Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

୨୮ ପରେ ଗରମରୁ ମିଳିବ ଆଶ୍ବସ୍ତି : ଜୁନ ୧ ରୁ ୫ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ

25/05/2020 at 3:18 PM

ନୂଆଦିଲ୍ଲୀ ୨୫/୦୫ : କରୋନା ସଙ୍କଟ ମଧ୍ୟରେ ଖରାର ପ୍ରକୋପ ମଧ୍ୟ ରହିଛି | ଖରା ସାଙ୍ଗକୁ ଗରମ ମଧ୍ୟ ଭୀଷଣ | ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ମେ ୨୮ ତାରିଖ ପରେ ଗରମରୁ ଟିକିଏ ଆଶ୍ବସ୍ତି ମିଳିପାରେ | ପାଣିପାଗ ସୂଚନା ଅନୁଯାୟୀ, ଜୁନ ୧ ରୁ ୫ ତାରିଖ ମଧ୍ୟରେ ମୌସୁମୀ କେରଳ ଛୁଇଁବ | ଜୁନ ୧୫ ରୁ ୨୦ ମଧ୍ୟରେ ମୁମ୍ବାଇ ଛୁଇଁବାର ସମ୍ଭାବନା ରହିଛି |

ଗତ ୩ ଦିନ ହେଲା ସାରା ଦେଶରେ ଭୀଷ୍ମ ଗରମ ଅନୁଭୂତ ହେଉଛି | ଦେଶର ରାଜଧାନୀ ଦିଲ୍ଲୀରେ ଆଜି ତାପମାତ୍ରା ୪୫ ରୁ ୪୬ ଡିଗ୍ରୀ ରହିଛି | ଓଡିଶାରେ ମଧ୍ୟ ଗତ କିଛି ଦିନ ହେଲା ଖରା ଓ ଗରମ ବଢିଯାଇଛି | ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି | ରାଜସ୍ତାନରେ ଦେଶର ସର୍ବାଧିକ ତାପମାତ୍ରା ୪୭.୬ ଡିଗ୍ରୀ ରେକର୍ଡ କରାଯାଇଛି |

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ମେ ୨୮ ତାରିଖ ପରେ ଉତ୍ତର ପୂର୍ବ ଦିଗରୁ ପବନ ବୋହିବ| ଯାହାଫଳରେ ଗ୍ରୀଷ୍ମ ଲହରୀ ହ୍ରାସ ପାଇପାରେ | ଫଳରେ ୨୯ ତାରିଖରୁ ଉତ୍ତର ଭାରତର କିଛି ଅଞ୍ଚଳରେ ଆଶ୍ବସ୍ତି ମିଳିବ | କିନ୍ତୁ ମଧ୍ୟ ଭାରତ, ମହାରାଷ୍ଟ୍ରର ଅତିରିକ୍ତ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ | ପଞ୍ଜାବ, ହରିୟାଣା, ମଧ୍ୟ ପ୍ରଦେଶ, ରାଜସ୍ତାନ, ତେଲେଙ୍ଗାନାରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି | କିଛି ସ୍ଥାନରେ ତାପମାତ୍ରା ୪୭ ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି |

   Related Posts