Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଭୋଡାଫୋନକୁ ବଡ ଆଶ୍ଵସ୍ତି, ଭାରତ ସରକାର ବିରୋଧରେ ଜିତିଲା ୨୦ ହଜାର କୋଟି ଟଙ୍କାର ମୋକଦ୍ଦମା

25/09/2020 at 4:33 PM

ନୂଆଦିଲ୍ଲୀ ୨୫।୦୯: ବ୍ରିଟେନର ଟେଲିକମ୍ କମ୍ପାନୀ ଭୋଡାଫୋନ ଭାରତ ସରକାରଙ୍କ ବିରୋଧରେ ଅନ୍ତରାଷ୍ଟ୍ରୀୟ ମଧ୍ୟସ୍ଥତାର ଏକ ଗୁରୁତ୍ଵପୂର୍ଣ୍ଣ ମୋକଦ୍ଦମା ଜିତି ଯାଇଛି। ପ୍ରାୟ ୨୦ ହଜାର କୋଟି ଟଙ୍କାର ଏହି ମାମଲା ରେଟ୍ରୋସ୍ପୋକ୍ଟିଭ୍ ଟ୍ୟାକ୍ସ ସହ ଜଡିତ ଥିଲା। ଏହି କେସ୍‌ରେ ଭୋଡାଫୋନ ପକ୍ଷରେ ନିଷ୍ପତ୍ତି ଆସିଛି। ଭାରତ ସରକାର ଓ ଭୋଡାଫୋନ ମଧ୍ୟରେ ଏହି ମାମଲା ୨୦ ହଜାର କୋଟି ଟଙ୍କାର ରେଟ୍ରୋସ୍ପୋକ୍ଟିଭ୍ ଟ୍ୟାକ୍ସକୁ ନେଇ ଥିଲା।

ଭୋଡାଫୋନ ଓ ସରକାରଙ୍କ ମଧ୍ୟରେ କୌଣସି ସହମତି ହୋଇନପାରିବାରୁ ୨୦୧୬ରେ କମ୍ପାନୀ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟର ଦ୍ଵାରସ୍ଥ ହୋଇଥିଲା। ଲମ୍ବା ଶୁଣାଣି ପରେ ଭୋଡାଫୋନକୁ ଏବେ ଆଶ୍ଵସ୍ତି ମିଳିଛି। ଉଲ୍ଲେଖନୀୟ ଭାରତରେ ଭୋଡାଫୋନ ଆଇଡିଆ ସହ ମିଶି ଗ୍ରାହକଙ୍କୁ ସେବା ଯୋଗାଉଛି। ଭୋଡାଫୋନ-ଆଇଡିଆ ଦେଶର ତୃତୀୟ ବଡ ଟେଲିକମ କମ୍ପାନୀ।

ଏହି ନିଷ୍ପତ୍ତି ଏମିତି ସମୟରେ ଆସିଛି ଯେତେବେଳେ ଭୋଡାଫୋନ ଆଇଡିଆ ଏଜିଆର ବକେୟା ଟଙ୍କା ପୈଠ କରିବା କେସ୍‌ରେ ଫସି ରହିଛି। ଭୋଡାଫୋନ-ଆଇଡିଆ ଉପରେ ଟେଲିକମ ମନ୍ତ୍ରଣାଳୟର ଏଜିଆର ବକେୟା ୫୦ ହଜାର କୋଟି ଟଙ୍କାରୁ ଅଧିକ ରହିଛି। କମ୍ପାନୀ ବକେୟାରୁ ମାତ୍ର କେଇ କୋଟି ପୈଠ କରିଛି। ହେଲେ ନିକଟରେ ସୁପ୍ରିମକୋର୍ଟ ଟେଲିକମ କମ୍ପାନୀକୁ ସର୍ତ୍ତ ସହିତ ଏଜିଆର ବକୈୟା ପୈଠ କରିବାକୁ ୧୦ ବର୍ଷର ସମୟ ଦେଇଛନ୍ତି।

   Related Posts