Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ନିଜ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣ ଖର୍ଚ୍ଚ ବହନ କରିବ ରିଲାଏନ୍ସ

5/03/2021 at 11:02 AM

ମୁମ୍ବାଇ ୦୫/୦୩ : କର୍ପୋରେଟ ସେକ୍ଟର ବି ବର୍ତ୍ତମାନ ନିଜ କର୍ମଚାରୀଙ୍କୁ କରୋନା ଟିକା ଦେବା ପ୍ରତିବଦ୍ଧତା ପୁରା କରିବା ଦିଗରେ ଆଗେଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନିର୍ଦ୍ଦେଶକ ନୀତା ଅମ୍ବାନୀ ରିଲାଏନ୍ସ କର୍ମଚାରୀଙ୍କୁ ଲେଖିଥିବା ପତ୍ରରେ କହିଛନ୍ତି ଯେ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣର ପୁରା ଖର୍ଚ୍ଚ ରିଲାଏନ୍ସ ବହନ କରିବ। ନୀତା ଅମ୍ବାନୀ ପତ୍ରରେ କହିଛନ୍ତି ଯେ ଯୋଗ୍ୟ କର୍ମଚାରୀ ସରକାରଙ୍କ ଦ୍ୱାରା ଜାରି ଟିକାକରଣ ଅଭିଯାନରେ ଶୀଘ୍ର ପଞ୍ଜିକରଣ କରନ୍ତୁ। ନୀତା ଅମ୍ବାନୀ କହିଛନ୍ତି କରୋନା ବିରୋଧରେ ସେ ଦେଶ ସହ କାନ୍ଧରେ କାନ୍ଧ ମିଶାଇ ଛିଡା ହୋଇଛନ୍ତି।

ଏହା ପୂର୍ବରୁ ୨୦୨୦ ଡିସେମ୍ବର ଶେଷ ଆଡକୁ ‘ରିଲାଏନ୍ସ ଫ୍ୟାମିଲି ଡେ’ ଅବସରରେ ନୀତା ଅମ୍ବାନୀ ଓ ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀ କହିଥିଲେ ଯେ ଯେମିତି ଜରୁରୀ ଅନୁମତି ମିଳିବ ସେ ରିଲାଏନ୍ସ କର୍ମଚାରୀ ଓ ତାଙ୍କ ପରିବାରର ଟିକାକରଣ ଅଭିଯାନ ଆରମ୍ଭ କରିବେ।

ଭାରତ ସରକାର ଦ୍ୱାରା ଚାଲିଥିବା କରୋନା ଟିକାକରଣ ଅଭିଯାନ ସମ୍ପର୍କରେ ନୀତା ଅମ୍ବାନୀ କହିଛନ୍ତି, ‘ଆଉ କିଛି ସମୟର କଥା, ଦେଶ କରୋନା ଯୁଦ୍ଧ ଜିତିଯିବ। ଆଶା, ବିଶ୍ୱାସ ଓ ଆନନ୍ଦ ସହ ଦେଶ ଏକ ନୂଆ ପର୍ଯ୍ୟାୟରେ ପାଦ ରଖିବ।’ ରିଲାଏନ୍ସ ଗ୍ରୁପରେ ୬ ଲକ୍ଷ କର୍ମଚାରୀ କାମ କରନ୍ତି। ଏହି କର୍ମଚାରୀଙ୍କ ପରିବାରକୁ ସାମିଲ କରିବା ପରେ ମୋଟ ସଂଖ୍ୟା ପାଖାପାଖି ୧୯ ଲକ୍ଷ ରହିଛି।

ରିଲାଏନ୍ସ ଫାଉଣ୍ଡେସନର ଚେୟାରପର୍ସନ ନୀତା ଅମ୍ବାନୀ ନିଜ କର୍ମଚାରୀଙ୍କୁ ଭରସା ଦେଇଛନ୍ତି ଯେ ସମସ୍ତଙ୍କ ସହଯୋଗରେ ଶୀଘ୍ର ଏହି ମହାମାରୀରୁ ମୁକ୍ତି ପାଇପାରିବୁ। ତାସହ ସେ ସଚେତନ କରାଇଛନ୍ତି ଯେ କରୋନା ଯାଇନାହିଁ। ସେଥିପାଇଁ ଆମକୁ ସଚେତନ ଓ ସତର୍କ ରହିବାକୁ ହେବ। ସେ କହିଛନ୍ତି ଯେ ଆମେ ବର୍ତ୍ତମାନ କରୋନା ବିରୁଦ୍ଧ ଲଢେଇର ଶେଷ ପର୍ଯ୍ୟାୟରେ ଅଛୁ ଏବଂ ଶୀଘ୍ର କରୋନା ଉପରେ କାବୁ ପାଇବା। ଶେଷରେ ସେ କହିଛନ୍ତି, ମୋର ବିଶ୍ୱାସ “କରୋନା ହାରିବ, ଭାରତ ଜିତିବ।

   Related Posts