ଜୁଲାଇ ମାସରୁ ଆରମ୍ଭ ହେବ ଜିଓ ଗିଗା ଫାଇବର ବ୍ରଡବେଣ୍ଡ, ପ୍ରଥମ ପର୍ଯ୍ୟାୟରେ ୧୧୦୦ ସହର ହେବେ ଉପକୃତ

Published By : Prameya-News7 Bureau | March 09, 2019 IST

ନୂଆ ଦିଲ୍ଲୀ ୯|୩: ଚଳିତ ବର୍ଷ ଜୁଲାଇ ମାସରୁ ଜିଓ ଗିଗା ଫାଇବର ବ୍ରଡବେଣ୍ଡ ଆରମ୍ଭ ହେବ ବୋଲି ରିଲାଏନ୍ସ କମ୍ପାନୀ ଘୋଷଣା କରିଛି। କିଛି ଦିନ ମଧ୍ୟରେ ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହେବ। କିନ୍ତୁ ଏହି ବ୍ରଡବେଣ୍ଡ ସର୍ଭିସ ବିଷୟରେ ଅଫିସିଆଲ ଘୋଷଣା କରାଯାଇନାହିଁ। ଏହା ପୂର୍ବରୁ ଖବର ଆସିଥିଲା ଯେ ଜିଓ ଗିଗା ଫାଇବର ବ୍ରଡବେଣ୍ଡ ୨୦୧୯ ମସିହା ମାର୍ଚ୍ଚ ମାସରେ ଲଂଞ୍ଚ ହୋଇଥାନ୍ତା। ସୂଚନାଯୋଗ୍ୟ ଯେ, ଜିଓର ଏହି ସର୍ଭିସ ଏବେ ପରୀକ୍ଷାମୂଳକ ପର୍ଯ୍ୟାୟରେ ରହିଛି।

{"id":91947,"width":587,"height":337}

ପ୍ରଥମେ ଏହି ସେବା ଦେଶର ୧୧୦୦ ସହରରେ ଉପଲବ୍ଧ ହେବ। କମ୍ପାନୀ ଅନୁସାରେ ଏହି ସେବା ୫କୋଟି ଘରେ ପହଞ୍ଚିବା ସୁବିଧା କରାଯିବ। ବିଭିନ୍ନ ମହାନଗର ସହ ଏହି ସର୍ଭିସ ୩୦ଟି ସହରରେ ଲାଗୁ ହେବ। ବେଙ୍ଗଲୁରୁ, ଚେନ୍ନାଇ, ପୁଣେ, ଲକ୍ଷ୍ନୌ, କାନପୁର, ରାୟପୁର, ନାଗପୁର, ଇନ୍ଦୋର, ଠାଣେ, ଭୋପାଲ, ଗାଜିଆବାଦ, ଲୁଧିୟାନା, ଆଗ୍ରା, ମଦୁରାଇ, ନାଶିକ, ଫରିଦାବାଦ, ମିରଠ, ରାଜକୋଟ, ଶ୍ରୀନଗର, ଅମୃତସର, ପାଟଣା, ଆହ୍ଲାବାଦ, ରାଞ୍ଚି, ଯୋଧପୁର, କୋଟା, ଗହ୍ୱାଟୀ, ଚଣ୍ଡିଗଡ, ସୋଲାପୁର, ଓ ନୂଆଦିଲ୍ଲୀରେ ପ୍ରଥମେ ଏହି ସର୍ଭିସ ଲାଗୁ ହେବ।

{"id":91948,"width":594,"height":400}

ଯେଉଁ ସହରରେ ଜିଓର ଅଧିକ ରେଜିଷ୍ଟ୍ରେସନ ହୋଇଛି, ସେହି ସହରକୁ ପ୍ରାଥମିକତା ଦିଆଯିବ। ଜିଓ ଗିଗା ଫାଇବର ପ୍ଲାନର ୫୦୦ ଟଙ୍କାରୁ ଆରମ୍ଭ ହେବ। ରିପୋର୍ଟ ଅନୁସାରେ ଜିଓ ୟୁଜର୍ସଙ୍କୁ ୧୦୦ ଏମବିପିଏସ୍‌ ସ୍ପିଡରେ ୩୦୦ ଜିବି ଡାଟା ମିଳିବ। ଏହା ସହ ପ୍ରଥମ ତିନି ମାସ ଜିଓ ୟୁଜର୍ସଙ୍କୁ ୧୦୦ ଏମବିପିଏସ୍‌ ସ୍ପିଡରେ ୧୦୦ଜିବି ମାସିକ ଡାଟା ଫ୍ରିରେ ମିଳିବ। ପ୍ରଥମ ୩ ମାସ ଏହି ସର୍ଭିସ ଫ୍ରିରେ ଦିଆଯିବ। ତେବେ ୟୁଜର୍ସଙ୍କୁ ପ୍ରଥମେ ୪,୫୦୦ ଟଙ୍କା ଅମାନତ ରାଶି ଜମା କରିବାକୁ ହେବ। ଏହି ସର୍ଭିସ ବ୍ୟବହାର କରିଲେ ଗିଗା ଫାଇବର ଓ ଜିଓ ଟିଭି ରାଉଟର ଫ୍ରିରେ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.