ଅଭିନେତା ସାହିଲ ଖାନଙ୍କୁ ଆଶ୍ୱସ୍ତି, ହାଇକୋର୍ଟ ଦେଲେ ଜାମିନ

Published By : Prameya-News7 Bureau | December 07, 2021 IST

ମୁମ୍ବାଇ ୦୭/୧୨: ମଡେଲ ତଥା ବଡି ବିଲଡର ମନୋଜ ପାଟିଲଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତା ସାହିଲ ଖାନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହା ସହିତ ହାଇକୋର୍ଟ ମଧ୍ୟ ପାଟିଲଙ୍କ ବିରୋଧରେ ଟୁଇଟ୍ କିମ୍ବା ପୋଷ୍ଟ ନକରିବାକୁ ସାହିଲ ଖାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଅଭିନେତା ସାହିଲ ଖାନଙ୍କୁ ୨୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି।

wp:html /wp:html

ସୂଚନା ଅନୁଯାୟୀ, ମନୋଜ ପାଟିଲ କିଛି ମାସ ପୂର୍ବରୁ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କୁ କୂପର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣା ପରେ ମନୋଜ ସାହିଲଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ମନୋଜ ଅଭିନେତା ସାହିଲ ଖାନଙ୍କ ଉପରେ ହଇରାଣ କରୁଥିବାର ଅଭିଯୋଗ ଲଗାଇଥିଲେ। ଏପରିକି ସୁଇସାଇଡ୍ ନୋଟରେ ମନୋଜ ପାଟିଲ ଲେଖିଛନ୍ତି ଯେ ସାହିଲଙ୍କ ନିର୍ଯ୍ୟାତନା ତଥା ବଦନାମ ହେତୁ ସେ ଏହି ପଦକ୍ଷେପ ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.