Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଫୋନି ବିପନ୍ନଙ୍କ ପାଇଁ ଆସିଥିବା ଶହ ଶହ ବସ୍ତା ଚୁଡା ବଣ୍ଟା ହୋଇନପାରି ପୋତା ହେଲା

27/06/2019 at 12:01 PM

ବ୍ରହ୍ମଗିରି ୨୭|୬: ବାତ୍ୟା ଫୋନି ବିପନ୍ନଙ୍କ ପାଇଁ ଆସିଥିବା ଶହଶହ ବସ୍ତା  ଚୁଡା ଏବେ ପୋତା ଯାଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରେ । ନିଜର ଦୋଷକୁ ଲୁଚାଇବାକୁ ଯାଇ ପ୍ରଶାସନ ଏହାକୁ ତରବରିଆ ଭାବେ ପୋତି ଦେଇଛି ।

ଫୋନିରେ ପ୍ରଭାବିତ ହୋଇଥିବା ବିପନ୍ନଙ୍କ ପାଇଁ ଆସିଥିଲା ଏହି ଶହ ଶହ ବସ୍ତା ଚୁଡା । କିନ୍ତୁ ଏହାକୁ ବିପନ୍ନଙ୍କୁ ବଣ୍ଟା ନଯାଇ ଏକ ଜାଗାରେ ଗଚ୍ଛିତ କରି ରଖାଗଲା । ଏଭିତରେ ଫୋନିକୁ ପ୍ରାୟ ୫୦ ଦିନ ବିତି ଯାଇଥିବାରୁ ଏବେ ଏସବୁ ଚୁଡା ନଷ୍ଟ ହୋଇଯାଇଛି ।  ଯାହା ଫଳରେ ଗତକାଲି ଏହି ଚୁଡା ବସ୍ତାକୁ ସାତପଡା ଓଟିଡିସି ପଛପଟେ ତରବରିଆ ଭାବେ ଜେସିବି ଯୋଗେ ଗାତ ଖୋଳି ପୋତି ଦେଇଛି ପ୍ରଶାସନ । 

ଏବେ ପ୍ରଶ୍ନ ଉଠିଛି ଏତେ ପରିମାଣର ଚୁଡା କେଉଁଠୁ ଆସିଲା ?  ଏବଂ ଲୋକଙ୍କୁ ବଣ୍ଟା ନଯାଇ କାହିଁକି ପୋତା ଗଲା । ତେବେ ଏଭଳି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।

   Related Posts