ରେକର୍ଡ ସ୍ତରରେ ପହଞ୍ଚିଲା ରିଲାଏନ୍ସର ସେୟାର, ପ୍ରତି ମିନିଟ୍‌ରେ ପ୍ରାୟ ୧୩ କୋଟି ଟଙ୍କା ବଢିଲା ମୁକେଶ ଅମ୍ବାନୀଙ୍କ ସଂପତ୍ତି

Published By : Prameya-News7 Bureau | September 28, 2021 IST

ନୂଆଦିଲ୍ଲୀ ୨୮।୦୯: ସେୟାର ବଜାର ସପ୍ତାହର ଦ୍ଵିତୀୟ କାରବାର ଦିନ ଅର୍ଥାତ ମଙ୍ଗଳବାର ଲାଲ ଚିହ୍ନ ସହ ବନ୍ଦ ହୋଇଛି। ଏହା ସତ୍ତ୍ଵେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ସେୟାର ମୂଲ୍ୟରେ ବୃଦ୍ଧି ଘଟିଛି। ପ୍ରାୟ ଏକ ପ୍ରତିଶତ ବୃଦ୍ଧି ସହ ରେକର୍ଡ ୨୫୪୮.୦୫ ଟଙ୍କାରେ ବନ୍ଦ ହୋଇଛି କମ୍ପାନୀର ସେୟାର। ଏହି କାରଣରୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ଵାନୀଙ୍କ ସଂପତ୍ତିରେ ମଧ୍ୟ  ବୃଦ୍ଧି ଘଟିଛି।

ଗତ ଅନେକ ଦିନ ହେବ ରିଲାଏନ୍ସ ସେୟାରରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଛି। ମଙ୍ଗଳବାର କାରବାର ସମୟରେ ରିଲାଏନ୍ସ ସେୟାର ରେକର୍ଡ ସ୍ତର ୨୫୬୫ରେ ପହଞ୍ଚିଥିଲା। ମଙ୍ଗଳବାର କାରବାର ଶେଷ ଆଡକୁ ଏହା ୨୫୪୮.୦୫ ଟଙ୍କାରେ ବନ୍ଦ ହୋଇଛି।

କେତେ ବଢିଲା ମୁକେଶ ଅମ୍ଵାନୀଙ୍କ ସଂପତ୍ତି

ଫୋବର୍ସ ରିଏଲ ଟାଇମ ବିଲିନେୟର ଇଣ୍ଡେକ୍ସ ଅନୁଯାୟୀ, ସେୟାର ମୂଲ୍ୟ ବୃଦ୍ଧି ଘଟିବାରୁ ମୁକେଶ ଅମ୍ବାନୀଙ୍କ ସଂପତ୍ତି ୨୪ ଘଣ୍ଟା ଭିତରେ ୨.୫ ଅରବ ଡଲାରରୁ ବଢି ୯୮.୫ ଅରବ ଡଲାର ପର୍ଯ୍ୟନ୍ତ ପହଞ୍ଚିଛି। ଅର୍ଥାତ ୨୪ ଘଣ୍ଟାରେ ମୁକେଶ ଅମ୍ବାନୀଙ୍କ ସଂପତ୍ତି ପ୍ରାୟ ୧୮,୩୫୦ କୋଟି ଟଙ୍କା ବଢିଛି। ଏହିପରି ଦେଖିବାକୁ ଗଲେ ପ୍ରତି ମିନିଟ୍‌ରେ ତାଙ୍କ ସଂପତ୍ତିରେ ପ୍ରାୟ ୧୩ କୋଟି ଟଙ୍କା ବୃଦ୍ଧି ଘଟିଛି।

୧୦୦ ବିଲିୟନ ଡଲାରର ନିକଟତର

ମୁକେଶ ଅମ୍ବାନୀ ୧୦୦ ବିଲିୟନ ଡଲାରର ସଂପତ୍ତିଧାରୀ ତାଲିକାରେ ସାମିଲ୍ ହେବାର ନିକଟତର ହୋଇଛନ୍ତି। ମୁକେଶ ବର୍ତ୍ତମାନ ଦୁନିଆର ୧୦ମ ସବୁଠୁ ଧନୀ ବ୍ୟକ୍ତି। କୋଭିଡ୍ ଲଡକାଉନ୍ ସମୟରେ ଅମ୍ବାନୀଙ୍କ ନେତୃତ୍ଵରେ ଜିଓର ସେୟାର ଫେସବୁକ, ଗୁଗଲ ପରି ବିଦେଶୀ ନିବେଶକଙ୍କୁ ବିକି କମ୍ପାନୀ ପ୍ରାୟ ୧.୪୮ ଲକ୍ଷ କୋଟି ଟଙ୍କା ପୁଞ୍ଜି ସଂଗ୍ରହ କରି ପାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.