ଲଖୀମପୁର ହିଂସା ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ଆଶ୍ବସ୍ତି, ହତ୍ୟା ମାମଲା ରୁଜୁ ଆବେଦନକୁ ଖାରଜ କଲେ କୋର୍ଟ

Published By : Prameya-News7 Bureau | December 07, 2021 IST

ଲକ୍ଷ୍ନୌ ୦୭/୧୨ : ଲଖୀମପୁର ଖିରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କୁ ବଡ ଆଶ୍ବସ୍ତି ମିଳିଛି । କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ନେଇ କୋର୍ଟ​‌ରେ ହୋଇଥିବା ଯାଚିକାକୁ ଖାରଜ କରିଛନ୍ତି ଅଦାଲତ । ଲଖୀମପୁର ଖିରୀରେ ହୋଇଥିବା ହିଂସାରେ ୪ ଜଣ କୃଷକଙ୍କ ସମେତ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଘଟଣାରେ ସାମ୍ବାଦିକ ରମଣ କଶ୍ୟପଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ମୃତକ ସାମ୍ବାଦିକଙ୍କ ଭାଇ କେନ୍ଦ୍ରମନ୍ତ୍ରୀଙ୍କୁ ଗିରଫ କରିବା ନେଇ କୋର୍ଟରେ ଯାଚିକା ଦାଖଲ କରିଥିଲେ ।

ରମଣ କଶ୍ୟପଙ୍କ ଭାଇ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ସମେତ ମୋଟ ୧୪ ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରିବା ପାଇଁ ଆବେଦନ କରିଥିଲେ । ତେବେ ଶୁଣାଣି ପରେ, କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲାରେ ରୁଜୁ ହୋଇପାରିବ ନାହିଁ ବୋଲି କହିଥିଲେ ସିଜେଏମ୍‌ କୋର୍ଟ । ପରେ ମାମଲାର ଶୁଣାଣି ପାଇଁ ଡିସେମ୍ବର ୧କୁ ଦିନ ଧାର୍ଯ୍ୟ କରିଥିଲେ କୋର୍ଟ । ଶୁଣାଣି ପରେ ଡିସେମ୍ବର ୬ ତାରିଖରେ ରାୟ ପ୍ରକାଶ ପାଇଁ କହିଥିଲେ କୋର୍ଟ । କିନ୍ତୁ ପରେ ୭ ତାରିଖ ମଙ୍ଗଳବାର ରାୟ ଶୁଣାଇଥିଲେ ସିଜେଏମ୍ କୋର୍ଟ । ରାୟ ମୁତାବକ କେନ୍ଦ୍ରମନ୍ତ୍ରୀଙ୍କ ବିରୁଦ୍ଧରେ କୌଣସି ହତ୍ୟା ମାମଲା ରୁଜୁ କରାଯାଇପାରିନ ନାହିଁ ବୋଲି କୋର୍ଟ ସଫାସଫା ଶୁଣାଇଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.