Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ସୂର୍ଯ୍ୟ ଗ୍ରହଣ ସମ୍ବନ୍ଧରେ ବିଜ୍ଞାନ ଛଡା ଜ୍ୟୋତିଷ ଶାସ୍ତ୍ର ଏବଂ ମହାଭାରତରେ କଣ କୁହାଯାଇଛି ଜାଣନ୍ତୁ

6/01/2019 at 12:40 PM

ଭୁବନେଶ୍ୱର ୬/୧ : ଆଜି ୨୦୧୯ର ପ୍ରଥମ ସୂର୍ଯ୍ୟ ଗ୍ରହଣ | ସୂର୍ଯ୍ୟ ଗ୍ରହଣର ମହତ୍ୱ ଉଭୟ ବୈଜ୍ଞାନିକ ଏବଂ ଆଧ୍ୟାତ୍ମିକ କ୍ଷେତ୍ରରେ ରହିଛି | ସୂର୍ଯ୍ୟ ଗ୍ରହଣ ଦିନ ହୋଇଥିବା ଅନେକ ଘଟଣା ସମ୍ପର୍କରେ ଶାସ୍ତ୍ରରେ ଉଲ୍ଲେଖ ରହିଛି | ଗ୍ରହ ନକ୍ଷତ୍ର ସମ୍ବନ୍ଧୀୟ ଜ୍ଞାନ ମୁନି ରୁଷିଙ୍କ ପାଖରେ ବହୁ ପୂର୍ବରୁ ରହିଛି | ଗ୍ରହଣ ସମ୍ବନ୍ଧୀୟ ଜ୍ଞାନ ଦେବାରେ ମହର୍ଷି ଅଟ୍ରି ସର୍ବ ପ୍ରଥମ | ଋକବେଦର ଏକ ମନ୍ତ୍ରରେ ସୂର୍ଯ୍ୟ ଗ୍ରହଣକୁ ନେଇ ଏକ ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି | ଏହି ବର୍ଣ୍ଣନା ଅନୁଯାୟୀ, ଅସୁର ରାହୁ ସୂର୍ଯ୍ୟଙ୍କୁ ଆକ୍ରମଣ କରି ସୂର୍ଯ୍ୟଙ୍କୁ ଅନ୍ଧକାରରେ ଢାଙ୍କି ଦେଇଥାଏ | ଯାହାଫଳରେ ମନୁଷ୍ୟ ସୂର୍ଯ୍ୟଙ୍କ ରୂପକୁ ସମ୍ପୂର୍ଣ୍ଣ ଭାବେ ଦେଖିପାରିନଥିଲେ | ସୂର୍ଯ୍ୟଙ୍କୁ ନଦେଖିବା ଫଳରେ ମନୁଷ୍ୟ ହତାଶ ହୋଇଯାଇଥିଲେ | ସେତେବେଳେ ମହର୍ଷି ଅଟ୍ରି ନିଜର ଅର୍ଜିତ ଜ୍ଞାନର ସହାୟତାରେ ଅନ୍ଧକାର ଦୂର କରି ସୂର୍ଯ୍ୟଙ୍କୁ ଉଦ୍ଧାର କରିଥିଲେ |


କଣ ରହିଛି ପୁରାଣରେ :
ମତ୍ସ୍ୟ ପୁରାଣ ଅନୁସାରେ, ସୂର୍ଯ୍ୟ ଗ୍ରହଣର ସମ୍ବନ୍ଧ ରାହୁ କେତୁ ଏବଂ ତାଙ୍କ ଦ୍ୱାରା ଅମୃତ ପାଇବା କଥା ରହିଛି | ଏକଦା ସ୍ୱରଭାନୁ ନାମକ ରାକ୍ଷସ ଅମୃତ ପିଇବା ଲାଳସାରେ ରୂପ ବଦଳାଇ ସୂର୍ଯ୍ୟ ଏବଂ ଚନ୍ଦ୍ରଙ୍କ ମଝିରେ ବସିପଡିଥିଲା | କିନ୍ତୁ ଭଗବାନ ବିଷ୍ଣୁ ତାକୁ ଚିହ୍ନି ପାରିଥିଲେ | ଭଗବାନ ବିଷ୍ଣୁ ରାକ୍ଷସକୁ ଚିହ୍ନିବା ପୂର୍ବରୁ ସେ ଅମୃତ ପିଇସାରିଥିଲା | ଅମୃତ ରାକ୍ଷସର ଗଳା ଯାଇଁ ପହଂଚି ଯାଇଥିଲା | ଠିକ ସେତିକିବେଳେ ଭଗବାନ ବିଷ୍ଣୁ ନିଜ ସୁଦର୍ଶନ ଚକ୍ରରେ ରାକ୍ଷସର ମୁଣ୍ଡ ଗଣ୍ଡି ଲାଗ କରିଦେଇଥିଲେ | କିନ୍ତୁ ରାକ୍ଷସ ଅମୃତ ପିଇସାରିଥିଲା | ସେଥିପାଇଁ ସେ ମରିକି ମଧ୍ୟ ଜୀବନ୍ତ ରହିଲା | ରାକ୍ଷସର କଟିଯାଇଥିବା ମୁଣ୍ଡକୁ ରାହୁ କୁହାଗଲା ଏବଂ ଗଣ୍ଡିକୁ କେତୁ | ସେହିଦିନଠାରୁ ଯେବେବି ସୂର୍ଯ୍ୟ ଏବଂ ଚନ୍ଦ୍ର ପାଖକୁ ଆସନ୍ତି ରାହୁ କେତୁ ପ୍ରଭାବରେ ଗ୍ରହଣ ଲାଗିଥାଏ |


