କାଲିଠାରୁ ଆରମ୍ଭ ହେଉଛି IPLର ବାକିଥିବା ମ୍ୟାଚ୍‌ ; ପ୍ରଥମରୁ ଧୋନୀ-ରୋହିତ ଟକ୍କର

Published By : Prameya-News7 Bureau | September 18, 2021 IST

ନୂଆଦିଲ୍ଲୀ ୧୮/୦୯ : ଇଣ୍ଡିଆନ ପ୍ରିମିୟର ଲିଗ୍‌-୧୪ର ଦ୍ବିତୀୟ ପର୍ଯ୍ୟାୟ ଖେଳ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି । ଫଟାଫଟ୍‌ ଟୁର୍ଣ୍ଣାମେଣ୍ଟର ବାକି ଥିବା​‌ ୩୧ଟି ମ୍ୟାଚ୍‌ ୟୁଏଇରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି । ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ୍‌  ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ । ଚଳିତ ସିଜିନ୍‌ର ଫାଇନାଲ ମୁକାବିଲା ଅକ୍ଟୋବର ୧୫ ତାରିଖ​‌ରେ ଦୁବାଇରେ ଖେଳାଯିବୁ ।

ସୂଚନାଯୋଗ୍ୟ, ଆଇପିଏଲ ସିଜିନ୍‌୧୪ ମଝିରେ କିଛି ଦଳର ସଦସ୍ୟ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମେ ୪ ତାରିଖ​‌ରେ ଏହାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଥିଲା । ଟୁର୍ଣ୍ଣମେଣ୍ଟ ବାତିଲ ହେବା ବେଳକୁ ମୋଟ ୨୯ଟି ମ୍ୟାଚ ଖେଳା ଯାଇସାରିଥିଲା ଏବଂ ୩୧ଟି ମ୍ୟାଚ୍‌ ବାକିଥିଲା । ବାକିଥିବା ମ୍ୟାଚ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଏବଂ ଏହା ୨୭ ଦିନ ଜାରି ରହିବ । ମ୍ୟାଚଗୁଡିକ ଦୁବାଇ, ଆବୁ ଧାବୀ ଏବଂ ଶାରଜାହା ଷ୍ଟାଡିୟମରେ ଖେଳାଯିବ ।

wp:embed {"url":"https://twitter.com/IPL/status/1439076716807290887","type":"rich","providerNameSlug":"twitter","responsive":true}
https://twitter.com/IPL/status/1439076716807290887
/wp:embed

ବାକିଥିବା ୩୧ଟି ମ୍ୟାଚ ମଧ୍ୟରୁ ଦୁବାଇ ଷ୍ଟାଡିୟମରେ ୧୩ଟି ମ୍ୟାଚ ହେବାକୁ ଥିବା ବେଳେ ଶାରଜାହାରେ ୧୦ଟି ଏବଂ ଆବୁ ଧାବୀରେ ୮ଟି ମ୍ୟାଚ ଖେଳାଯିବ । ଲିଗ୍ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ । ପ୍ରଥମ କ୍ବାଲିଫାୟର ମ୍ୟାଚ୍‌ ଅକ୍ଟୋବର ୧୦ ତାରିଖରେ ଦୁବାଇରେ ଖେଲାଯିବ । ଯେତେବେଳେକି ଏଲିମିନେଟର ଏବଂ କ୍ବାଲିଫାୟର ୨ର ମ୍ୟାଚ୍‌ ଅକ୍ଟୋବର ୧୧ ଏବଂ ୧୩ ତାରିଖରେ ଶାରଜାହାରେ ଖେଳାଯିବ ।  

ଚଳିତ ଆଇପିଏଲରେ ଦିଲ୍ଲୀ ଦମଦାର ପ୍ରଦର୍ଶନ ଜାରି ରଖିଛି । ୮ଟି ରୁ ୬ଟି ମ୍ୟାଚ୍‌ ଜିତି ୧୨ ପଏଣ୍ଟ ସହିତ ଟେବୁଲର ଶୀର୍ଷରେ ରହିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦ୍ବିତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ୭ ମ୍ୟାଚରୁ ୫ ମ୍ୟାଚ ଜିତି ୧୦ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛି ଚେନ୍ନାଇ । ସେହିଭଳି ବିରାଟ କୋହଲିଙ୍କ RCB ୧୦ ପଏଣ୍ଟ ସହିତ ୩ୟ ସ୍ଥାନରେ ରହିଛି ।

wp:html /wp:html wp:html /

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.