Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ରେମୋଙ୍କ ପତ୍ନୀ ଲିଜେଲ୍‌ଙ୍କ ଚମତ୍କାର ପରିବର୍ତ୍ତନ: ଫ୍ୟାନ୍ସ ହିଁ ନୁହେଁ ଷ୍ଟାରମାନେ ମଧ୍ୟ କରୁଛନ୍ତି ପ୍ରଂଶସା..

20/09/2021 at 11:20 AM

ମୁମ୍ବାଇ ୨୦/୦୯ : ବଲିଉଡ ଇଣ୍ଡଷ୍ଟ୍ରିର ଷ୍ଟାରମାନେ ନିଜର ଓଜନ ହ୍ରାସ ପାଇଁ ଜିମ୍‌ ଠାରୁ ଆରମ୍ଭ କରି ଅନେକ କିଛି ୱାର୍କ ଆଉଟ୍‌ କରୁଛନ୍ତି । ଏଥିପାଇଁ ସବୁବେଳେ ପ୍ରଶଂସକଙ୍କୁ ପ୍ରଭାବିତ କରିବା ପାଇଁ ନିଜକୁ ଫିଟ୍‌ ରଖୁଛନ୍ତି । ଏହାରି ମଧ୍ୟରେ କୋରିଓଗ୍ରାଫର-ନିର୍ଦ୍ଦେଶକ ରେମୋ ଡି’ସୁଜା ତାଙ୍କ ପତ୍ନୀ ଲିଜେଲ ଡି’ସୁଜାଙ୍କ ଓଜନ କମିଥିବାର ଏକ ଫଟୋ ପୋଷ୍ଟ କରିଥିଲେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ରେମୋଙ୍କ ପତ୍ନୀ ଲିଜେଲ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ପ୍ରଥମ ଫଟୋରେ ତାଙ୍କର ଓଜନ ବଢିଥିବାର ଦେଖାଯାଉଥିବା ବେଳେ ଦ୍ୱିତୀୟ ଫଟୋରେ ଲିଜେଲ ବହୁତ ଫିଟ୍ ଥିବା ବେଳେ ତାଙ୍କ ଓଜନ ହ୍ରାସ ମଧ୍ୟ ହୋଇଛି ।

ଯେଉଁଥିରେ ରେମୋଙ୍କ ପତ୍ନୀଙ୍କ ବର୍ତ୍ତମାନର ଲୁକ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେବ । କୋରିଓଗ୍ରାଫରଙ୍କ ପତ୍ନୀଙ୍କୁ ପ୍ରଶଂସା କରିବା ସହ କହିଥିଲେ ଯେ ସେ ଏଥିପାଇଁ ବହୁତ ପରିଶ୍ରମ କରିଛନ୍ତି। ଏହା ନିଜ ସହିତ ଯୁଦ୍ଧ ପରି ଥିଲା । ରେମୋ କ୍ୟାପସନରେ ଲେଖିଛନ୍ତି, ‘ଏଠାରେ ପହଞ୍ଚିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ, କିନ୍ତୁ ସବୁଠାରୁ ବଡ ଯୁଦ୍ଧ ନିଜ ସହିତ ହୋଇଥାଏ । ମୁଁ ଦେଖିଛି ଲିଜେଲ ଏହି ଯୁଦ୍ଧରେ ଲଢେଇ କରିଛନ୍ତି ଏବଂ ଅସମ୍ଭବ ଜିନିଷଗୁଡିକ ସମ୍ଭବ କରିଛନ୍ତି ।

ଏନେଇ ରେମୋ ଆହୁରି କହିଛନ୍ତି  ଯେ ‘ମୁଁ ସବୁବେଳେ କହିଥିଲି ଯେ ଏହା ତମ ମନରେ ଅଛି, ତମକୁ ଅଧିକ ମଜବୁତ୍ ହେବାକୁ ପଡିବ ଏବଂ ଲିଜ୍ ତମେ ଏହା କରି ପାରିଛ । ଏଥିପାଇଁ ମୁଁ  ତୁମ ପାଇଁ ଗର୍ବିତ। ତୁମେ ମୋ ଠାରୁ ଶକ୍ତିଶାଳୀ, ତୁମେ ମୋର ପ୍ରେରଣା ।

ଏହା ଦେଖି ଅଭିନେତା ବରୁଣ ଧାୱନ ମଧ୍ୟ ଲେଖିଛନ୍ତି- ‘ୱାଓ ଲିଜଲ୍।’ ଜୟଭାନୁଶାଲି ମଧ୍ୟ କମେଣ୍ଟ ଦେଇଛନ୍ତି କି ‘ୱୋ ସୁପର ଲିଜେଲ।’ ଏହା ସହିତ ଅନେକ ସେଲିବ୍ରିଟି ଲିଜେଲଙ୍କୁ ପ୍ରଶଂସା କରିଛନ୍ତି। ରେମୋ ବର୍ତ୍ତମାନ ରିଆଲିଟି ସୋ ‘ଡ୍ୟାନ୍ସ ପ୍ଲସ୍ 6’ରେ ଜଣେ ଜଜ୍ ଭାବରେ ନଜର ଆସିଛନ୍ତି । ରେମୋଙ୍କ ଶୋ’ସେଟ୍‌ରେ ଲିଜେଲଙ୍କୁ ଅନେକ ଥର ଦେଖିବାକୁ ମିଳି ଥାଏ ।

   Related Posts