ସୁପ୍ରିମକୋର୍ଟରୁ ଅନୁରାଧା ପୌଡୱାଲଙ୍କୁ ଆସ୍ୱସ୍ଥି, ଫ୍ୟାମିଲି କୋର୍ଟ ମାମଲା ଉପରେ ଲାଗିଲା ରହିତାଦେଶ
30/01/2020 at 4:16 PM

ନୂଆଦିଲ୍ଲୀ ୩୦।୧: ଦିଗ୍ଗଜ ବଲିଉଡ୍ ଗାୟିକା ଅନୁରାଧା ପୌଡୱାଲଙ୍କୁ ଗୁରୁବାର ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି। ତାଙ୍କୁ ନେଇ ତିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମୋକଦ୍ଦମା ଉପରେ ସର୍ବୋଚ୍ଚ ନ୍ୟାୟାଳୟ ରିହତାଦେଶ ଜାରି କରିଛନ୍ତି। ଏହା ଛଡା କୋର୍ଟରେ ମୋକଦ୍ଦମା ରୁଜୁ କରିଥିବା ମହିଳା କରମାଲା ମୋଡେକ୍ସଙ୍କୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି।

ଅନୁରାଧାଙ୍କ ପକ୍ଷରୁ ତାଙ୍କ ଓକିଲ ତିରୁଅନନ୍ତପୁରମ ଫ୍ୟାମିଲି କୋର୍ଟରେ ଚାଲିଥିବା ମୋକଦ୍ଦମାକୁ ମୁମ୍ବାଇ କୋର୍ଟ ଟ୍ରାନ୍ସଫର ନିମନ୍ତେ ଏକ ନିବେଦନ ମଧ୍ୟ ଦାଖଲ କରିଛନ୍ତି। ତେବେ ଆସନ୍ତୁ ଜାଣିବା ପୁରା ମାମଲା।

କେରଳ ତିରୁଅନନ୍ତପୁରମ ସହରରେ ରହୁଥିବା ଜନୈକା ମହିଳା କରମାଲା ମୋଡେକ୍ସ ନିଜକୁ ଅନୁରାଧା ପୌଡୱାଲଙ୍କ ଝିଅ ବୋଲି ଦାବି କରୁଛନ୍ତି। ୧୯୭୪ରେ ଜନ୍ମିତା କରମାଲାଙ୍କ ଅଭିୟୋଗ ଯେ ଜନ୍ମ ହେବାର ମାତ୍ର ୪ ଦିନରେ ଅନୁରାଧା ତାଙ୍କୁ ତାଙ୍କର ବର୍ତ୍ତମାନର ମାତାପିତାଙ୍କୁ ଦେଇଦେଇଥିଲେ। ନିଜର ବିଜି ସିଡ୍ୟୁଲ ଓ କ୍ୟାରିୟର ଲାଗି ସେ ତାଙ୍କର ପାଳନପୋଷଣ ଚାହୁଁ ନଥିବାରୁ ଏପରି କରିଥିଲେ ବୋଲି ଅଭିଯୋଗ କରି କରମଲା କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ମୋଡେକ୍ସ ଏଥିଲାଗି ନଗଦ ୫୦କୋଟି ଟଙ୍କା ଓ ଅନୁରାଧାଙ୍କ ସମ୍ପତ୍ତିର ଏକ ଚତୁର୍ଥାଂଶ ଲାଗି କୋର୍ଟରେ ଦାବି କରିଛନ୍ତି। ତେବେ ପ୍ରଥମରୁ ଅନୁରାଧା ଅଭିଯୋଗକୁ ଅସ୍ୱୀକାର କରିଆସୁଛନ୍ତି। ହେଲେ ମାମଲା କୋର୍ଟରେ ପହ଼ଞ୍ଚିଥିବା ବେଳେ କୋର୍ଟ ଅନୁରାଧା ପୌଡୱାଲ ଓ ତାଙ୍କ ୨ ପୁଅଙ୍କୁ ସମନ ଜାରି କରି ଜାନୁୟାରୀ ୨୭ରେ ହାଜର ହେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ତେବେ ଅନୁରାଧାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଟ୍ରାନ୍ସଫର ନିବେଦନ କରାଯାଇଥିଲା।