କଣ ରହିଛି ମହାଭାରତରେ :
ମହାଭାରତ ଯୁଦ୍ଧରର ଆରମ୍ଭ ଗ୍ରହଣ ଲାଗିଥିବା ସମୟରେ ହୋଇଥିଲା | ଯୁଦ୍ଧରର ଶେଷ ଦିନ ମଧ୍ୟ ଗ୍ରହଣ ଲାଗିଥିଲା | ଏହାଛଡା ଯୁଦ୍ଧ ଚାଲିଥିବା ବେଳେ ମଧ୍ୟ ଠାରେ ସୂର୍ଯ୍ୟ ଗ୍ରହଣ ଲାଗିଥିଲା | ଆରମ୍ଭରୁ ଶେଷ ଯାଏଁ ୩ଥର ଗ୍ରହଣ ଲାଗିଥିବା ହେତୁ ଯୁଦ୍ଧ ବହୁତ ଭୟଙ୍କର ହୋଇଥିଲା | ମହାଭାରତରେ ଅର୍ଜୁନ ପ୍ରତିଜ୍ଞା ନେଇଥିଲେ ଯେ, ସେ ସୂର୍ଯ୍ୟ ଅସ୍ତ ହେବ ପୂର୍ବରୁ ଜୟଦଃରଥକୁ ହତ୍ୟା କରିବେ | ଯଦି ଏଭଳି ନକରି ପାରିବେ ତାହେଲେ ନିଜେ ଅଗ୍ନି ସମାଧି ନେବେ | କୌରବ ଜୟଦଃରଥଙ୍କୁ ବଞ୍ଚାଇବା ପାଇଁ ଏକ ସୁରକ୍ଷା ଘେରା ପ୍ରସ୍ତୁତ କରିଥିଲେ | କିନ୍ତୁ ସେହିଦିନ ସୂର୍ଯ୍ୟ ଗ୍ରହଣ ହୋଇଥିବା ହେତୁ ସବୁଆଡେ ଅନ୍ଧକାର ଛାଇଯାଇଥିଲା | ଠିକ ସେତିକିବେଳେ ଜୟଦଃରଥ ଅର୍ଜୁନଙ୍କ ସାମ୍ନାକୁ ଆସି କହିଥିଲା ଯେ, ସୂର୍ଯ୍ୟ ଅସ୍ତ ହୋଇଗଲେଣି ଆଉ ଏବେ ଅଗ୍ନି ସମାଧି ନେଇଯାଅ | ଠିକ ଏତିକିବେଳେ ଗ୍ରହଣ ସମୟ ଅତିବାହିତ ହୋଇଯାଇଥିଲା ଏବଂ ସୂର୍ଯ୍ୟ କିରଣ ଯୁଦ୍ଧ କ୍ଷେତ୍ରରେ ବିଛୁରିତ ହୋଇ ପଡିଥିଲା | ଅର୍ଜୁନ ଜୟଦଃରଥକୁ ନିଜ ସମ୍ମୁଖରେ ପାଇଥିଲେ ଏବଂ ତାଙ୍କର ଵଧ କରିଥିଲେ |


ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ଗ୍ରହଣର ମହତ୍ୱ :
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗୋଟିଏ ବର୍ଷରେ ୩ କିମ୍ବା ତାଠାରୁ ଅଧିକ ସୂର୍ଯ୍ୟ ଗ୍ରହଣ ଅଶୁଭ ହୋଇଥାଏ | ଏଭଳି କ୍ଷେତ୍ରରେ ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ | ଏହାସହ ରାଜନୀତିରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଥାଏ | ଗ୍ରହଣ ପ୍ରଭାବରେ ଦେଶରେ ରହୁଥିବା ଲୋକଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ | ଏହାଫଳରେ ରୋଗ ବୈରାଗ ବୃଦ୍ଧି ପାଇଥାଏ | ତାଛଡା ଦେଶର ଆର୍ଥିକ ସ୍ଥିତିରେ ମଧ୍ୟ ଉନ୍ନତି ଅବନତି ଘଟିଥାଏ |


ସୂର୍ଯ୍ୟ ଗ୍ରହଣର ବୈଜ୍ଞାନିକ କାରଣ :
ବିଜ୍ଞାନ ଅନୁସାରେ ସୂର୍ଯ୍ୟ ଗ୍ରହଣ ଏକ ଏଷ୍ଟ୍ରୋନମିକାଲ ଘଟଣା | ଚନ୍ଦ୍ର ବୁଲି ବୁଲି ଯେତେବେଳେ ସୂର୍ଯ୍ୟ ଏବଂ ପୃଥିବୀ ମଝିକୁ ପଳେଇଆସେ ସେତେବେଳେ ସୂର୍ଯ୍ୟର କିରଣ ଚନ୍ଦ୍ର ଯୋଗୁଁ ଘୋଡେଇ ହୋଇଯାଇଥାଏ | ଯାହାଫଳରେ ଅନ୍ଧକାର ହୋଇଯାଇଥାଏ | ଚନ୍ଦ୍ର ଯୋଗୁଁ ସୂର୍ଯ୍ୟ ଆଂଶିକ କିମ୍ବା ପୂର୍ଣ୍ଣ ଭାବେ ଢାଙ୍କି ହୋଇଯାଏ | ଯାହାଫଳରେ ଏହାକୁ ସୂର୍ଯ୍ୟରେ ଗ୍ରହଣ ଲାଗିଥିବା କୁହାଯାଇଥାଏ |

   Related Posts