ଏବେ ରିଲାଏନ୍ସ ଜିଓ ବନ୍ଦ କଲା ଏହି ଶସ୍ତା ପ୍ଲାନ୍ : ଦେବାକୁ ପଡ଼ିବ ୩୬ଟଙ୍କା ଅଧିକ

Published By : Prameya-News7 Bureau | December 11, 2019 IST

ନୂଆଦିଲ୍ଲୀ ୧୧/୧୨: ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କୁ ପୁଣି ଥରେ ଝଟକା ଦେଇ ନିଜର ଆଉ ଏକ ପ୍ଲାନ୍ ବନ୍ଦ କରି ଦେଇଛି। ରିଲାଏନ୍ସ ଜିଓ,ଜିଓ ଫୋନର ୪୯ଟଙ୍କାର ପ୍ଲାନକୁ ବନ୍ଦ କରି ଦେଇଛି ଯାହା ସବୁଠୁ ଲୋକପ୍ରିୟ ପ୍ଲାନ୍ ଥିଲା। ଜିଓ ଫୋନର ୪୯ଟଙ୍କାର ପ୍ଲାନରେ ୨୮ଦିନ ଯାଏଁ ଅନଲିମିଟେଡ କଲିଙ୍ଗ ଏବଂ ପ୍ରତିଦିନ ୫୦୦ଏମବି ଡାଟା ମିଳୁଥିଲା। ତେବେ ଆସନ୍ତୁ ଜାଣିବା ଜିଓ ଫୋନର ନୂଆ ପ୍ଲାନ୍ ବିଷୟରେ

ଜିଓ ଫୋନ୍ ପାଇଁ ସବୁଠୁ ବେଷ୍ଟ ପ୍ଲାନ୍ ଥିଲା ୪୯ଟଙ୍କା ଯାହାକୁ ଏବେ କମ୍ପାନୀ ବନ୍ଦ କରି ଦେଇଛି। ଏବେ ଜିଓ ଫୋନ୍ ଗ୍ରାହକଙ୍କୁ ଅତି କମ​‌ରେ ୭୫ଟଙ୍କା ରିଚାର୍ଜ କରିବାକୁ ପଡ଼ିବ। ଏଥିରେ ୩ଜିବି ଡାଟା ମିଳିଥାଏ। ଏହି ପ୍ଲାନର ବୈଧତା ୨୮ଦିନ ଏବଂ ଏହା ଏକ ଅଲ୍ ଇନ୍ ଓ୍ବାନ୍ ପ୍ଲାନ୍। ଏହି ପ୍ଲାନ୍ ଅନୁସାରେ ଜିଓରୁ ଜିଓ ନେଟଓ୍ବାର୍କରେ ଅନଲିମିଟେଡ କଲିଙ୍ଗ ମିଳିବ କିନ୍ତୁ ଅନ୍ୟ ନେଟଓ୍ବାର୍କରେ ମାତ୍ର ୫୦୦ମିନିଟ୍ କଥା ହୋଇପାରିବେ।

ଏହି ପ୍ଲାନରେ ଜିଓ ନେଟଓ୍ବାର୍କରେ ଅନଲିମିଟେଡ କଲିଙ୍ଗ୍ ମିଳିଥାଏ, ଅନ୍ୟ ନେଟଓ୍ବାର୍କରେ ୫୦୦ମିନିଟର କଲିଙ୍ଗ ମିଳିଥାଏ। ଏହି ପ୍ଲାନରେ ୨୮ଦିନର ବୈଧତା ସହ ୧୪ଜିବି ଡାଟା ମିଳିଥାଏ। ଏହି ପ୍ଲାନରେ ୩୦୦ମ୍ୟାସେଜ ମଧ୍ୟ ମିଳିଥାଏ।

ଏହି ପ୍ଲାନରେ ମଧ୍ୟ ୨୮ଦିନର ବୈଧତା ମିଳିଥାଏ,କିନ୍ତୁ ଏଥିରେ ଡାଟା ଅଧିକ ମିଳିଥାଏ। ଏହି ପ୍ଲାନରେ ପ୍ରତିଦିନ ୧ଜିବି ଅର୍ଥାତ୍ ମୋଟ ୨୮ଜିବି ଡାଟା ମିଳିଥାଏ। ଏହି ପ୍ଲାନ୍ ଅନୁସାରେ ଅନ୍ୟ କମ୍ପାନୀର ନେଟଓ୍ବାର୍କରେ ୫୦୦ମିନିଟ୍ କଲିଙ୍ଗ କରାଯାଇପାରିବ।

ଏହି ପ୍ଲାନରେ ପ୍ରତିଦିନ ୨ଜିବି ଅର୍ଥାତ୍ ମୋଟ ୫୬ଜିବି ଡାଟା ମିଳିଥାଏ। ଏହି ପ୍ଲାନର ମୈଧତା ୫୬ଦିନ। ଏହି ପ୍ଲାନରେ ଅନ୍ୟ ନେଟଓ୍ବାର୍କରେ ୫୦୦ମିନିଟ୍ କଲିଙ୍ଗ ଏବଂ ଜିଓର ନେଟଓ୍ବାର୍କରେ ଅନଲିମିଟେଡ କଲିଙ୍ଗ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.