Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର, ୩୯୯ ଟଙ୍କାର ପ୍ଲାନ୍ କେତେ ଟଙ୍କାରେ ମିଳିବ ଜାଣନ୍ତୁ…

22/12/2018 at 10:45 AM

ନୂଆଦିଲ୍ଲୀ ୨୨|୧୨: ଗତ ଦୁଇ ବର୍ଷ ମଧ୍ୟରେ ଟେଲିକମ୍ କ୍ଷେତ୍ରରେ ବହୁ ପରିବର୍ତ୍ତନ ହେଉଛି । ରିଲାଏନ୍ସ ଜିଓର ପ୍ରବେଶ ଭାରତର ଟେଲିକମ୍ କ୍ଷେତ୍ରରେ ଇଣ୍ଟରନେଟ୍ ଏବଂ କଲିଂ ପ୍ଲାନ୍ ର ମୂଲ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଜିଓ କାରଣରୁ ଅନ୍ୟ ଟେଲିକମ୍ କମ୍ପାନୀ ନିଜର ସମସ୍ତ ପୁରୁଣା ମହଙ୍ଗା ପ୍ଲାନ୍ ବନ୍ଦ କରି ଶସ୍ତା ପ୍ଲାନ୍ ଗ୍ରାହକମାନଙ୍କ ପାଇଁ ଉପଲବ୍ଧ କରାଇଛନ୍ତି ।

ଜିଓ ତାର ଗ୍ରାହକମାନଙ୍କୁ ଗତ ୨ବର୍ଷ ମଧ୍ୟରେ ଶସ୍ତା ଅଫର ବ୍ୟତୀତ ମାଗଣା ଅଫର ଏବଂ ସର୍ଭିସ୍ ମଧ୍ୟ ଉପଲବ୍ଧ କରାଇଛି । ଯଦିଓ ଜିଓ ସବୁବେଳ ପାଇଁ ମାଗଣାରେ ଇଣ୍ଟରନେଟ୍ ଏବଂ କଲିଂ ଉପଲବ୍ଧ କରାଇପାରିଥାନ୍ତା ମାତ୍ର ଅନ୍ୟ ଟେଲିକମ୍ କମ୍ପାନୀମାନଙ୍କର ଅଭିଯୋଗ ପରେ ଟ୍ରାଇର ନିର୍ଦ୍ଦେଶ ଅନୁସାରେ ଜିଓକୁ ତାର ମାଗଣା ସର୍ଭିସକୁ ଫେରସ୍ତ ନେବାକୁ ପଡିଥିଲା । ଏହା ସତ୍ତ୍ବେ ଜିଓରୁ ଜିଓକୁ କଲ୍ ନିଶୁଳ୍କ ରହିଛି ।

ଏହା ବ୍ୟତୀତ ଜିଓ ୬୪ କେବିପିଏସର ସ୍ପିଡ୍ ର ଇଣ୍ଟରନେଟ୍ ସର୍ଭିସ୍ କୁ ମଧ୍ୟ ମାଗଣା କରିଛି । ରିଚାର୍ଜ ନକରି ଜିଓ ଗ୍ରାହକ ମାଗଣାରେ ଇଣ୍ଟରନେଟ୍ ଏବଂ କଲିଂର ଫାଇଦା ଉଠାଇପାରିବେ । ଜିଓ ଦ୍ବାରା ଗ୍ରାହକଙ୍କୁ ମାଗଣାରେ ଏକ ବର୍ଷର ଜିଓ ପ୍ରାଇମ୍ ମେମ୍ବରସିପ୍ ଉପଲବ୍ଧ କରାଯାଇଛି । ଏହାକୁ ୩୧ମାର୍ଚ୍ଚ ୨୦୧୯ ପର୍ଯ୍ୟନ୍ତ କୌଣସି ଶୁଳ୍କ ନଦେଇ ଆକ୍ଟିଭେଟ କରାଯାଇପାରିବ ।

ଜିଓ ନିକଟରେ ଗ୍ରାହକମାନଙ୍କ ପାଇଁ କ୍ୟାସବ୍ୟାକ୍ ଅଫର ଆଣିଛି । ଯେଉଁଥିରେ ୩୯୯ ଟଙ୍କାର ପ୍ଲାନ୍ ର ରିଚାର୍ଜ ଉପରେ ୪୦୦ଟଙ୍କାର କ୍ୟାସବ୍ୟାକ୍ ଜିଓ ଦ୍ବାରା ଦିଆଯାଉଛି । ଏହି କ୍ୟାସବ୍ୟାକ୍ ମାଇଁ ଜିଓ ଆପ୍ ରେ ଜିଓ କୁପନ୍ ଆକାରରେ ଦିଆଯିବ । ୮ଟି କୁପନ୍ ଦିଆଯିବ । ପ୍ରତି କୁପନର ମୂଲ୍ୟ ୫୦ ଟଙ୍କା ହେବ । ଯାହାକୁ ଆଗାମୀ ରିଚାର୍ଜରେ ବ୍ୟବହାର କରିପାରିବେ ।

ସେହିଭଳି ଅନ୍ୟ ଅଫରଟିକୁ ଜିଓ ଅନଲାଇନ୍ ରିଚାର୍ଜ ଏବଂ ପେମେଣ୍ଟ ଆପ୍ ଫୋନ୍ ପେ ସହ ବୁଝାମଣାରେ କରିଛି । ଯଦି ୩୯୯ ଅଥବା ତାଠାରୁ ଅଧିକ ମୂଲ୍ୟର ରିଚାର୍ଜ କରିଲେ ଗ୍ରାହକଙ୍କର ୧୦୦ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ ହୋଇପାରିବ । ଯେଉଁଥିରେ ରିଚାର୍ଜ କରିବା ଦ୍ବାରା ୫୦ଟଙ୍କାର ରିହାତି ମାଇଁ ଜିଓ ଆପ୍ ମାଧ୍ୟମରେ ଦିଆଯିବ ଏବଂ ୫୦ଟଙ୍କାର କ୍ୟାସବ୍ୟାକ୍ ଫୋନ୍ ପେ ଓ୍ବାଲେଟରେ କ୍ୟାସବ୍ୟାକ୍ ରୂପରେ ଦିଆଯିବ । ଫଳରେ ୩୯୯ ଟଙ୍କାର ପ୍ଲାନ୍‌ର ମୂଲ୍ୟ ୨୯୯ ଟଙ୍କା ହେବ । ଯେଉଁଥିରେ ମାତ୍ର ୧୦୦ଟଙ୍କାରେ ପ୍ରତିମାସରେ ଗ୍ରାହକ ୪୨ଜିବି ଡାଟା ଏବଂ ଅସୀମିତ କଲ୍ କରିବାର ସୁବିଧା ପାଇପାରିବେ ।

   Related Posts