Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟ୍ରୋଲିଂ ଗାଡିକୁ ଚକ୍‌ମା ଦେଇ ଖସିଯିବା ବେଳେ ଗୋଡାଇ ଗୋଡାଇ କାବୁ କଲା ପୋଲିସ: ଅଟୋରୁ ବିପୁଳ ଗଞ୍ଜେଇ ଜବତ, ୫ ଗିରଫ
  • ||
  • ମାତ୍ର ୬୦ ସେକେଣ୍ଡରେ ଜଣାପଡିବ ଶରୀରର ରକ୍ତ ସର୍କରା, ଛୁଞ୍ଚିର ଭୟ ରହିବନି… ଆସିଗଲା ନୂଆ ମେସିନ୍
  • ||
  • ଖଲ୍ଲିକୋଟ : ପଞ୍ଚାୟତ ନିର୍ବାଚନ ପାଇଁ ଗଞ୍ଜାମ ଜିଲ୍ଲାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ, ମୈଦାନରେ ୧୩ ହଜାର ୬୭୫ ପ୍ରାର୍ଥୀ
  • ||
  • ସମ୍ବଲପୁର : ଭୀମସାର ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୋଡ ଭାଙ୍ଗିବା ସହ ଶରୀରରେ ଲାଗିଛି ଆଘାତ
  • ||
  • ଭୁବନେଶ୍ବର : ଜାଲ୍‌ ପ୍ରମାଣପତ୍ର ଦେଇ ୩କୋଟି ୬୮ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପିଏନବି ପୂର୍ବତନ ମୁଖ୍ୟ ପରିଚାଳକ ସମେତ ୩ ଗିରଫ
  • ||
  • ଭୁବନେଶ୍ବର : କୋଭିଡ୍‌ର କେବେ ବି ଅନ୍ତ ହେବନାହିଁ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ କମିବା ନେଇ ମିଳିଲାଣି ସଂକେତ : SRC
  • ||
  • ପୁରୀ : ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ଭାଇରାଲ୍ ପଡିଲା ମହଙ୍ଗା, ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ବଢିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୪୨୬ କୋଭିଡ୍ ପଜିଟିଭ୍, ୧୨୨୫୨୬୮ରେ ପହଞ୍ଚିଲା ସଂଖ୍ୟା
  • ||

ଖୋଲିବ Stonehengeର ରହସ୍ୟ, ପ୍ରତ୍ନତତ୍ୱବିଦ୍ ଖୋଜି କାଢିଛନ୍ତି ପ୍ରାଚୀନର ନିର୍ମାଣ ଅବଶେଷ

24/06/2020 at 7:20 PM

ଲଣ୍ଡନ :  ବ୍ରିଟେନ ରାଜଧାନୀ ଇଂଲଣ୍ଡର ଷ୍ଟୋନହେଞ୍ଜ ନିକଟରୁ ଏକ ପ୍ରାଚୀନ ଭବନର ଅବଶେଷ ଠାବ ହୋଇଛି। ଏଥିରୁ ଏହା ପବିତ୍ର ଅଞ୍ଚଳର ଚୌହଦୀ ନା ଡରିଙ୍ଗଟନ ୱାଲ୍ସ ହେଞ୍ଜ ନାମକ ପ୍ରାଚୀନ ଗୋଲାକାର ଭବନର ବାଡ ତାହା ଖୁବ୍ ଶୀଘ୍ର ସ୍ପଷ୍ଟ ହୋଇଯିବ ବୋଲି ପୁରାତତ୍ୱବିଦ୍‌ମାନେ ଆଶାବ୍ୟକ୍ତ କରିଛନ୍ତି । ପ୍ରତ୍ନତତ୍ୱବିଦମାନଙ୍କ ସୂଚନା ଅନୁସାରେ ଷ୍ଟୋନହେଞ୍ଚ ନିକଟରେ ସେମାନଙ୍କୁ ଏକ ପ୍ରାଚୀନ ଭବନର ଧ୍ୱଂସାବଶେଷ ମିଳିଛି ଓ ଏହା ଷ୍ଟୋନହେଞ୍ଜର ଲିଖିତ ଇତିହାସଠାରୁ ମଧ୍ୟ ଏହା ଅଧିକ ପ୍ରାଚୀନ।  

