Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ କରିବାକୁ କରନ୍ତୁ ଏହି ସରଳ ଉପାୟ: ଆର୍ଥିକ ସଙ୍କଟ ଦୂର ହେବା ସହ ମଧୁର ହେବ ସ୍ୱାମୀ-ସ୍ତ୍ରୀ ସମ୍ପର୍କ

29/10/2021 at 6:06 PM

ଭୁବନେଶ୍ୱର ୨୯/୧୦ : ଧନ ଉପାର୍ଜନ ପାଇଁ ଲୋକେ ପରିଶ୍ରମ ସହ ନାନା ଚେଷ୍ଟା କରିଥାନ୍ତି। ଦିନ ରାତି ପରିଶ୍ରମ କରିବା ସତ୍ତ୍ୱେ ଧନ ସମ୍ପତ୍ତି ଓ ସୁଖ ସମୃଦ୍ଧି ପାଇବାରେ ଅସମର୍ଥ ହୋଇଥାନ୍ତି। ଏମିତି ସ୍ଥିତିରେ କେବଳ ପରିଶ୍ରମ ଯଥେଷ୍ଟ ନୁହେଁ। କୁଣ୍ଡଳୀରେ ଶୁକ୍ର ଗ୍ରହ ସ୍ଥିତି ମଜବୁତ ହେବା ମଧ୍ୟ ଆବଶ୍ୟକ। ଶୁକ୍ର ଗ୍ରହ ଅଶୁଭ ଫଳ ଦେଲେ ବ୍ୟକ୍ତିକୁ ଆର୍ଥିକ, ବିବାହ ସହ ଜଡିତ ଅନେକ ସମସ୍ୟା ସାମ୍ନା କରିବାକୁ ପଡିଥାଏ। କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ ସ୍ଥିତିରେ ଥିଲେ ବ୍ୟକ୍ତି ରାଜା ଭଳି ଜୀବନଯାପନ କରେ। 

ଲଗାତାର ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ଶୁକ୍ରବାର ଦିନ କିଛି ଉପାୟ କରିବା ଉଚିତ। ଏହାଦ୍ୱାରା ଶୁକ୍ର ଗ୍ରହ ମଜବୁତ ହୋଇଥାଏ ଓ ଶୁଭ ଫଳ ପ୍ରଦାନ କରିଥାଏ। ଶୁକ୍ର ଗ୍ରହ ମଜବୁତ କରିବାକୁ ମା’ ଲକ୍ଷ୍ମୀଙ୍କୁ ପୂଜା କରିବା ଉଚିତ।

୧. କୁଣ୍ଡଳୀରେ ଶୁକ୍ର ଗ୍ରହ ମଜବୁତ କରିବାକୁ ଶୁକ୍ରବାର ଦିନ ସକାଳୁ ସ୍ନାନ କରି ମା’ ଲକ୍ଷ୍ମୀଙ୍କୁ ଆରାଧନା କରନ୍ତୁ। ମା’ଙ୍କୁ ପଦ୍ମ ଫୁଲ ଅର୍ପଣ କରନ୍ତୁ। ଏହି ଦିନ ସ୍ୱଚ୍ଛ ଧଳା ବସ୍ତ୍ର ପରିଧାନ କରନ୍ତୁ। ଶ୍ରୀସୁକ୍ତ ପାଠ ନିଶ୍ଚୟ କରନ୍ତୁ। ମା’ ଲକ୍ଷ୍ମୀ ପ୍ରସନ୍ନ ହେବେ।

୨. ଆର୍ଥିକ ସ୍ଥିତି ସୁଧାରିବା ପାଇଁ ଶୁକ୍ରବାର ଦିନ କଳା ପିମ୍ପୁଡିଙ୍କୁ ଅଟା ଓ ଚିନି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ଆର୍ଥିକ ସ୍ଥିତି ବହୁତ ଶୀଘ୍ର ସୁଧୁରିବ।

୩. ଶୁକ୍ରବାର ଦିନ କନ୍ୟାଙ୍କୁ କ୍ଷୀର କିମ୍ବା କ୍ଷୀରରେ ତିଆରି ମିଠା ଖୁଆଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। କନ୍ୟାଙ୍କୁ କିଛି ଉପହାର ମଧ୍ୟ ଦେଇପାରନ୍ତି।

୪. ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ନଡ଼ିଆ ଅର୍ପଣ କରନ୍ତୁ। ପୂଜା କରିବା ପରେ ଏହି ନଡ଼ିଆକୁ ଘରେ ସେହି ସ୍ଥାନରେ ରଖିଦେବେ ଯେଉଁଠି ଟଙ୍କା ପଇସା ରଖନ୍ତି। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।

୫. ଯଦି ସ୍ୱମୀ-ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ଥାଏ ତାହେଲେ ଶୁକ୍ରବାର ଦିନ ବେଡରୁମରେ ଲଭ ବାର୍ଡ୍ସ ଫୋଟୋ ଲଗାନ୍ତୁ। କିଛି ଦିନରେ ଫରକ ନଜର ଆସିବ ଓ ସ୍ୱାମୀ-ସ୍ତ୍ରୀଙ୍କ ସମ୍ବନ୍ଧ ମଧୁର ହେବ।

୬. ଶୁକ୍ରବାର ଦିନ କିନ୍ନରଙ୍କୁ ନିଜ ସାମର୍ଥ୍ୟ ଅନୁସାରେ କିଛି ଦାନ କରନ୍ତୁ। ଏହାଦ୍ୱାରା ଘରକୁ ସୁଖ-ସମୃଦ୍ଧି ଆସିଥାଏ ଓ ଆର୍ଥିକ ସ୍ଥିତି ମଧ୍ୟ ସୁଧୁରି ଥାଏ।

୭. ଶୁକ୍ରବାର ଦିନ କୌଣସି ବ୍ୟକ୍ତିଙ୍କୁ ଚିନି ଦାନ କରିବା ଉଚିତ ନୁହେଁ। ଏହାଦ୍ୱାରା ଘରର ସୁଖ ସମୃଦ୍ଧି ଓ ଶାନ୍ତି ଚାଲିଯାଇଥାଏ ବୋଲି କୁହାଯାଏ।

   Related Posts