ରିଲାଏନ୍ସ ଜିଓର ଧମାକା, ୟୁଜର୍ସ ମାଗଣାରେ ଦେଖି ପାରିବେ ଆଇପିଏଲ ୨୦୨୦ର ସିଧା ପ୍ରସାରଣ

Published By : Prameya-News7 Bureau | August 17, 2020 IST

ନୂଆଦିଲ୍ଲୀ ୧୭।୦୮: ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଖୁସିର ଖବର। ୯୧ ମୋବାଇଲ୍ସର ଏକ ରିପୋର୍ଟ ଅନୁଯାୟୀ ଷ୍ଟାର ଇଣ୍ଡିଆ ଓ ଜିଓ ମଧ୍ୟରେ ଏକ ଚୁକ୍ତିନାମା  ହୋଇଛି, ଯାହାରି ଆଧାରରେ ଜିଓ ଗ୍ରାହକଙ୍କୁ ଆଇପିଏଲ ୨୦୨୦ ମାଗଣାରେ ନିଜ ମୋବାଇଲରେ ଦେଖି ପାରିବେ। କମ୍ପାନୀ କିଛି ବଛା ବଛା ପ୍ଲାନ ଉପରେ ଫ୍ରି ଆଇପିଏଲର ଏକ୍ସେସ୍ ପ୍ରଦାନ କରିବ। ଜିଓ ଫାଇବରର ମଧ୍ୟ କିଛି ପ୍ଲାନରେ ଚଳିତ ବର୍ଷ ହେବାକୁ ଥିବା ଆଇପିଏଲର ସିଧା ପ୍ରସାରଣ ଦେଖି ପାରିବେ। ଯେଉଁ ୟୁଜର୍ସଙ୍କ ପାଖରେ ଡିଜନୀ + ହଟଷ୍ଟାରର ସବସ୍କ୍ରିପସନ କିମ୍ବା ଫ୍ରି ଏକ୍ସେସ୍‌ ନଥିବ ତେବେ ସେମାନେ କେବଳ ୫ ମିନିଟ୍‌ ପର୍ଯ୍ୟନ୍ତ ଆଇପିଏଲ ମାଗଣାରେ ଦେଖି ପାରିବେ।

ଏହି ପ୍ଲାନରେ ମିଳିବ ଅଫର

ରିପୋର୍ଟ ଅନୁଯାୟୀ ଜିଓର ୪୦୧ ଟଙ୍କା ଓ ୨୫୯୯ ଟଙ୍କିଆ ପ୍ଲାନରେ ଡିଜନି +  ହଟଷ୍ଟାରର ଗ୍ରାହକ ଆଇପିଏଲ ୨୦୨୦ର ଲାଇଭ୍ ଷ୍ଟ୍ରିମ୍ ଦେଖି ପାରିବେ। ଦୁଇ ପ୍ଲାନରେ ଷ୍ଟ୍ରିମିଂ ସର୍ଭିସ୍‌ର ଫ୍ରି ଆକ୍ସେସ୍ ଗ୍ରାହକଙ୍କୁ ମିଳିବ। କିନ୍ତୁ କମ୍ପାନୀ ତରଫରୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

ଜିଓ ଫାଇବର ପ୍ଲାନରେ ଆଇପିଏଲ

ଜିଓ ଫାଇବରର ୮୪୯ ଟଙ୍କିଆ ଓ ତଦୁର୍ଦ୍ଧ ପ୍ଲାନରେ ଆଇପିଏଲ ୨୦୨୦ର ସିଧା ପ୍ରସାରଣ ଦେଖାଯାଇ ପାରିବ କାରଣ ଏହି ପ୍ଲାନରେ ଡିଜନୀ + ହଟ୍‌ଷ୍ଟାର  ଭିଆଇପିର ବାର୍ଷିକ ସବସ୍କ୍ରିପସନ ମାଗଣାରେ ମିଳିଥାଏ। କମ୍ପାନୀ ଜିଓ ଫାଇବର୍ସ ପ୍ଲାନରେ ୮୦୦ ଜିବିରୁ ୧୫୦୦ ଜିବି ପର୍ଯ୍ୟନ୍ତ ଡାଟା ଅଫର ଦେଉଛି।

ଡିଜନୀ + ହଟ୍‌ଷ୍ଟାରର ସବସ୍କ୍ରିପସନର ମୂଲ୍ୟ

ଆଇପିଏଲ ୨୦୨୦ର ଲାଇଭ ଷ୍ଟ୍ରିମିଂ ପାଇଁ ଡିଜନୀ + ହଟ୍‌ଷ୍ଟାରର ପ୍ରିମିୟମ କିମ୍ଵା ଭିଆଇପି ସବସ୍କ୍ରିପସନ ନେବାକୁ ପଡିବ। ଡିଜନୀ + ହଟ୍‌ଷ୍ଟାରରର ପ୍ରିମିୟମ ସବସ୍କ୍ରିପସନର ମାସିକ ଦୈୟ ୨୯୯ ଟଙ୍କା। ଏକ ବର୍ଷ ପାଇଁ ଏହାର ସବସ୍କ୍ରିପସନ ଦୈୟ ୧୪୯୯ ଟଙ୍କା ରହିଛି। ଏହାର ଭିଆଇପି ସବସ୍କ୍ରିପସନ ମାସିକ ଦୈୟ ୩୯୯ ଟଙ୍କା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.