ଆଜି ଗୁରୁ ପୂର୍ଣ୍ଣିମା : ଜାଣନ୍ତୁ କେତେକ ଖାସ୍ ଏବଂ ମହତ୍ତ୍ବପୂର୍ଣ୍ଣ କଥା
16/07/2019 at 1:25 PM

ନୂଆ ଦିଲ୍ଲୀ ୧୬/୭: ଆଜି ହେଉଛି ପବିତ୍ର ଗୁରୁ ପୂର୍ଣ୍ଣିମା। ଯଦି ଆପଣ ଗୁରୁ ପୂର୍ଣ୍ଣିମା ବିଷୟରେ ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବା। ଏହି ଦିନ ଲୋକେ ତାଙ୍କ ଗୁରୁଙ୍କୁ ପୂଜା କରିଥାଆନ୍ତି ଏବଂ ତାଙ୍କୁ ନିଜ ଶ୍ରଦ୍ଧା ଅନୁସାରେ ଉପହାର ଦେଇଥାଆନ୍ତି। ଜୀବନରେ ଗୁରୁଙ୍କ ମହତ୍ତ୍ବ କହିବା ପାଇଁ ଗୁରୁ ପୂର୍ଣ୍ଣିମା ପାଳନ କରାଯାଇଥାଏ। ଯଦି ଆପଣ ମଧ୍ୟ ନିଜ ଗୁରୁଙ୍କୁ ପୂଜା କରିବାକୁ ଚାହଁନ୍ତି ଏବଂ ଯଦି ଆପଣଙ୍କୁ ଗୁରୁ ପୂର୍ଣ୍ଣିମାର ମହତ୍ତ୍ବ ଏବଂ କଥା ବିଷୟରେ ଜଣା ନାହିଁ ତେବେ ଆଜି ଆମେ ଏହା ବିଷୟରେ ଆପଣଙ୍କୁ କହିବା।

ଶାସ୍ତ୍ରେ ‘ଗୁ’ର ଅର୍ଥ ହେଉଛି ଅନ୍ଧକାର ଏବଂ ‘ରୁ’ର ଅର୍ଥ ଏହାକୁ ରୋକୁଥିବା ବ୍ୟକ୍ତି। ଏହାର ଅର୍ଥ ଅନ୍ଧକାରକୁ ନାଶ କରୁଥିବା ବ୍ୟକ୍ତି। ଗୁରୁ ଆମକୁ ଅନ୍ଧକାରରୁ ନିବୃତ୍ତ କରି ଆଲୋକ ଆଡ଼କୁ ଅଗ୍ରସର କରାଇଥାଆନ୍ତି। ଗୁରୁ ପୂର୍ଣ୍ଣିମା ଦିନ ଲୋକେ ନିଜ ଗୁରୁଙ୍କ ପୂଜା କରିଥାଆନ୍ତି। ତାଙ୍କୁ ନିଜ ତରଫରୁ ବସ୍ତ୍ର ଆଦି ଦେଇଥାଆନ୍ତି। କେତେକ ଲୋକ ନିଜ ଦିବଂଗତ ଗୁରୁଙ୍କ ଚରଣ ପାଦୁକାକୁ ଧୂପ,ଦୀପ,ପୁଷ୍ପ ଆଦି ଦ୍ବାରା ପୂଜା କରିଥାଆନ୍ତି ଏବଂ ତାଙ୍କ ନାଁରେ ବସ୍ତ୍ର ଏବଂ ଦକ୍ଷିଣା ଦାନ କରିଥାଆନ୍ତି।

