ଜିଓ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ‘ପବ୍‌ଜି ଲାଇଟ୍’ ଭର୍ସନ, ମିଳିବ ମାଗଣା ଉପହାର

Published By : Prameya-News7 Bureau | July 12, 2019 IST

ଭୁବନେଶ୍ବର ୧୨|୭: ପବଜି ଗେମ୍ ଭାବେ ଲୋକପ୍ରିୟ ଯୁଦ୍ଧ ରୟାଲ୍ ଗେମ୍ ‘ପ୍ଲେୟାର ଅନନୋନ୍ ବାଟେଲଗ୍ରାଉଣ୍ଡ’ (ପବଜି) ପକ୍ଷରୁ ନିକଟରେ ଭାରତରେ ଏହାର ବିଟା ସେବା ପବଜି ଲାଇଟ୍ ଭର୍ସନର ଶୁଭାରମ୍ଭ କରାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ମାଗଣା ଖେଳିବା ପାଇଁ ଉପଲବ୍ଧ ହେଉଥିବା ପବଜି-ଲାଇଟ୍ ଗେମିଂ ଅନୁଭୂତିକୁ ଅଧିକ ସହଜ ଓ ବ୍ୟାପକ କରିବା ସୁନିଶ୍ଚିତ କରି ଉନ୍ନତ ଗେମ୍ ପ୍ଲେ ଓ ଗ୍ରାଫିକ୍ସ ସହ ଶସ୍ତା କମ୍ପ୍ୟୁଟରରେ ଚାଲିପାରୁଥିବା ଏକ ଗେମ୍ ।

ଏହି ନୂଆ ଭର୍ସନ ଗେମ୍ ରେ ବ୍ୟବହାରକାରୀଙ୍କ ଅନୁଭୂତିକୁ ଅଧିକ ଉନ୍ନତ ଓ ଆକର୍ଷଣୀୟ କରିବା ଏବଂ ତାହାକୁ ଅଧିକ ସଂପୃକ୍ତି ଭିତିକ କରିବା ପାଇଁ ପବଜି ଲାଇଟ୍ ପକ୍ଷରୁ ଜିଓ ସହିତ ସହଭାଗିତା ସ୍ଥାପନ କରାଯାଇଛି । ଭାରତରେ ଏହି ସ୍ବତନ୍ତ୍ର ବୁଝାମଣା ଦ୍ବାରା ନିଜ ନିଜ ଢଙ୍ଗରେ ବ୍ୟବହାରକାରୀଙ୍କୁ ନୂତନ ପିଢ଼ିର ଡିଜିଟାଲ୍ ଅନୁଭୂତି ପ୍ରଦାନ କରୁଥିବା ଦୁଇଟି ଲୋକପ୍ରିୟ ଓ ଆଇକନିକ୍ ବ୍ରାଣ୍ଡ୍ ଏକତ୍ରିତ ହୋଇଛନ୍ତି ।

ପବଜି ଲାଇଟ୍ ପାଇଁ ପଂଜୀକୃତ ହେଉଥିବା ଜିଓ ଗ୍ରାହକମାନେ ସେମାନଙ୍କ ଇନ୍-ଗେମ୍ ସାମଗ୍ରୀ ପାଇଁ ମାଗଣା ସ୍କିନ୍ ଭାବେ ସ୍ବତନ୍ତ୍ର ଉପହାର ଉପଭୋଗ କରିପାରିବେ ।

ମାଗଣା ଜିଓ ଉପହାର ପାଇଁ କିଭଳି ପଂଜୀକରଣ କରିବେ :

ସୋପନ ୧: ପବଜି ଲାଇଟ୍ ର ସ୍ବତନ୍ତ୍ର ଅନୁଭୂତିକୁ ଉପଭୋଗ କରିବା ପାଇଁ ଜିଓ ବ୍ୟବହାରକାରୀମାନେ https://gamesarena.jio.comକୁ ଯାଇ ସହଜ ଦୁଇ ସୋପାନ ଭିତିକ ପଂଜୀକରଣ ଫର୍ମ ପୂରଣ କରିବେ ।

ସୋପାନ ୨: ଏହା ପରେ ବ୍ୟବହାରକାରୀ ନିଜର ପଂଜୀକୃତ ଇ-ମେଲ୍ ଠିକଣାରେ ଏକ ଭେରିଫିକେସନ ଲିଙ୍କ ହାସଲ କରିବେ ।

ସୋପାନ ୩: ଭେରିଫିକେସନ ଶେଷ ହେବା ପରେ, ରିଡିମ୍ପସନ୍ କୋଡ୍ ଥିବା ଆଉ ଏକ ମେଲ୍ କୁ ସେ ହାସଲ କରିବେ ଯାହାକୁ ଗେମ୍ ଭିତରେ ବ୍ୟବହାର କରାଯାଇପାରିବ ।

ରିଡିମ୍ପ୍ ସନ୍ କୋଡ୍ କୁ କିଭଳି ବ୍ୟବହାର କରିବେ :

ସୋପାନ ୧: ଡାଉନ୍ ଲୋଡ୍ କରିବା ଏବଂ ପବଜି ଲାଇଟ୍ ପାଇଁ ପଂଜୀକରଣ କରିବା ପରେ ବ୍ୟବହାରକାରୀଙ୍କୁ ମେନୁ ଷ୍ଟୋର ଯିବାକୁ ପଡ଼ିବ ।

ସୋପାନ ୨: ମେନୁ ବିକଳ୍ପରେ, ବ୍ୟବହାରକାରୀଙ୍କୁ ଆଡ ବୋନସ/ଗିଫ୍ଟ କୋଡ୍ ରେ କ୍ଲିକ୍ କରିବାକୁ ହେବ ।

ସୋପାନ ୩: ଫାଙ୍କା ଥିବା ସ୍ଥାନରେ ବ୍ୟବହାରକାରୀଙ୍କୁ ଏବେ ରିଡିମ୍ପସନ୍ କୋଡ୍ ଦାଖଲ କରିବାକୁ ହେବ ଏବଂ ରିଡିମ୍ ରେ କ୍ଲିକ୍ କରିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.