ସମୁଦ୍ରରୁ ମିଳିଛି କରୋନାକୁ ଅଟକାଇବାର ଜିନିଷ, ରିଲାଏନ୍ସ ବୈଜ୍ଞାନିକଙ୍କ ଦାବି...

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ ୧୨।୦୪: କରୋନା ଭାଇରସ୍‌କୁ ଠିକ୍ କରିବାର ଚିକିତ୍ସା ସଂପ୍ରତି ଦୁନିଆକୁ ମିଳିନଥିଲେ ବି ଏନେଇ ଜାରି ରହିଥିବା ଗବେଷଣାରେ ଏମିତି କିଛି ମିଳିଛି ଯାହା ଜରିଆରେ କରୋନାକୁ ବ୍ୟାପିବାରେ ରୋକା ଯାଇ ପାରିବ। ଏହି ଚମତ୍କାରୀ ଜିନିଷ ମିଳିଛି ଗଭୀର ସମୁଦ୍ରରୁ। ରିଲାଏନ୍ସ ଦୃଢୋକ୍ତି ପ୍ରକାଶ କରିଛି ଯେ, ସମୁଦ୍ରରେ ମିଳୁଥିବା ସାମୁଦ୍ରିକ ଲାଲ ଶୈବାଳ ସାହାଯ୍ୟରେ କରୋନାକୁ ବ୍ୟାପିବାରେ ରୋକା ଯାଇ ପାରିବ।

ରିଲାଏନ୍ସ ଗବେଷକଙ୍କ ଅଧ୍ୟୟନ ଅନୁସାରେ ଲାଲ ଶୈବାଳରୁ ଯେଉଁ ଜୈବ ରାସାୟନିକ ବାହାରିବ ତା ସାହାଯ୍ୟରେ କୋଟିଙ୍ଗ ପାଉଡର ପ୍ରସ୍ତୁତ କରାଯାଇ ପାରିବ। ଏହି କୋଟିଙ୍ଗକୁ ଯଦି ସାନିଟାରୀ ଆଇଟମ୍ ଉପରେ ଉପଯୋଗ କରାଯିବ ତେବେ କରୋନା ବ୍ୟାପିବ ନାହିଁ। ସାନିଟରୀ ସାମାନରେ ଟାଙ୍କି, ସିଙ୍କ, ଟଏଲଟ୍ ସିଟ୍ ପରି ଅନେକ ଜିନିଷ ଆସିଥାଏ। କରୋନା ଭାଇରସ୍‌ କାରଣରୁ ଏ ପର୍ଯ୍ୟନ୍ତ ଦୁନିଆରେ ଏକ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ସଂପ୍ରତି ସମଗ୍ର ଦୁନିଆର ଡାକ୍ତର, ବୈଜ୍ଞାନିକ ଓ ଗବେଷକ ଏହାର ଚିକିତ୍ସା ଖୋଜିବାରେ ଲାଗିଛନ୍ତି।

{"id":252990,"sizeSlug":"large"}

ରିଲାଏନ୍ସ ପାଇଁ ଏହି ଗବେଷଣା ବିନୋଦ ନାଗଲେ, ମହାଦେବ ଗାଏକୋଓ୍ଵାଡ, ଯୋଗେଶ ପାଓ୍ଵାର ଓ ଶାନ୍ତନୁ ଦାସଗୁପ୍ତା କରିଛନ୍ତି। ଏହି ସବୁ ବୈଜ୍ଞାନିକ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସେଣ୍ଟର(ନଭି ମୁମ୍ବାଇ)ରେ କାମ କରନ୍ତି। ସେମାନେ ନିଜର ଗବେଷଣାରେ ଲାଲ ଶୈବାଳ ଜରିଆରେ କରୋନାକୁ ରୋକାଯାଇ ପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ପରିଚାଳକକ ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୂର୍ବରୁ ରିଲାୟନ୍ସର ଗବେଷଣା ସମ୍ବନ୍ଧିତ କିଛି ସୂଚନା ତାଙ୍କର କର୍ମଚାରୀ ଦେଇ ସାରିଛନ୍ତି। ସେ ଏହା ମଧ୍ୟ କହିଥିଲେ ଯେ, ରିଲାଏନ୍ସ ଲାଇଫ ସାଇନ୍ସ ଭାରତରେ କରୋନା ଯାଞ୍ଚକୁ ଆଗକୁ ବଢାଇବାରେ ସାହାଯ୍ୟ କରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.