ଶିଳ୍ପା ସେଟ୍ଟୀ ଏବଂ ଗୋବିନ୍ଦାଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରୁ ମିଳୁଥିବା ସୁରକ୍ଷା ହେଲା କାୟେମ : ଏହି ଗୀତରେ ରୁଜୁ ହୋଇଥିଲା ମାମଲା

Published By : Prameya-News7 Bureau | April 25, 2019 IST

ମୁମ୍ବାଇ ୨୫/୪: ଫିଲ୍ମ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ଅଭିନେତା ଗୋବିନ୍ଦାଙ୍କୁ ହାଇକୋର୍ଟରୁ ମିଳିଥିବା ସୁରକ୍ଷା କାୟେମ ରହିବ। ବୁଧବାର ହାଇକୋର୍ଟ ଉଭୟଙ୍କ ବିରୋଧରେ ପାକୁଡ଼ର ତଳ ଅଦାଲତରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ ଲଗାଯାଇଥିବା ରୋକକୁ ଜାରି ରଖି ଏହି ମାମଲାର ଶୁଣାଣି ଜୁନ୍ ୧୬ତାରିଖ ନିର୍ଦ୍ଧାରିତ କରିଛି।

{"id":107092,"width":595,"height":298}

୧୯୯୬ରେ ରିଲିଜ ହୋଇଥିବା ଫିଲ୍ମ ‘ଛୋଟେ ସରକାର’ର ଗୀତ ‘ଏକ ଚୁମ୍ମା ତୁ ମୁଝକୋ ଉଧାର ଦେ ଦେ,ବଦଲେ ମେଁ ୟୁପି ବିହାର ଲେ ଲେ’କୁ ଅପମାନଜନକ କହି ବାଲ ମୁକୁନ୍ଦ ତିଓ୍ବାରୀ ପାକୁଡ଼ରେ ମାମଲା ରୁଜୁ କରିଥିଲେ। ଏହାକୁ ଧ୍ୟାନରେ ରଖି ଅଦାଲତ ଉଭୟଙ୍କୁ ସମନ ଜାରି କରିଥିଲା। ସମନ ଜାରି ହେବା ପରେ ମଧ୍ୟ ଦୁହେଁ କୋର୍ଟ​ରେ ହାଜିର ହୋଇନଥିଲେ। ଏହାପରେ ଅଦାଲତ ଦୁଇଜଣଙ୍କ ବିରୋଧରେ ଓ୍ବାରେଣ୍ଟ ଜାରି କରିଥିଲେ।

{"id":107094,"width":594,"height":334}

ତଳ ଅଦାଲତର ଏହି ନିଷ୍ପତ୍ତିକୁ ଦୁହେଁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦେଇଥିଲେ ଏବଂ ତଳ ଅଦାଲତର କାର୍ଯ୍ୟାନୁଷ୍ଠାନକୁ ନିରସ୍ତ୍ର କରିବାକୁ ଆଗ୍ରହ କରିଥିଲେ। ଶିଳ୍ପା ଏବଂ ଗୋବିନ୍ଦାଙ୍କ ପକ୍ଷ ରଖି ଓକିଲ ଅଦାଲତକୁ କହିଥିଲେ ଯେ ଏହି ଗୀତ କେବଳ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରାଯାଇଥିଲା। ଏହି ଗୀତରେ କେବଳ ସେମାନେ ଅଭିନୟ କରିଛନ୍ତି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.