Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ଦୀପାବଳି ଭେଟି: ଜିଓ ସହ ଟକ୍କର ଦେବ ବିଏସଏନଏଲ, ବଜାରକୁ ଆସିଲା ୨ଟି ବ୍ରଡବ୍ୟାଣ୍ଡ ପ୍ଲାନ

18/10/2019 at 7:29 PM

ନୂଆଦିଲ୍ଲୀ୧୮|୧୦: ରିଲାନ୍ସ ଜିଓ ବଜାରକୁ ଆସିବା ପରେ ବ୍ରଡବ୍ୟାଣ୍ଡ ସେକ୍ଟରରେ ଅନେକ ପରିବର୍ତ୍ତନ ହେଲାଣି । ଜିଓ ସହ ଟକ୍କର ଦେବା ପାଇଁ ଟେଲିକମ କମ୍ପାନିଗୁଡିକ ନିଜର ରିଚାର୍ଜ ପ୍ଲାନକୁ ଏବେ ହ୍ରାସ କରିଛନ୍ତି। ବଜାରକୁ ଶସ୍ତା ପ୍ଲାନ ଦେବାରେ ସରକାରୀ ଟେଲିକମ କମ୍ପାନୀ ମଧ୍ୟ ପଛରେ ପଡ଼ିଯାଇଥିଲେ। ହେଲେ ଏବେ  ବିଏସଏନଏଲ ଓ ଜିଓ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି। ରିଲାନ୍ସ ଜିଓକୁ ଟକ୍କର ଦେବା ପାଇଁ ବିଏସଏନଏଲ ତାଙ୍କର ପୁରୁଣା ପ୍ଲାନ ରିଭାଇଜ କରିଛନ୍ତି ।

ଏଥିରେ  ବିଏସଏନଏଲ ଏବେ ୨ ହଜାର ୪୯୯ ଟଙ୍କାର ବ୍ରଡବ୍ୟାଣ୍ଡ ପ୍ଲାନ ବଜାରକୁ ଛାଡିଛନ୍ତି । ଏହାର ଜବାବରେ ଜିଓ ମଧ୍ୟ ୨ ହଜାର ୪୦୦ ଟଙ୍କାର ବ୍ରଡବ୍ୟାଣ୍ଡ ପ୍ଲାନ ବଜାରକୁ ଛାଡିଛି। ତେବେ ଆସନ୍ତୁ ଜାଣିବା ଉଭୟ ଟେଲିକମ ଅପରେଟରଙ୍କ ଏହି ଦୀର୍ଘାବଧି ପ୍ଲାନର ରିଚାର୍ଜ  ସମ୍ପର୍କରେ ।

ବିଏସଏନଏଲ ନିଜର ପ୍ଲାନକୁ 40GB CUL Bharat Fiber ନାମରେ ବଜାରକୁ ଛାଡିଛନ୍ତି। ଏଥିରେ ୟୁଜର  100Mbpsର ଇଣ୍ଟରନେଟ ସ୍ପିଡ୍‌ର ଲାଭ ଉଠାଇ ପାରିବେ। ଏଥିସହ ୟୁଜର୍ସଙ୍କୁ ୪୦ ଜିବି ଡାଟା ଅଫର କରାଯାଇଛି। ଯଦି ଡାଟା ସମାପ୍ତ ହୋଇ ଯାଏ ତଥାପି ୟୁଜର ୪୦ ଏମବିପିଏସ୍ ସ୍ପିଡରେ ନେଟ ବ୍ରାଉଜିଂ କରିପାରିବେ। କେବଳ ସେତିକି ନୁହେଁ ଏଥିସହ ଏକ ବର୍ଷ ଲାଗି ହଟଷ୍ଟାରର ଫ୍ରି ସବ୍‌କ୍ରିପ୍ସନ ମଧ୍ୟ ବିଏସଏନଏଲ ଦେଉଛନ୍ତି। ବିଏସଏନଏଲର ବ୍ରଣ୍ଡବ୍ୟାଣ୍ଡ ପ୍ଲାନରେ ଯେକୌଣସି ନେଟଓ୍ବାର୍କକୁ ଫ୍ରିରେ କଲ ମଧ୍ୟ କରାଯାଇପାରିବ।

ସେପଟେ ଡାଇମଣ୍ଡ ପ୍ଲାନ ନାମରେ ଜିଓ ନିଜର ନୂଆ ପ୍ଲାନକୁ ଏବେ ମାର୍କେଟକୁ ଛାଡିଛି। ୟୁଜର୍ସ 500Mbpsର ସ୍ପିଡ୍‌ରେ ଇଣ୍ଟରନେଟ ଚଳାଇ ପାରିବେ। ଜିଓର ବ୍ରଡବ୍ୟାଣ୍ଡର ପ୍ଲାନରେ ୟୁଜର୍ସଙ୍କୁ ୧ ହଜାର ୨୫୦ ଜିବି ଡାଟାବି ଦେଉଛି। ଏହାଛଡା ଅତିରିକ୍ତ ଭାବେ ଗ୍ରାହକଙ୍କୁ ୨୫୦ ଡାଟା ବି ଦେବ । ମୋଟ୍‌ ୟୁଜର୍ସଙ୍କୁ  ପ୍ଲାନ ଅବଧିରେ ୧ହଜାର ୫୦୦ ଜିବି ଡାଟା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଉଛି।  ଯଦି ଅବଧି ମଧ୍ୟରେ ଡାଟା  ଶେଷ ହୋଇ ୟାଏ ତେବେ 1Mbps ସ୍ପିଡ୍‌ରେ ୟୁଜର୍ସ ଇଣ୍ଟରନେଟ୍‌ ବ୍ୟବ​ହାର କରି ପାରିବେ। ଏଥିସହ ଫ୍ରି କଲ, ଭଏସ କଲ ଓ ଭିଆର ଏକ୍ସପିରିୟନ୍ସର ସୁବିଧା ମଧ୍ୟ ମିଳିବ। ଏହା ବ୍ୟତୀତ ୟୁଜର୍ସଙ୍କୁ ଜି୪କେ ସେଟ-ଟପ ବକ୍ସ ମିଳିବ।

   Related Posts