ଅଏଲ ଓ ଗ୍ୟାସ୍ ଡିଭିଜନ କାର୍ଯ୍ୟନିର୍ବାହୀଙ୍କ ବେତନ ହ୍ରାସ କରିବେ ରିଲାଏନ୍ସ

Published By : Prameya-News7 Bureau | April 30, 2020 IST

ମୁମ୍ବାଇ : କରୋନା ଭାଇରସ ମହାମାରୀ ଯୋଗୁ ଦେଶରେ ତୈଳ ଓ ଗ୍ୟାସ୍ ଚାହିଦା ହ୍ରାସ ହୋଇଛି। ଏଣୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ତୈଳ ଓ ଗ୍ୟାସ୍ ଡିଭିଜନରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀଙ୍କ ବେତନରୁ ସର୍ବାଧିକ ୫୦ ପ୍ରତିଶତ କାଟ୍ ଲାଗି ନିଷ୍ପତ୍ତି ନେଇଥିବା ଗୁରୁବାର ଜଣାପଡିଛି। ସାରା ଦେଶ ଏବେ କରୋନା ଲକଡାଉନ୍‌ରେ । ଏଣୁ ଯାନବାହନ ଚଳାଚଳ କରୁନଥିବା ବେଳେ ତୈଳ ଉଦ୍ୟୋଗ ଉପରେ ଏହାର ସିଧା ପ୍ରଭାବ ପଡିଛି।

{"id":262557,"width":582,"height":387,"sizeSlug":"large"}

ମୁକେଶ ଅମ୍ବାନୀଙ୍କ ପରିଚାଳନାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିର ତୈଳ ଓ ଗ୍ୟାସ୍ ଡିଭିନଜର ଯେଉଁ କର୍ମଚାରୀମାନେ ବାର୍ଷିକ ୧୫ଲକ୍ଷରୁ ଅଧିକ ବେତନ ପାଉଛନ୍ତି ସେମାନଙ୍କର ଦରମାରୁ ୧୦ ପ୍ରତିଶତ କାଟ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଦରମାରେ ୩୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ କାଟ୍ ଲାଗି ନିଷ୍ପତ୍ତି ହୋଇଥିବାର ମଧ୍ୟ ଜଣାପଡିଛି।

{"id":262558,"width":578,"height":1025,"sizeSlug":"large"}

ରିଲାଏନ୍ସ ବୋର୍ଡ ବୈଠକରେ ନିଆ ଯାଇଥିବା ନିଷ୍ପତ୍ତି ନେଇ ଏପର୍ଯ୍ୟନ୍ତ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।  ହୁଏତ କମ୍ପାନୀ ତ୍ରୈମାସିକ ଫଳାଫଳ ସହ କର୍ମଚାରୀଙ୍କ ବେତନ ହ୍ରାସ ନେଇ ସୂଚିତ କରିପାରନ୍ତି ବୋଲି ଆଶା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.