Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ବଡ଼ ଖୁଲାସା, କରୋନା ରୋଗୀଙ୍କ ପାଇଁ ପ୍ରଭାବି ନୁହେଁ ରେମଡେସିଭିର

16/10/2020 at 11:32 AM

ନୂଆଦିଲ୍ଲୀ ୧୬/୧୦: କରୋନା ରୋଗୀଙ୍କ ପାଇଁ ପ୍ରଭାବି ନୁହେଁ ରେମଡେସିଭିର। ଆମେରିକୀୟ କମ୍ପାନି ଗିଲିଏଡର ରେମଡେସିଭିର କରୋନା ରୋଗୀଙ୍କ ଜୀବନ ରକ୍ଷା କରିବାରେ ବିଫଳ ପ୍ରମାଣିତ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତାର କ୍ଲନିକାଲ ପରୀକ୍ଷଣରେ ଜାଣିବାକୁ ପାଇଛି ରେମଡେସିଭିର ସହାୟତାରେ କୋଭିଡ-୧୯ ରୋଗୀଙ୍କ ଜୀବନ ରକ୍ଷା କରିବାରେ ପ୍ରଭାବି ନୁହେଁ।

ପ୍ରାରମ୍ଭରୁ କରୋନା ଚିକିତ୍ସା ପାଇଁ ଏହି ଆଣ୍ଟିଭାଇରାଲ ଔଷଧ ବ୍ୟବହାର କରାଯାଇ ଥିଲା। ଏପରିକି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କରୋନା ଚିକିତ୍ସାରେ ତାଙ୍କୁ ରେମଡେସିଭର ଦିଆଯାଇ ଥିଲା। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚାରିଟି ସମ୍ଭାବିତ ଔଷଧ ରେଜିମେଣ୍ଟରେ ଏହାର ପରୀକ୍ଷା କରିଥିଲା।

ଏଥିରେ ରେମଡେସିଭର, ହାଇଡ୍ରୋକ୍ଲୋରୋକୁଇନ, ଆଣ୍ଟି ଏଚଆଇଭି ଡ୍ରଗ୍ କମ୍ବିନେସନ ଲୋପୋନାଭିର-ରିଟୋନାଭିର ଓ ଇଣ୍ଟରଫେରାନ ସାମିଲ ଅଛି। ଏହି ପରୀକ୍ଷକଣ ୩୦ ଦେଶର ୧୧,୨୬୬ ବୟସ୍କ ରୋଗୀଙ୍କୁ ମଧ୍ୟ ସାମିଲ କରାଯାଇ ଥିଲା। ଅଧ୍ୟୟନରେ ଜଣାପଡ଼ିଛି କରୋନା ଚିକିତ୍ସା କରୁଥିବା ହସପିଟାଲ ଦୀର୍ଘ ସମୟ ପର୍ଯ୍ୟନ୍ତ ଥିବା ରୋଗୀଙ୍କ ଠାରେ ଏହାର କିଛି ପ୍ରଭାବ ପଡ଼ୁ ନାହିଁ।

ସଂଗଠନର ମୁଖ୍ୟ ସୌମ୍ୟା ସ୍ବାମିନାଥନ ବୁଧବାର କହିଥିଲେ ହାଇଡ୍ରୋକ୍ସିକ୍ଲୋରୋକୁଇନ ଓ ଲୋପିନାଭିର ରିଟାନାଭିରକୁ ଜୁନରେ ରୋକିଦିଆଯାଇ ଥିଲା। କାରଣ ଏ ଦୁଇଟି ପ୍ରଭାବ ନ ଥିବା ଜଣାପଡ଼ିଥିଲା। ମାତ୍ର ଅନ୍ୟ ପରୀକ୍ଷଣ ୫୦୦ ହସପିଟାଲ  ଓ ୩୦ ଦେଶରେ କ୍ରମାଗତ ଚାଲିଛ। ମେ ମାସରେ ଆମେରିକାର ଫୁଡ ଓ ଡ୍ରଗ ପ୍ରଶାସନ ରେମଡେସିଭିରକୁ ଆମେରିକା ଇମରଜେନ୍ସିରେ ବ୍ୟବହାର କରିବା ପାଇଁ ମଞ୍ଜୁରି ଦେଇଥିଲା। ଯାହା ପରେ ଅନେକ ଦେଶରେ ଏହାକୁ ବ୍ୟବହାର କରାଗଲା।

   Related Posts