ବ୍ରେଡଫୋର୍ଡ ବିଶ୍ୱବିଦ୍ୟାଳୟ ନେତୃତ୍ୱରେ ବ୍ରିଟିଶ ବିଶ୍ୱବିଦ୍ୟାଳୟଙ୍କ ଏକ ସମୂହ ଏହି ସ୍ଥଳକୁ ଖୋଜି କାଢିଛନ୍ତି। ଏଥିରେ କାର୍ଯ୍ୟ କରୁଥିବା ବିଶେଷଜ୍ଞଙ୍କ ଅନୁସାରେ ସେମାନେ ପ୍ରାଚୀନ ଭବନର ୨୦ଟି ବିଶାଳ ଖମ୍ବ ଠାବ କରିଛନ୍ତି। ଏଥିରୁ ଗୋଟିଗୋଟିଏ ଖମ୍ବ ୧୦ ମିଟରରୁ ଅଧିକ ଚୌଡା ଓ ୫ ମିଟରରୁ ଅଧିକ ଲମ୍ବ। ଏହି ୨୦ଟି ଖମ୍ବ ମିଳିତ ଭାବେ ଏକ ବିଶାଳ ଘେର ସୃଷ୍ଟି କରୁଛନ୍ତି ଯାହାର ବ୍ୟାସ ଅନୁନ୍ୟ ୨କିଲୋମିଟରରୁ ଅଧିକ ହେବ। ଡେରିଂଟନ ୱାଲ୍ସରୁ ଏହି ଖମ୍ବଗୁଡିକର ସୂଚନା ସେମାନେ ପାଇଥିବା କହିଛନ୍ତି।

ଡେରିଂଟନ ୱାଲ୍ସ ଷ୍ଟୋନହେଞ୍ଜଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଅବସ୍ଥିତ ନିଓଲିଥିକ ଯୁଗର ଏକ ଗାଁ। ଗବେଷକଙ୍କ କହିବା ଅନୁସାରେ ପ୍ରାୟ ୪ହଜାର ୫୦୦ ବର୍ଷ ପୂର୍ବେ ଏଠାରେ ଏହି ଗର୍ତ୍ତଗୁଡିକ ଖୋଳାଯାଇଥିଲା। ଏଣୁ ସମ୍ଭବତଃ ଏହା ଏକ ପବିତ୍ର ଇଲାକାର ଚୌହଦୀ ହୋଇପାରେ ଅଥବା ଡେରିଂଟନ ୱାଲ୍ସ ହେଞ୍ଜ ନାମକ ଭବନର ଗୋଲାକାର ପ୍ରାଚୀର। ସେଣ୍ଟ ଏଣ୍ଡ୍ରୁଜ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଆର୍ଥ ଏଣ୍ଡ ଏନଭାର୍ଣ୍ଣମେଣ୍ଟ ସାଇନ୍ସର ରିଚାର୍ଡ ବେଟ୍ସଙ୍କ କହିବା ଅନୁସାରେ ରିମୋଟ୍ ସେନସିଂ ଓ ସାମ୍ପ୍ଲିଂରୁ ମିଳିଥିବା ସୂଚନାରୁ ଅତୀତର ଏଠାରେ ଏକ ଏପରି ସମାଜକୁ ଦେଖି ହେଉଛି ଯାହାର ଆମେ କେବେ କଳ୍ପନା ମଧ୍ୟ କରିପାରିବାନି। ତେବେ ବ୍ରେଡଫର୍ଡ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ୱବିଦ୍ ୱିନ୍ସ ଗେଫ୍ନୀ ଏହି ପୁରାତାତ୍ୱିକ ଅନୁସନ୍ଧାନକୁ ଯୁଗାନ୍ତକାରୀ କହିଛନ୍ତି।

ସମଗ୍ର ବ୍ରିଟେନ୍‌ ଏପରି ପଥର ବାଡ ଦ୍ୱାରା ଘେରି ରହିଛି। ତେବେ ଏପରି ପଥରବାଡ ସବୁର ଏବେବି ରହସ୍ୟ ଉନ୍ମୋଚିତ ହୋଇପାରନି।  ଏଥିରୁ ପ୍ରଶିଦ୍ଧ ଷ୍ଟୋନହେଞ୍ଜ ଖ୍ରୀଷ୍ଟପୂର୍ବ ୩୦୦୦ରୁ ୧୬୦୦ ବର୍ଷ ପୂର୍ବେ ନିର୍ମିତ ହୋଇଥିବା ଏକ ଅବୋଧ୍ୟ ଶିଳା ସଂରଚନା। ତେବେ ଦୀର୍ଘ ବର୍ଷରୁ ଏହା ବ୍ରିଟେନର ପର୍ଯ୍ୟଟନକୁ ସମୃଦ୍ଧ କରିଆସିଛି। ଏହା ଛଡା ଅନେକ ଲୋକଙ୍କର ଏହା ଧାର୍ମିକ ବିଶ୍ୱାସର ପ୍ରତୀକ ହୋଇ ମଧ୍ୟ ରହିଛି। ପ୍ରତିବର୍ଷ ସମର ଓ ୱିଣ୍ଟର ସୋଲିଷ୍ଟସ୍ ରେ ଲୋକେ ଏଠାକୁ ସୂର୍ଯ୍ୟଙ୍କ ପୂଜା କରିବା ଲାଗି ଆସନ୍ତି। ଗତ ୨୧ ତାରିଖ ସମର ସୋଲିଷ୍ଟସ୍ ରେ କିନ୍ତୁ ଏଠାକୁ ଲୋକେ ଆସିନଥିଲେ। କରୋନା ଭାଇରସ ମହାମାରୀ ଯୋଗୁ ଏଥର ଦିନଟି ପାଳିତ ହୋଇପାରିନି।

   Related Posts