Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

କରୋନା ଔଷଧ ତିଆରି କଲା ରିଲାଏନ୍ସ ! ନିକଲୋସାମାଇଡ୍‌ର ବ୍ୟବହାର ପାଇଁ ଦେଲା ପ୍ରସ୍ତାବ

7/06/2021 at 9:29 PM

ନୂଆଦିଲ୍ଲୀ ୭/୬: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆରଆଇଏଲ୍‌) କୋଭିଡ-୧୯ ଉପଚାର ପାଇଁ ନିକଲୋସାମାଇଡ୍‌କୁ ଉପଯୋଗ କରିବା ପାଇଁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ଆର୍ଥିକ ବର୍ଷ ୨୦୨୦-୨୧ରେ ଆରଆଇଏଲ୍‌ର ବkର୍ଷୀକ ରିପୋର୍ଟ ଅନୁସାରେ, କମ୍ପାନୀ କୋଭିଡ-୧୯ ସହ ଲଢ଼ିବା ପାଇଁ ନିଜ ବୌଦ୍ଧିକ ପୁଞ୍ଜିର ଲାଭ ଉଠାଉଛି। ଏହା ସହ ନିଜର ଟିମ୍‌ ନେକ୍ସର ପଲିମରକୁ ପ୍ରମାଣିତ କରିବା ପାଇଁ ବିଭିନ୍ନ କମ୍ପାନୀ ସହ ମିଶି କାର୍ଯ୍ୟ କରୁଛି ।

ଏହା ବ୍ୟତୀତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌୨୦ ପ୍ରତିଶତ ପୁଞ୍ଜି ବିନିଯୋଗ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମତି କ୍ରମେ ସାନିଟାଇଜର ଉତ୍ପାଦନ ପାଇଁ ଏକ ପ୍ରକ୍ରିୟା ଆରମ୍ଭ କରିଛି। କରୋନା ଚିହ୍ନଟ ପାଇଁ ରିଲାଏନ୍ସ ଡାଏଗୋନିଷ୍ଟିକ୍‌ କିଟ୍‌ ଏବଂ ଆର-ଗ୍ରୀନ ଓ ଆର-ଗ୍ରୀନ୍‌ ପ୍ରୋକୁ ମଧ୍ୟ ଆଣିବାକୁ ପ୍ରସ୍ତୁତ ହେଉଛି। ଏହି କିଟ୍‌କୁ ଆଇସିଏମଆର ମଞ୍ଜୁରୀ ଦେଇଛି।

କମ୍ପାନୀ କୋଭିଡ-୧୯ ବିରୋଧରେ ସମ୍ଭାବିତ ଔଷଧ ଭାବେ ନିକଲୋସାମାଇଡ୍‌କୁ ବ୍ୟବହାର ପାଇଁ ପ୍ରସ୍ତାବ ଦେଇଛି । ରିଲାଏନ୍ସ ମେଡିକାଲ୍‌ ଅକ୍ସିଜେନ ଅଭାବ ପୂରଣ କରିବାକୁ ମଧ୍ୟ କାମ କରୁଛି। ଅକ୍ସିଜେନ୍‌ ଜେନେରେଟର୍ସ ପ୍ରସ୍ତୁତ କରିବା ଦିଗରେ ମଧ୍ୟ ରିଲାଏନ୍ସ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଯାହାକି ୯୦-୯୫ ପ୍ରତିଶତ ଶୁଦ୍ଧତା ସହ ପ୍ରତି ମିନିଟ୍‌ରେ ୫-୭ ଲିଟର ଅକ୍ସିଜେନ୍‌ ପ୍ରସ୍ତୁତ କରିପାରିବ।

   Related Posts