ଶନି ଦଶା ପାଇଁ ଚିନ୍ତିତ କି ? ଅବଲମ୍ବନ କରନ୍ତୁ ଏହି ଉପାୟ, ମିଳିବ ଶନିଙ୍କ କୃପା

Published By : Prameya-News7 Bureau | April 22, 2020 IST

ଭୁବନେଶ୍ୱର ୨୨/୦୪ : ଶନି ଗ୍ରହ ସାଧାରଣତଃ ସମସ୍ତଙ୍କୁ ଭୟଭୀତ କରିଥାନ୍ତି | ସବୁ ଗ୍ରହମାନଙ୍କ ମଧ୍ୟରେ ଶନି ଗ୍ରହ ସମସ୍ତଙ୍କ ଠାରୁ ଧୀରେ ଚାଲନ୍ତି | ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶନିଙ୍କ ବିଶେଷ ମହତ୍ୱ ରହିଛି | କୁଣ୍ଡଳୀରେ ଶନି ଶୁଭ ସ୍ଥାନରେ ଥିଲେ ବ୍ୟକ୍ତି ଭିକାରୀରୁ ରାଜା ପାଲଟିଯାଏ | ଶନି ଯଦି କୁଣ୍ଡଳୀର ଅଶୁଭ ସ୍ଥାନରେ ଥାଆନ୍ତି ତାହେଲେ ବ୍ୟକ୍ତିଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ | କୁଣ୍ଡଳୀରେ ଶନିଙ୍କ ସ୍ଥିତିକୁ ଶୁଭ କରିବା ପାଇଁ କିଛି ଉପାୟ ରହିଛି |  ଏହି ଉପାୟ ଅବଲମ୍ବନ କଲେ ଶନିଙ୍କ କୃପା ରହିବ |

{"id":258268,"width":584,"height":389,"sizeSlug":"large"}

ଶନିଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଲା, ଶନିବାର ଦିନ ଶନି ପ୍ରଦୋଷ, ଶନି ଅମାବାସ୍ୟା, ଶନି ଜୟନ୍ତୀ ଏବଂ ଭଗବାନ ହନୁମାନଙ୍କ ଆରାଧନା କରିବା ଉଚିତ |

- ଶନିବାର ଦିନ ସୋରିଷ ତେଲରେ ରୁଟି ତିଆରି କରି କଳା କୁକୁରକୁ ଖାଇବାକୁ ଦେବା ଉଚିତ

- ଯଦି ଶନିଙ୍କ ମହାଦେଶ ଚାଲିଛି ତାହେଲେ ମାଂସ-ମଦ ବର୍ଜନ କରି ସାକାହାରୀ ଭୋଜନ କରିବା ଉଚିତ

- ପ୍ରତିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ | ଫଳରେ ଶନିଙ୍କ କୁପ୍ରଭାବରୁ ମୁକ୍ତି ମିଳିବ

- ଶନିଙ୍କ କୁପ୍ରଭାବରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କଳା ଗାଈକୁ ଖାଇବାକୁ ଦେଇ ସେବା କରିବା ଉଚିତ

- ପ୍ରତି ଶନିବାର ଦିନ ଶନି ମନ୍ଦିର ଯାଇ ଶନି ମହାରାଜଙ୍କୁ ସୋରିଷ ତେଲ ଅର୍ପଣ କରିବା ଉଚିତ

- ଅଶ୍ୱତ୍ଥ ବୃକ୍ଷ ମୂଳରେ ତେଲ ଦୀପ ଲଗାଇ ପୂଜା କଲେ ଶନିଙ୍କ କୃପା ମିଳିଥାଏ

- ହନୁମାନ ଚାଳିଶା, ଭୈରବ ଚାଳିଶା ଓ ଶନି ଚାଳିଶା ପାଠ କରିବା ଦ୍ୱାରା ଶନିଙ୍କ କୃପା ପ୍ରାପ୍ତ ହୋଇଥାଏ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.