Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଭୁବନେଶ୍ୱରରେ ରିଲାଏନ୍ସ ସ୍ମାର୍ଟର ନୂଆ ଷ୍ଟୋରର ଶୁଭାରମ୍ଭ

1/08/2019 at 5:12 PM

ଭୁବନେଶ୍ବର ୧/୮: ରିଲାଏନ୍ସ ରିଟେଲ୍‍ ଅଧୀନ ସର୍ବବୃହତ୍‍ ଢ଼ାଞ୍ଚାର ସୁପରମାର୍କେଟ୍‍ ରିଲାଏନ୍ସ ସ୍ମାର୍ଟ ଭୁବନେଶ୍ୱରର ପଟିଆ ମେନ୍‍ ରୋଡ଼ସ୍ଥିତ ରିଲାଏନ୍ସ ଟ୍ରେଣ୍ଡ ନିକଟ ସାଇସୁମନ କମର୍ସିଆଲ କମ୍ପେ୍ଲକ୍ସ ପରିସରରେ ଏକ ନୂଆ ଷ୍ଟୋର୍‍ ଆଜି ଶୁଭାରମ୍ଭ କରିଛି । ଗୋଟିଏ ଛାତ ତଳେ କିରାନା (ଗ୍ରସରୀ) ସାମଗ୍ରୀ, ଫଳ ଓ ପନିପରିବା, ଦୁଗ୍ଧଜାତ ସାମଗ୍ରୀଠାରୁ ଆରମ୍ଭ କରି ରୋଷେଇ ଉପକରଣ, ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ ବିବିଧ କିସମର ସାମଗ୍ରୀ ଗୋଟିଏ ଜାଗାରୁ କିଣିବାର ସୁବିଧା ଏହି ଷ୍ଟୋର୍‍ରେ ଉପଲବ୍ଧ ରହିଛି ।
ବର୍ଷ ସାରା ଉପଲବ୍ଧ ସମସ୍ତ ସାମଗ୍ରୀର ସର୍ବାଧିକ ଖୁଚୁରା ଦର (ଏମ୍‍ଆର୍‍ପି) ଉପରେ ସର୍ବନିମ୍ନ ୫%ର ନିଶ୍ଚିତ ରିହାତି ସହିତ ସର୍ବନିମ୍ନ ୧୪୯୯ ଟଙ୍କାର ସାମଗ୍ରୀ କ୍ରୟ କଲେ ୯ ଟଙ୍କାରେ ଏକ କିଲୋଗ୍ରାମ ଚିନି ମିଳିବା ଭଳି ଅନେକ ମୂଲ୍ୟଯୁକ୍ତ ସୁବିଧା ଏଠାରେ ଉପଲବ୍ଧ, ଯାହାକି ମାସିକ କିରାନା (ଗ୍ରସରୀ) ସାମଗ୍ରୀ କ୍ରୟ କ୍ଷେତ୍ରରେ ଭାରତର ସର୍ବାଧିକ ପସନ୍ଦର ଏକ ସୁପରମାର୍କେଟ । ଏହାଛଡ଼ା ଏଠାରେ ଷ୍ଟାପଲ୍ସ ଏବଂ ଫଳ ଓ ପନିପରିବା ସର୍ବନିମ୍ନ ମୂଲ୍ୟରେ ଉପଲବ୍ଧ ହେଉଛି ।

