Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ତ୍ରୟୋଦଶୀ ତିଥି ସହ ସଂଖ୍ୟାର ବିଶେଷ ସଂଯୋଗ : ଦୀପ ଜଳାଇଲେ ଅତ୍ୟନ୍ତ ଶୁଭ

5/04/2020 at 10:14 AM

ନୂଆଦିଲ୍ଲୀ ୫/୪: ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ଅପ୍ରେଲ୍ ୫ ଅର୍ଥାତ୍ ଆଜି ରାତି ୯ଟାବେଳେ ଘର ବାହାରେ କିମ୍ବା ବାଲକୋନିରେ ଦୀପ ଲଗାଇବାକୁ ଆହ୍ବାନ କରିଛନ୍ତି। ଆଜି କିନ୍ତୁ ଏପରି ତିଥି ଏବଂ ଯୋଗ ହେଉଛି,ଯାହା ଘର ବାହାରେ ଦୀପ ଲଗାଇବାର ପରମ୍ପରା ସହ ଜଡ଼ିତ। ରବିବାର ଦିନରେ ମଦନ ଦ୍ବାଦଶୀ ଏବଂ ରାତି ୯ଟା ପୂର୍ବରୁ ତ୍ରୟୋଦଶୀ ତିଥି ଲାଗିଯିବ। ଦୁଇଟି ତିଥିରେ ସନାତନ ପରମ୍ପରାରେ ଘରର ବାହାରେ କିମ୍ବା ଅଗଣାରେ ଦୀପ ଲଗାଇବାର ନିୟମ କୁହାଯାଇଛି। ମୋଦିଙ୍କ ଦୀପ ଲଗାଇବାର ଅପିଲକୁ କିଛି ଲୋକ ବିଜ୍ଞାନ ସହ ଯୋଡ଼ୁଛନ୍ତି, ତ କେତେକ ମନୋବିଜ୍ଞାନ ସହ।

ରବିବାର ରାତି ୯ଟା ବେଳେ ତ୍ରୟୋଦଶୀ ତିଥି ରହିବ। ଏହାକୁ ବିଜୟା ତିଥି କୁହାଯାଇଛି। ଏହି ତିଥିରେ କୌଣସି ଖାସ୍ କାମନା ସହ କରାଯାଇଥିବା କାମ ପୂରା ହୋଇଥାଏ ଏବଂ ସେଥିରେ ବିଜୟ ମିଳିଥାଏ। ଏହା ସହିତ ଗଣ୍ଡ ନାମକ ଯୋଗ ହେଉଛି।

ସାରାବଳୀ ଗ୍ରନ୍ଥ ଅନୁସାରେ ରାତି ୯ଟା ବେଳେ ଜାତକରେ ଚନ୍ଦ୍ର ଏବଂ ବୁଧଙ୍କଠୁ ଜପ ଧ୍ୟାନ ସମାଧି ଯୋଗ ହେଉଛି। ସେହି ସମୟରେ ତୁଳା ଲଗ୍ନର ଜାତକରେ ବୃହସ୍ପତିଙ୍କ ସ୍ଥିତି ଆରୋଗ୍ୟ ଯୋଗ ହେଉଛି। ଏହି ଯୋଗରେ ବିଶେଷ କାମନା ସହ କରାଯାଇଥିବା କାମରୁ ଦୀର୍ଘାୟୁ,ସମ୍ପତ୍ତି ଏବଂ ରାଜାଜ୍ଞା ଅର୍ଥାତ୍ ରାଜନୈତିକ ଶକ୍ତିରୁ ସୁଖ ମିଳିଥାଏ। ତ୍ରୟୋଦଶୀ ତିଥି ସମୟରେ ସନ୍ଧ୍ୟାରେ କିମ୍ବା ରାତିରେ ଘରର ବାହାରେ ଦୀପ ଲଗାଇଲେ ଯମରାଜା ସେହି ଘରେ ରହୁଥିବା ଲୋକଙ୍କ କଷ୍ଟ ଦୂର କରିଥାଆନ୍ତି।

ରବିବାର ସଂଖ୍ୟାର ବିଶେଷ ସଂଯୋଗ ହେଉଛି। ୫ ସଂଖ୍ୟା ବୁଧଙ୍କ କାରକ। ଆଜିର ପୂରା ତାରିଖ ୫-୪-୨୦୨୦କୁ ପରସ୍ପର ସହ ଯୋଡ଼ିଲେ ୧୩ ଆସିଥାଏ। ଏହି ସଂଖ୍ୟାରେ ସୂର୍ଯ୍ୟ ଏବଂ ବୃହସ୍ପତି ଉଭୟର ପ୍ରଭାବ ରହିଛି। ସୂର୍ଯ୍ୟ ଦେଶର ରାଜାଙ୍କ କାରକ ଥିବାବେଳେ ବୃହସ୍ପତି ଚେତନା ଏବଂ ବୁଦ୍ଧିକୁ ପ୍ରଭାବିତ କରିଥାଏ। ଏଥିପାଇଁ ଏହି ଦିନ ଦେଶର ରାଜାଙ୍କ ଇଚ୍ଛାରେ ସାମୂହିକ ଚେତନା ଏବଂ ବୁଦ୍ଧିର ପ୍ରୟୋଗ ସହ ଦୀପ ଏବଂ ଅନ୍ୟ ଜିନିଷର ବ୍ୟବହାର ଦ୍ବାରା ପ୍ରକାଶ କରିବା ଶୁଭ ହୋଇଥାଏ।

   Related Posts