ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ବିବାହରେ ବିଳମ୍ବ ହେଉଛି କି ? ତେବେ ଗୁରୁବାର ଦିନ କଦଳୀ ଗଛ ମୂଳେ କରନ୍ତୁ ଏହି ପୂଜା

11/12/2018 at 4:39 PM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହ ପାଇଁ ବୃହଷ୍ପତି ଗ୍ରହଙ୍କ ଅନୁକୂଳ ସ୍ଥିତି ନିତାନ୍ତ ଜରୁରୀ । ଯାହାର କୁଣ୍ଡଳୀରେ ବୃହଷ୍ପତି ଅଶୁଭ ସ୍ଥାନରେ ରହିଥାନ୍ତି ସେମାନଙ୍କର ବିବାହରେ ବହୁତ ସମସ୍ୟା ଉପୁଜିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହଷ୍ପତି ଗ୍ରହଙ୍କ ଦୋଷକୁ ଦୂର କରିବା ପାଇଁ କେତେକ ଉପାୟ ରହିଛି । ଏହି ଉପାୟ ଯଦି ଗୁରୁ ପୁଷ୍ୟର ଶୁଭ ମୁହୂର୍ତ୍ତରେ କରାଯିବ ତେବେ ମନସ୍କାମନା ଖୁବ୍ ଶୀଘ୍ର ପୂର୍ଣ୍ଣ ହେବ । ତେବେ ଏହିସବୁ ଉପାୟ କରନ୍ତୁ ।

ଉପାୟ :

  • ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦିଆ କପଡା ରଖି ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ । ଯଦି ଏହା ସମ୍ଭବପର ନୁହେଁ ତେବେ କଦଳୀ ପତ୍ରରେ ମଧ୍ୟ ଉଭୟ ଭଗବାନଙ୍କ ପ୍ରତିମା ସ୍ଥାପିତ କରିପାରିବେ ।
  • ଗାଈ କ୍ଷୀରରେ ବୃହସ୍ପତି ଓବିଷ୍ଣୁଙ୍କ ଅଭିଷେକ କରି ହଳଦିଆ ଫୁଲ, ହଳଦିଆ ଚନ୍ଦନ, ଗୁଡ, ଚଣାଡାଲି, ହଳଦିଆ ବସ୍ତ୍ର ଅର୍ପଣ କରନ୍ତୁ।
  • ଭଗବାନଙ୍କୁ ପ୍ରସାଦରେ ହଳଦିଆ ରନ୍ଧାଖାଦ୍ୟ ଏବଂ ହଳଦିଆ ଫଳ ଅର୍ପଣ କରନ୍ତୁ ।
  • ଏହିଭଳି ପୂଜା କରିବା ପରେ ଦେବଗୁରୁ ବୃହସ୍ପତି ଏବଂ ଭଗବାନ ବିଷ୍ଣୁଙ୍କ ଆରତି ଗାଈର ଶୁଦ୍ଧ ଘିଅରେ ଦୀପ ଲଗାଇ କରନ୍ତୁ ।
  • ଏହିଭଳି ଗୁରୁ ପୁଷ୍ୟ ଯୋଗରେ ପୂଜା କରିବା ଦ୍ବାରା ଗୁରୁର ଅଶୁଭ ପ୍ରଭାବ ଟଳିଥାଏ ଏବଂ ଶୁଭ ଫଳ ମିଳିବାକୁ ଲାଗିଥାଏ । ଏହାସହ ବିବାହର ଯୋଗ ମଧ୍ୟ ପଡିବାକୁ ଲାଗିଥାଏ ।

   Related Posts