Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଋଣ ନେଇଥିବା ଲୋକଙ୍କୁ ମିଳିଲା ବଡ ଆଶ୍ଵସ୍ତି, ବ୍ୟାଙ୍କକୁ ଏହି ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

4/09/2020 at 3:34 PM

ନୂଆଦିଲ୍ଲୀ ୦୪।୦୯: ଋଣ ନେଇଥିବା ଲୋକଙ୍କୁ ମିଳିଲା ବଡ ଆଶ୍ଵସ୍ତି। କରୋନା ସଙ୍କଟ ଓ ଲକ୍‌ଡାଉନ୍‌ କାରଣରୁ ଦେଶର ଆର୍ଥିକ କାରବାର ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଋଣ ନେଇଥିବା ଲୋକଙ୍କୁ ମାସିକିଆ କିସ୍ତି ବା ଇଏମଆଇ ଭରିବାରେ ମୁସ୍କିଲ ହେଉଥିଲା। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ)ର ଲୋନ ମୋରାଟୋରିୟମ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ  ବ୍ୟାଙ୍କ ଖାତାକୁ ନନ୍ ପରଫରର୍ମିଙ୍ଗ ଆସେଟ୍(ଏନପିଏ) ଘୋଷିତ କରାଯାଇ ପାରିବ ନାହିଁ। ତିନି ଜଣିଆ ବିଚାରପତିଙ୍କ ଖଣ୍ଡପୀଠ କହିଛନ୍ତି ଯେଉଁ ଗ୍ରାହକଙ୍କ ବ୍ୟାଙ୍କ ଖାତା ଅଗଷ୍ଟ ୩୧ ସୁଦ୍ଧା ଏନପିଏ ହୋଇ ନାହିଁ ସେମାନଙ୍କୁ ମାମଲାର ସମାଧାନ ନହେବା ଯାଏ ସୁରକ୍ଷା ଦିଆଯାଉ। ବିଚାରପତି ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡୀ ଓ ଏମ ଆର ଶାହାଙ୍କ ପୀଠ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସେପ୍ଟେମ୍ବର ୧୦ ତାରିଖ ଧାର୍ଯ୍ୟ କରିଛନ୍ତି।

ସରକାର ଓ ଆରବିଆଇ ତରଫରୁ ଦଲିଲ୍ ଦେଇ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ସୁଧ ଉପରେ ରିହାତି ଦିଆଯାଇ ପାରିବ ନାହିଁ ମାତ୍ର ପରିଶୋଧ ନେଇ କିଛିଟା ଚାପ କମ କରାଯାଇ ପାରିବ। ମେହଟ୍ଟା କହିଛନ୍ତି ବ୍ୟାଙ୍କିଙ୍ଗ କ୍ଷେତ୍ର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ ଏବଂ ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବା ଭଳି କୌଣସି ନିଷ୍ପତ୍ତି ନିଆଯାଇ ପାରିବ ନାହିଁ।

ସଲିସିଟର ଜେନେରାଲ କହିଛନ୍ତି ଲୋକେ ଯେଉଁ ସବୁ ସମସ୍ୟା ଉପସ୍ଥାପନ କରିଛନ୍ତି ତାହା ସବୁ ଯୁକ୍ତିଯୁକ୍ତ। ସବୁ ସେକ୍ଟରର ସ୍ଥିତି ଉପରେ ବିଚାର ଜରୁରୀ ଅଟେ ହେଲେ ବ୍ୟାଙ୍କିଙ୍ଗ ସେକ୍ଟର ଉପରେ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ମେହଟ୍ଟା କହିଛନ୍ତି ମୋରାଟୋରିୟମର ଉଦ୍ଦେଶ୍ୟ ସୁଧ ଛାଡ କରିବା ନୁହେଁ। କରୋନା ଯୋଗୁଁ ସବୁ କ୍ଷେତ୍ର ଉପରେ ପ୍ରଭାବ ପଡିଛି। ମାତ୍ର କିଛି ସେକ୍ଟର ଏମିତି ଯେଉଁମାନେ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଫାର୍ମାସ୍ୟୁଟିକଲ ଓ ଆଇଟି ସେକ୍ଟର ଏହି ସଙ୍କଟ ସମୟରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି।

