ଶିଳ୍ପ ମହାକୁମ୍ଭର ଆଜି ଦ୍ବିତୀୟ ଦିନ ; ଓଡିଶାରେ ଆଉ ୩ହଜାର କୋଟିର ପୁଞ୍ଜି ନିବେଶ କରିବାକୁ ରିଲାଏନ୍ସର ଘୋଷଣା
12/11/2018 at 2:10 PM

ଭୁବନେଶ୍ବର ୧୨|୧୧: ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ର ଆଜି ଦ୍ବିତୀୟ ଦିନ । ଆଜି ପ୍ଲେନାରୀ ଅଧିବେଶନ ଓ ବିଜନେସ୍ ଲିଡରସିପ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଧିବେଶନକୁ ଉଦଘାଟନ କରିଛନ୍ତି । ସମ୍ମିଳନୀରେ ଯୋଗଦେଇଛନ୍ତି ବିଦେଶର ପ୍ରମୁଖ ଶିଳ୍ପପତି । ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଷ୍ଟାର୍ ବକ୍ତା ଭାବେ ଯୋଗଦେଇଛନ୍ତି । ବକ୍ତବ୍ୟ ଦେବାବେଳେ ମୁକେଶ ଅମ୍ବାନୀ କହିଛନ୍ତି, ତାଙ୍କ ବାପା ଧୀରୁଭାଇ ଅମ୍ବାନୀ ଓ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକ ଉଭୟ ଭଲ ବନ୍ଧୁ ଥିଲେ । ଶିଳ୍ପ ଅଭିବୃଦ୍ଧି ପାଇଁ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୁକେଶ ଅମ୍ବାନୀ । ଓଡିଶାରେ ରିଲାଏନ୍ସ ଗ୍ରୁପ୍ ୬ହଜାର କୋଟି ପୁଞ୍ଜିନିବେଶ କରିଛି । ଆଉ ୩ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ରିଲାଏନ୍ସ ଜିଓ ମାଧ୍ୟମରେ ରିଲାଏନ୍ସ ଓଡିଶାରେ ପୁଞ୍ଜି ନିବେଶ କରିଛି । ଦେଶରେ ଡାଟା ଖର୍ଚ୍ଚରେ ଓଡିଶା ନମ୍ବର ଓ୍ବାନ ରହିଛି । ଡିଜିଟାଲ ଭିତ୍ତିଭୂମୀରେ ମଧ୍ୟ ପୁଞ୍ଜି ନିବେଶ କରିବ ରିଲାଏନ୍ସ । ଓଡିଶାରେ ରିଲାଏନ୍ସ ଫାଉଣ୍ଡେସନ ଫର୍ ସ୍ପୋର୍ଟର କରାଯିବ ।
ସମ୍ମିଳନୀରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ, ଟାଟା ସନ୍ସର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍, ବେଦାନ୍ତ ରିସୋର୍ସେସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅଧ୍ୟକ୍ଷ ନବୀନ ଜିନ୍ଦଲ, ଓସିଏଲ ଗ୍ରୁପ ଏମଡି ପୁନୀତ ଡାଲମିଆଁ, ଜେଏସଡବ୍ଲ୍ୟୁ ଗ୍ରୁପ୍ ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ, ଆଦିତ୍ୟ ବିର୍ଲା ଗ୍ରୁପ ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା, ସେଲ୍ ଅଧ୍ୟକ୍ଷ ଅନୀଲ କୁମାର ଚୌଧାରୀ, ଇମାମୀ ପ୍ରତିଷ୍ଠାତା ଆର ଏସ ଗୋ ଏଙ୍କା, ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ରଜନୀଶ କୁମାର, ଓୟୋ ରୁମ୍ସ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ, ଭାରତୀୟ ତୈଳ ନିଗମ ଅଧ୍ୟକ୍ଷ ସଞ୍ଜୀବ ସିଂହ, ନାଲକୋ ସିଏମଡି ଡ. ଟି. କେ. ଚାନ୍ଦ, ବନ୍ଧନ ବ୍ୟାଙ୍କ ଏମଡି ଚନ୍ଦ୍ରଶେଖର ଘୋଷ, ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ ସିଏମଡି ଆର. ମାଧବନ, ଫିକି ସଭାପତି ସନ୍ଦୀପ ସୋମାନି, ଆଇଟିସି ଲିମିଟେଡ ଅଧ୍ୟକ୍ଷ ୱାଇ ସି ଦେବେଶ୍ବର, ଆପୋଲୋ ହସ୍ପିଟାଲ୍ସର ଯୁଗ୍ମ ଏମଡି ସଙ୍ଗୀତା ରେଡ୍ଡୀ, ଜେକେ ପେପର ଲିମିଟେଡର ଉପାଧ୍ୟକ୍ଷ ତଥା ଏମଡି ହର୍ଷପତି ସିଂଘାଣିଆ ପ୍ରମୁଖ ଯୋଗଦେଇଛନ୍ତି ।