ଏହି ନୂଆ ଷ୍ଟୋର୍‍ର ଶୁଭାରମ୍ଭ ସହିତ ରିଲାଏନ୍ସ ସ୍ମାର୍ଟର ବର୍ତ୍ତମାନ ଭୁବନେଶ୍ୱରରେ ୩ଟି ଷ୍ଟୋର୍‍ ଏବଂ ଓଡ଼ିଶାରେ ମୋଟ ୫ଟି ଷ୍ଟୋର୍‍ ରହିଛି । ଉପଭୋକ୍ତାଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ଭଲଭାବେ ସୂଚନା ଦେଇପାରୁଥିବା ସହାୟକ ଗଣଙ୍କ ସହ ବ୍ୟାବହାରିକ ଷ୍ଟୋର୍‍ ଡିଜାଇନ୍‍ ଓ ବିନ୍ୟାସ, ଉତ୍ତମ ଗୁଣବତ୍ତାର ବିଭିନ୍ନ ସାମଗ୍ରୀ ଓ ଉତ୍ପାଦ ଆକର୍ଷଣୀୟ ମୂଲ୍ୟରେ ଉପଲବ୍ଧ କରାଉଥିବା ଏହି ଷ୍ଟୋର୍‍ ୧୨,୩୦୦ ବର୍ଗଫୁଟ ଅଞ୍ଚଳରେ ପରିବ୍ୟାପ୍ତ । ଏହା ସ୍ଥାନୀୟ ଅଞ୍ଚଳର କ୍ରେତାଙ୍କ ହୃଦୟ ଜିଣିବା ସହ ସେମାନଙ୍କ ଦୈନନ୍ଦିନ ଜୀବନର ଅଂଶବିଶେଷ ହୋଇପାରିବ । କ୍ରେତାଙ୍କ ପାଇଁ ଉଦ୍‍ଘାଟନୀ ଅଫର୍‍ ‘ପାୱାର ଅଫ୍‍ ନାଇନ୍‍’ରେ- ସର୍ବନିମ୍ନ ୯୯୯ ଟଙ୍କା ମୂଲ୍ୟର କ୍ରୟ କ୍ଷେତ୍ରରେ ୧ କିଲୋଗ୍ରାମ ଆଳୁ, ୧ କିଲୋଗ୍ରାମ ପିଆଜ ଏବଂ ପ୍ଲାଷ୍ଟିକ୍‍ କଣ୍ଟେନର୍‍ ସେଟ୍‍ ଭଳି ଅନେକ ମାତ୍ର ୯ ଟଙ୍କା ମୂଲ୍ୟରେ ମିଳିବାର ସୁବିଧା ଅଧିକ ଗ୍ରାହକମାନଙ୍କୁ ଆକୃଷ୍ଟ କରିବ ।

ଅନେକ ବର୍ଷ ଧରି ଦୈନନ୍ଦିନ କ୍ରୟଠାରୁ ଆରମ୍ଭ କରି ସ୍ୱତନ୍ତ୍ର ଅବସର ପାଇଁ ରିଲାଏନ୍ସ ସ୍ମାର୍ଟ ବିଭିନ୍ନ ମୂଲ୍ୟ ବର୍ଗରେ କ୍ରେତାମାନଙ୍କ ସମସ୍ତ ପ୍ରକାରର ଆବଶ୍ୟକତା ପୂରଣ କରିଆସିଛି । ଗ୍ରାହକମାନଙ୍କ ସୁବିଧାକୁ ସର୍ବାଧିକ ଧ୍ୟାନରେ ରଖି ରିଲାଏନ୍ସ ସ୍ମାର୍ଟ ଏହାର ବ୍ୟାପକ କିସମର ଅଫର୍‍ ଏବଂ ଉପଭୋକ୍ତାଙ୍କ ଘର ନିକଟରେ ଉପଲବ୍ଧତା ଆଧାରରେ ଗ୍ରାହକମାନଙ୍କୁ ସର୍ବବୃହତ୍‍ ସୁପରମାର୍କେଟ୍‍ ବର୍ଗରେ ସର୍ବଶ୍ରେଷ୍ଠ ସପିଙ୍ଗ୍‍ ଅଭିଜ୍ଞତା ଆଣି ଦେଇଛି । ଏବେ ୧୦୦ରୁ ଅଧିକ ସହରରେ ୧୭୦ରୁ ଅଧିକ ରିଲାଏନ୍ସ ସ୍ମାର୍ଟ ଷ୍ଟୋର୍‍ ରହିଛି ।

   Related Posts