ଖସିଲା ରିଲାଏନ୍ସ ସେୟାର ମୂଲ୍ୟ, ଜାଣନ୍ତୁ କେତେ ହେଲା ହ୍ରାସ

Published By : Prameya-News7 Bureau | November 02, 2020 IST

ମୁମ୍ବାଇ ୨।୧୧: ଦିପାବଳୀ ପୂର୍ବରୁ ନିବେଶକଙ୍କ ଲାଗି ଖରାପ ଖବର। ରିଲାଏନ୍ସର ସେୟାର ମୂଲ୍ୟରେ ଅନୁନ୍ୟ ୭ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ବର୍ଷରୁ ଦ୍ୱିତୀୟ ତ୍ରୈମାସିକରେ କମ୍ପାନୀର ଆୟ ଅନୁନ୍ୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି। ଯାହାର ପ୍ରଭାବ ପୂଜା ପୂର୍ବରୁ ସିଧା ସେୟାର ମୂଲ୍ୟ ଉପରେ ପଡିଛି। ଯାହା ନିବେଶକଙ୍କୁ ନିରାଶ କରିଛି।

ସୋମବାର ବିଏସଇରେ ରିଲାଏନ୍ସର ସେୟାର ମୂଲ୍ୟ ୬.୭୮ ପ୍ରତିଶତ ହ୍ରାସ ସହ ୧୯ ହଜାର ୧୫ଟଙ୍କାକୁ ଖସିଛି। ସେହିପରି ଏନଏସଇରେ ୬.୬୫ ପ୍ରତିଶତ ହ୍ରାସ ସହ ୧୯ ହଜାର ୧୭ଟଙ୍କା ୬୫ ପଇସାରେ ପହଞ୍ଚିଛି। ଫଳରେ ରିଲାଏନ୍ସ ମାର୍କେଟ କ୍ୟାପିଟାଲରେ ପ୍ରାୟ ୬୮୦୯୩.୫୨ କୋଟି ଟଙ୍କା ହ୍ରାସ ହୋଇଥିବା ବେଳେ ୧୩,୨୧,୩୦୨.୧୫ କୋଟି ଟଙ୍କାରେ ପହଞ୍ଚିଯାଇଛି।

ଗତ ଶୁକ୍ରବାର ବଜାର ବନ୍ଦ ହେବା ପରେ ରିଲାଏନ୍ସ ଦ୍ୱିତୀୟ ତ୍ରୈମାସିକର ଫଳାଫଳ ଘୋଷଣା କରିଥିଲା। ଯେଉଁଥିରେ ଗତବର୍ଷର ଏହି ସମୟ ତୁଳନାରେ ଚଳିତବର୍ଷ ୧୫ ପ୍ରତିଶତ ପର୍ଯ୍ୟନ୍ତ ଲାଭ ହ୍ରାସ ହୋଇଥିବାର ସୂଚନା ଦେଇଥିଲା। କମ୍ପାନୀର ତୈଳ ଓ କେମିକାଲ କାରବାର ସୁସ୍ତିଆ ହୋଇପଡିଥିବା କୁହାଯାଇଛି। ତେବେ ଟେଲିକମ୍ ଓ କଞ୍ଜ୍ୟୁମର ପ୍ରଡକ୍ଟ ବଜାର ଲାଭଜନକ ଥିବା ସୂଚନା ଦେଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.