Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଋଣମୁକ୍ତ ହେବା ପରେ ବଢିଲା ରିଲାଏନ୍ସ ସେୟାର ମୂଲ୍ୟ, ୧୧ ଲକ୍ଷ କୋଟି ଟଙ୍କା ପାର କଲା ମାର୍କେଟ୍ କ୍ୟାପ୍

19/06/2020 at 4:01 PM

ମୁମ୍ବାଇ ୧୯।୬:  ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ) ଋଣମୁକ୍ତ ହେବା ପରେ ବଜାରରେ  କମ୍ପାନୀର ସେୟାର ମୂଲ୍ୟ ୧ହଜାର ୭୮୨ ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି। ଫଳରେ କମ୍ପାନୀର ମାର୍କେଟ୍ କ୍ୟାପ୍‌ରେ ବେଶ୍ ଅଭିବୃଦ୍ଧି ହୋଇଛି। ଏବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାର୍କେଟ୍ କ୍ୟାପ୍ ୧୧ ଲକ୍ଷ କୋଟି ଟଙ୍କା ପାର କରିଥିବା ଜଣାପଡିଛି।

ଶୁକ୍ରବାର ବାଜରରେ ରିଲାଏନ୍ସ ସେୟାର ମୂଲ୍ୟ ୧୭୮୮. ୬୦ ଟଙ୍କାରେ କାରବାର କରୁଥିବା ଦେଖାଯାଇଛି। ରିଲାଏନ୍ସ ସେୟାରର ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଥିବା ବେଳେ କମ୍ପାନୀର ମାର୍କେଟ୍ କ୍ୟାପ୍ ୧୧.୧୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୧ ମାର୍ଚ୍ଚରେ କମ୍ପାନୀ ନିଜକୁ ଋଣମୁକ୍ତ କରିବା ଲାଗି ଲକ୍ଷ ଧାର୍ଯ୍ୟ କରିଥିଲା। ସେହି ଅନୁସାରେ କମ୍ପାନୀ ନିଜକୁ ଋଣମୁକ୍ତ କରିଥିବା ବେଳେ ସେୟାର ମୂଲ୍ୟରେ ମଧ୍ୟ ସୁଧାର ହୋଇଛି।

ଶୁକ୍ରବାର ବିଏସଇରେ କାରବାର ଶେଷ ବେଳକୁ ରିଲାଏନ୍ସ ସେୟାର ୬.୨୩ ପ୍ରତିଶତ ଅଭିବୃଦ୍ଧି ସହ ୧୭୫୯.୫୦ ପଇସାରେ କାରବାର କରିଥିବା ଦେଖାଯାଇଛି। ଗତଦିନରେ ସେୟାର ବଜାର ଭୂଷୁଡି ପଡିଥିବା ବେଳେ ମଧ୍ୟ ରିଲାଏନ୍ସ ସେୟାର ଏଥିରେ ପ୍ରଭାବିତ ହୋଇନଥିଲା। ଏହା ଛଡା ଦେଶ ଲକଡାଉନରେ ଥିବା ବେଳେ ରିଲାଏନ୍ସ ସେୟାର ନିବେଶକଙ୍କୁ ୭୫ ପ୍ରତିଶତ ରିଟର୍ଣ୍ଣ ମଧ୍ୟ ଦେଇଛି। ଏଥିରୁ କମ୍ପାନୀ ସପ୍ତାହକରେ ୧୦ ଓ  ମାସକରେ ୧୭ ପ୍ରତିଶତ ରିଟର୍ଣ୍ଣ ଦେଇଥିବାର ମଧ୍ୟ ରେକର୍ଡ ରହିଛି।

ସୂଚନା ଯୋଗ୍ୟ ଯେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମାତ୍ର ୫୮ ଦିନରେ ୧,୬୮,୮୧୮ କୋଟି ଟଙ୍କା ସଂଗ୍ରହ କରି ନିଜକୁ ଋଣ ମୁକ୍ତ କରିଥିଲା। ଏତେ ସ୍ୱଳ୍ପ ସମୟରେ ବିପୁଳ ପରିମାଣର ଅର୍ଥ ସଂଗ୍ରହରେ ରିଲାଏନ୍ସ ରେକର୍ଡ ସ୍ଥାପନା କରିଥିବା ବେଳେ ସବସିଡାରୀ କମ୍ପାନୀ ଜିଓ ପ୍ଲାଟଫର୍ମରେ ଗ୍ଲୋବାଲ ଇନଭେଷ୍ଟରଙ୍କ ଠାରୁ ୧,୧୫,୬୯୩.୯୫ କୋଟି ଟଙ୍କା ନିବେଶ ସଂଗ୍ରହ ମଧ୍ୟ କରିଛି। ସେହି ପରି ରାଇଟ୍ ଇସ୍ୟୁ କରି ରିଲାଏନ୍ସ ୫୩,୧୨୪.୨୦ କୋଟି ଟଙ୍କା ସଂଗ୍ରହ କରିଛି।

   Related Posts