ସୁପ୍ରିମକୋର୍ଟରେ ଦଲିଲ୍ ଦେଇ ମେହଟ୍ଟା କହିଛନ୍ତି ଅଗଷ୍ଟ ୬ ଆରବିଆଇର ସର୍କୁଲାରରେ ବ୍ୟାଙ୍କଗୁଡିକୁ ଋଣ ଆଦାୟ ପ୍ରକ୍ରିୟା ସ୍ଥିର କରିବା ପାଇଁ ସ୍ଵାଧୀନତା ଦିଆଯାଇଛି। ଏଥିପାଇଁ ଏକ କମିଟି ଗଠନ କରାଯାଇଥିଲା, ଯାହା ସେପ୍ଟେମ୍ବର ୬ ସୁଦ୍ଧା ନିଜର ରିପୋର୍ଟ ପ୍ରଦାନ କରିବେ। ସେ କହିଛନ୍ତି ସାଧାରଣତଃ ୯୦ ଦିନ ପର୍ଯ୍ୟନ୍ତ ଋଣର କିସ୍ତି ପୈଠ ନକଲେ  ବ୍ୟାଙ୍କ ଆକାଉଣ୍ଟକୁ ଏନପିଏ ଘୋଷିତ କରାଯାଏ। ହେଲେ ପ୍ରଥମ ତିନି ମାସ ଓ ଏହାର ପରବର୍ତ୍ତୀ ତିନି ମାସ ଯାଏ ଏନପିଏ ଅବଧି ବୃଦ୍ଧି କରାଯିବ। ତେଣୁ ସେପ୍ଟେମ୍ବର ୧ରେ କିସ୍ତି ପୈଠ କରିବାରେ ବିଫଳ ଖାତାକୁ ଏନପିଏ ଘୋଷିତ କରାଯିବ ନାହିଁ।

ଶୁଣାଣି ସମୟରେ ବିଚାରପତି ଅଶୋକ ଭୂଷଣ କହିଛନ୍ତି ବ୍ୟାଙ୍କର ଏହି ଦଲିଲକୁ ଚ୍ୟାଲେଞ୍ଜ କରାଯାଉ ନାହିଁ, କିନ୍ତୁ ରିହାତି ଦାବି କରାଯାଉଛି। ଭୂଷଣ ପ୍ରଶ୍ନ କରିଛନ୍ତି କଣ ଯେଉଁ ଲୋକେ ପୂର୍ବରୁ ଡିଫଲ୍ଟର ଘୋଷିତ ହୋଇ ସାରିଛନ୍ତି ଏବଂ କରୋନା କାରଣରୁ ସେମାନଙ୍କର ଆର୍ଥିକ ସ୍ଥିତି ଆହୁରି ବିଗିଡି ଯାଇଛି ସେମାନଙ୍କୁ ବ୍ୟାଙ୍କର ସଦ୍ୟତମ ଘୋଷିତ ରିହାତିର ଲାଭ ମିଳିବ କି ? ଅନ୍ୟପଟେ ବିଚାରପତି ଆର ସୁଭାଷ ରେଡ୍ଡୀ ପ୍ରଶ୍ନ କରିଛନ୍ତି ଯେ ଚକ୍ରବୃଦ୍ଧି ସୁଧ ଲାଗୁ କରାଯିବ। ମୋରାଟୋରିୟମ ଏବଂ ସୁଦ୍ଧ ଆଦାୟ ଏକ ସଙ୍ଗେ ଚାଲି ପାରିବ ନାହିଁ। ତେଣୁ ଆରବିଆଇକୁ ଏହା ଉପରେ ସ୍ପଷ୍ଟ କରିବା ଉଚିତ୍ ବୋଲି କୋର୍ଟ କହିଛନ୍ତି।

   Related Posts