Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

ଘର କିଣୁଥିବା ଲୋକଙ୍କ ପାଇଁ ବଡ ଖବର : ଜିଏସଟି କାଉନସିଲ ବୈଠକରେ ସରକାରଙ୍କ ବଡ ଘୋଷଣା

24/02/2019 at 7:29 PM

ଦିଲ୍ଲୀ ୨୪/୨ : କେନ୍ଦ୍ର ସରକାର ଲୋକସଭା ନିର୍ବାଚନ ପୂର୍ବରୁ ଘର କିଣୁଥିବା ବ୍ୟକ୍ତିଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି | ସରକାର କିଛି ଦିନ ହେଲା ଜିଏସଟି କାଉନସିଲ ବୈଠକରେ ଘର କିଣାକୁ ନେଇ ଏକ ବଡ ଉପହାର ଦେବେ ବୋଲି ସଂକେତ ଦେଇଥିଲେ | ଆଜି ବସିଥିଲା ଜିଏସଟି କାଉନସିଲ ବୈଠକ | ବୈଠକରେ ଜିଏସଟି କାଉନସିଲ ନିର୍ମାଣାଧୀନ ପରିଯୋଜନାରେ ଘର ଉପରେ ଜିଏସଟି ଦର ୧୨ ପ୍ରତିଶତ ହ୍ରାସ କରି ୫ ପ୍ରତିଶତ କରିଛନ୍ତି | ଏହାଛଡା ଘର କିଣୁଥିବା ଲୋକଙ୍କ ପାଇଁ ମଧ୍ୟ ଜିଏସଟି ହ୍ରାସ କରାଯାଇଛି | କମ ଦରର ଘର ଉପରେ ଜିଏସଟି ୮ ପ୍ରତିଶତରୁ ହ୍ରାସ କରି ୧ ପ୍ରତିଶତ କରିଦିଆଯାଇଛି |


ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ଯେ, ଏବେ ଶସ୍ତା ଘର ଉପରେ ଜିଏସଟି ଦର ବିନା ଟ୍ୟାକ୍ସ ଇନପୁଟ କ୍ରେଡିଟର ୮ ପ୍ରତିଶତ ହ୍ରାସ କରାଯାଇ ୧ ପ୍ରତିଶତ କରାଯାଇଛି |


ଜିଏସଟି କାଉନସିଲ ବୈଠକରେ ଶସ୍ତା ଘରର ପରିଭାଷା ମଧ୍ୟ ନିର୍ଦ୍ଧାରଣ କରାଯାଇଛି | ମହାନଗରରେ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ଏବଂ ୬୦ ବର୍ଗ ମିଟର କ୍ଷେତ୍ର ବିଶିଷ୍ଟ ଘର ଏହି ଶ୍ରେଣୀ ଅନ୍ତର୍ଭୁକ୍ତ | ଏହିଭଳି ସହରମାନଙ୍କରେ ୯୦ ବର୍ଗ ମିଟର ବିଶିଷ୍ଟ ଘର ଏହି ଶ୍ରେଣୀ ଅନ୍ତର୍ଭୁକ୍ତ | ଅବଶିଷ୍ଟ ବର୍ଗ ପାଇଁ ଜିଏସଟି ଦର ଏପ୍ରିଲ ୧ ତାରିଖରୁ ଲାଗୁ ହେବ |
ଅରୁଣ ଜେଟଲୀ କହିଛନ୍ତି ଯେ, ଜିଏସଟି ଦରରେ ହ୍ରାସ କରାଯିବା ନିଷ୍ପତ୍ତି ନିଶ୍ଚିତ ରୂପେ ଘର ନିର୍ମାଣ କ୍ଷେତ୍ରରେ ଲୋକଙ୍କୁ ଲାଭ ପ୍ରଦାନ କରିବ | ଲଟେରୀ ଉପରେ ଜିଏସଟି ସମ୍ବନ୍ଧୀୟ ଅନ୍ୟାନ୍ୟ ନିଷ୍ପତ୍ତି ସ୍ଥଗିତ ରଖାଯାଇଛି |

ଏଥିପାଇଁ ପୁଣିଥରେ ମନ୍ତ୍ରୀମାନଙ୍କ ସହ ବୈଠକ ହେବ | ଏବେ ରାଜ୍ୟ ସରକାରଙ୍କ ଦ୍ୱାରା ସଞ୍ଚାଳିତ ଲଟେରୀ ଯୋଜନା ଉପରେ ୧୨ ପ୍ରତିଶତ ଏବଂ ରାଜ୍ୟ ସରକାର ଦ୍ୱାରା ଅଧିକୃତ ଲଟେରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ କରାଯିବ | ରିୟଲ ଇଷ୍ଟେଟ ସେକ୍ଟର ଗତ କିଛି ବର୍ଷ ହେଲା ମାନ୍ଦା ଚାଲିଛି | ଯେଉଁଥିପାଇଁ ସରକାର ଜିଏସଟିରେ ହ୍ରାସ କରିଛନ୍ତି | ଜିଏସଟି ପରିଷଦ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ନିତିନ ପଟେଲଙ୍କ ଅଧ୍ୟକ୍ଷତାରେ ରିୟଲ ଇଷ୍ଟେଟ କ୍ଷେତ୍ର ପାଇଁ ମନ୍ତ୍ରୀମାନଙ୍କ ସହ ବୈଠକ କରିଥିଲା |

   Related Posts