ସନ୍ତାନ ଜନ୍ମ ଦେବା କାର୍ଯ୍ୟ ମାଆ ବାପା କରନ୍ତି କିନ୍ତୁ ଜୀବନର ମାର୍ଗ ଦର୍ଶନ କରାଉଥିବା ଏବଂ ସଂସାର ବିଷୟରେ ଅବଗତ କରାଉଥିବା ଗୁରୁ ଅଟନ୍ତି। ଗୁରୁଙ୍କ ବିନା ଜୀବନ ନିରର୍ଥକ। ଜୀବନର ଅଜ୍ଞାନତା ରୂପକ ଅନ୍ଧକାରକୁ ନାଶ କରି ପ୍ରକାଶ ଆଡ଼କୁ ଆମକୁ ଗୁରୁ ନେଇଥାଆନ୍ତି। ଏଥିପାଇଁ ଗୁରୁଙ୍କ ମହତ୍ତ୍ବକୁ ଦର୍ଶାଇ ମହାନ ସନ୍ଥ କବୀର ଦାସ କହିଛନ୍ତି- ‘ଗୁରୁ ଗୋବିନ୍ଦ ଦୋଉ ଖଡ଼େ କାକେ ଲାଗୁ ପାୟ,ବଲିହାରୀ ଗୁରୁ ଆପନେ ଗୋବିନ୍ଦ ଦିୟୋ ମିଲାୟେ’। ଅର୍ଥାତ୍ ଭଗବାନଙ୍କଠାରୁ ଅଧିକ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଗୁରୁଙ୍କର ହୋଇଥାଏ।

ସନ୍ଥ କବୀର ଦାସ ଗୁରୁଙ୍କ ଜୀବନରେ ମହତ୍ତ୍ବପୂର୍ଣ୍ଣ ସ୍ଥାନ ଅଛି ବୋଲି କହିଛନ୍ତି। ଏଥିପାଇଁ ସେ କହିଛନ୍ତି,‘ହରି ରୁଠେ ଗୁରୁ ଠୈାର ହେ,ଗୁରୁ ରୁଠେ ନହି ଠୈାର’। ଅର୍ଥାତ ଭଗବାନ ରାଗିଲେ ଗୁରୁଙ୍କ ଶରଣ ରକ୍ଷା କରାଯାଇପାରିବ କିନ୍ତୁ ଗୁରୁ ରାଗିଲେ କେଉଁଠି ଶରଣ ମିଳିବା ସମ୍ଭବ ନୁହେଁ। ମହାମୁନି ଅତ୍ରିଙ୍କ ପତ୍ନୀ ତଥା ପରମ ସତୀ ଅନୁସୂୟାଙ୍କ ସତୀତ୍ବ ପରୀକ୍ଷା ପାଇଁ ବ୍ରହ୍ମା ବିଷ୍ଣୁ ତଥା ଶିବ ସନ୍ନ୍ୟାସୀଙ୍କ ବେଶ ଧାରଣ କରିଥିଲେ ତଥା ତାଙ୍କୁ ନଗ୍ନ ହୋଇ ଭିକ୍ଷା ଦେବାକୁ କହିଥିଲେ । ମାଆ ଅନୁସୂୟା ନିଜ ପତିବ୍ରତା ଧର୍ମ ବଳରେ ସେହି ୩ଜଣଙ୍କୁ ବାଳକ କରି କ୍ଷୀର ପାନ କରାଇଥିଲେ। ୩ଜଣ ଦେବତା ସତୀ ଅନୁସୂୟାଙ୍କ ଗର୍ଭରୁ ଜନ୍ମ ନେବାର ବଚନ ଦେବା ପରେ ଦୁର୍ବାସା ଶିବ ବିଷ୍ଣୁ ଦତ୍ତୋତ୍ରୟ ତଥା ବ୍ରହ୍ମା ଚନ୍ଦ୍ର ରୂପରେ ଜନ୍ମ ହୋଇଥିଲେ। ଭଗବାନ ଦତ୍ତୋତ୍ରୟ ପରମଯୋଗୀ ତଥା ଆଦିଗୁରୁ ଅଟନ୍ତି। ଦକ୍ଷିଣ ଭାରତ ତଥା ମହାରାଷ୍ଟ୍ରରେ ତାଙ୍କୁ ପୂଜା କରାଯାଏ। ଗୁରୁ ପୂର୍ଣ୍ଣିମାରେ ବିଶେଷ କରି ତାଙ୍କୁ ପୂଜା କରାଯାଇଥାଏ ।
