ଏୟାରଟେଲ୍, ଭୋଡାଫୋନ ଓ ଆଇଡିଆଲ ପରେ ଜିଓର ମୋବାଇଲ ଟାରିଫ ବୃଦ୍ଧି

Published By : Prameya-News7 Bureau | December 02, 2019 IST

ନୂଆଦିଲ୍ଲୀ ୦୨।୧୨: ଶସ୍ତା କଲ ଦରରେ କଥା ହେବା ସମୟ ଶେଷ ହେବାକୁ ଯାଉଛି। କାରଣ ଏହି ସପ୍ତାହରେ ଦେଶର ସମସ୍ତ ମୋବାଇଲ ସେବା ପ୍ରଦାନକାରୀ ସଂସ୍ଥା ସେମାନଙ୍କର ସେବା ମୂଲ୍ୟ ବଢ଼ାଉଛନ୍ତି ।

{"id":192766,"sizeSlug":"large"}

ଆଗାମୀ ୩ ତାରିଖରୁ ଭୋଡୋଫୋନ ଓ ଆଇଡିଆ, ଏୟାରଟେଲ ସେମାନଙ୍କର ସେବା ମୂଲ୍ୟ ବଢ଼ାଇବା ଲାଗି ଘୋଷଣା କରିଛନ୍ତି। ଆଉ ଏତିକିବେଳେ  ରିଲାଏନସ ଜିଓ ମଧ୍ୟ ସମାନ ବାଟ ଧରିଛି । ଆଗାମୀ ୬ ତାରିଖରେ ଜିଓର ପ୍ଲାନ ୪୦ ପ୍ରତିଶତ ବୃଦ୍ଧି ପାଇବ ।  ତେବେ ବୁଲେଇ ବଙ୍କେଇ କମ୍ପାନି କହିଛି ଏହାର ଗ୍ରାହକଙ୍କ ପାଇଁ କିଛି ଆକର୍ଷକ ଅଫର ରହିବ । ଏବଂ ଅଲ ଇନ୍  ୱାନ ପ୍ଲାନ ରହିବ । ଏମିତିକି କମ୍ପାନି ଦାବି କରୁଛି ଯେ ଅନ୍ୟ ସର୍ଭିସକୁ ଫୋନ କରୁଥିବା ଜିଓ ଗ୍ରାହକ ଏଥର ୩୦୦ ପ୍ରତିଶତ ଅଧିକ ଲାଭ ପାଇବେ। ଗ୍ରାହକଙ୍କ ସ୍ବାର୍ଥକ ସର୍ବାଧିକ ଗୁରୁତ୍ବ ଦିଆଯିବ । ଟାରିଫ ବୃଦ୍ଧି କରାଗଲେ ବି ସମୋନଙ୍କୁ ଆମେ ଅଧିକ ଫାଇଦା ପହଞ୍ଚାଇବୁ । ଟାରିଫ ସଂଶାେଧନକୁ ନେଇ ରହିଥିବା ପ୍ରକ୍ରିୟାକୁ ଦୃଷ୍ଟିରେ ରଖି ସେବା ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.