ୟ ଯାଇଛି । ଏଭଳି ପରିସ୍ଥିତିରେ ଆପୋଷ ବୁଝାମଣା ଭିତରେ କିପରି ବିବାଦର ସମାଧାନ କରାଯାଇ ପାରିବ ସେଥିଲାଗି ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
{"id":150240}ପ୍ରାୟ ୭୦ ଏକର ପରିମିତ ସ୍ଥାନରେ ରହିଥିବା କଟକ ମାଲଗୋଦାମର ୮୦ ପ୍ରତିଶତ ଜାଗା ହେଉଛି ରେଳ ବିଭାଗର । ରେଳ ବିଭାଗ ଜାଗା ଖାଲି କରିବାକୁ ବ୍ୟବସାୟୀ ସଂଘକୁ ଏକାଧିକାର ନୋଟିସ କରିସାରିଛି । ମାମଲା କୋର୍ଟକୁ ଯାଇଛି । ଏଭଳି ପରିସ୍ଥିତିରେ ମାଲଗୋଦାମର ନବକଳେବର ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତାବ ଉପରେ ପ୍ରଶ୍ନ ଉଠିବା ସ୍ବାଭାବିକ । ତଥାପି ରେଳବିଭାଗ ସହ ଆଲୋଚନା କରି ଆପୋଷ ବୁଝାମଣା ଦ୍ବାରା ସମାଧାନର ସୂତ୍ର ବାହାର କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
{"id":150241}କଟକ ମାଲଗୋଦାମ କେବଳ ଯେ ଏକ ବ୍ୟବସାୟ କେନ୍ଦ୍ର ତାହା ନୁହେଁ, ଏହା ଶତାଧିକ ଲୋକଙ୍କ ଗୁଜୁରାଣ ମେଣ୍ଟାଇବାର ମାଧ୍ୟମ । ମାଲଗୋଦାମକୁ ନେଇ କୌଣସି ପ୍ରକାର ଅନିଶ୍ଚିତତା ଦେଖାଦିଏ ତାହେଲେ ଗୋଟେ ବଡ଼ ସମୁଦାୟ ଏହା ଦ୍ବାରା ପ୍ରଭାବିତ ହେବାର ଆଶଙ୍କା ବି ରହିଛି ।
{"id":150242}ପୂର୍ବରୁ ବଣିକ ସଂଘ ମାଲଗୋଦାମ ଜାଗା ବିବାଦକୁ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଥିଲା । ସେଠାରୁ ମଧ୍ୟ ଏକ ଅନୁକୂଳ ପ୍ରତିଶ୍ରୁତି ମିଳିଥିବା ଜଣାପଡିଛି । ଏସବୁ ଭିତରେ କିନ୍ତୁ କଟକ ମାଲଗୋଦାମ୍ର ସମ୍ପ୍ରସାରଣ ଓ ନବୀକରଣ କାର୍ଯ୍ୟ ନିହାତି ଦରକାର ।
{"id":150243}