Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ମାର୍ଚ୍ଚ ୩୦ରେ ହୋଇଥିଲା ବାଇପାସ୍‌ ସର୍ଜରୀ
  • ||
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||

ରିଲାଏନ୍ସ ଜିଓ ଆରମ୍ଭ କଲା ୪ଟି ନୂଆ ଅଲ-ଇନ୍-ଓ୍ବାନ୍ ପ୍ଲାନ୍ : ମିଳିବ ୧୬୮ଜିବି ଯାଏଁ ଡାଟା

25/10/2019 at 4:08 PM

ନୂଆଦିଲ୍ଲୀ ୨୫/୧୦: ମୁକେଶ ଅମ୍ବାନିଙ୍କର କମ୍ପାନୀ ରିଲାଏନ୍ସ ଜିଓ ଆଜି ଜିଓ ଫୋନ୍ ଗ୍ରାହକଙ୍କ ପାଇଁ ନୂଆ ମାସିକ ‘ଅଲ୍ ଇନ୍ ଓ୍ବାନ’ ପ୍ଲାନର ଘୋଷଣା କରିଛି। ଏହି ପ୍ଲାନର ମୂଲ୍ୟ ୭୫ଟଙ୍କାରୁ ଆରମ୍ଭ ହୋଇ ୧୮୫ଟଙ୍କା ଯାଏଁ ରହିଛି। ଏହି ନୂଆ ପ୍ଲାନ୍ ପୂର୍ବରୁ ଥିବା ଜିଓ ଫୋନ୍ ରିଚାର୍ଜ ପ୍ଲାନ୍ ସହ ଉପଲବ୍ଧ ହେବ।

ଏହି ନୂଆ ମାସିକ ପ୍ଲାନରେ ଟେଲିକମ୍ ଅପରେଟର ଦ୍ବାରା ଜିଓ-ଟୁ ଜିଓ କଲିଙ୍ଗ ଫ୍ରି ଦିଆଯାଉଛି। ନନ-ଜିଓ କଲିଙ୍ଗ ପାଇଁ ୫୦୦ମିନିଟ୍ ସମୟ ରଖାଯାଇଛି। ଜିଓ ଫୋନ ଗ୍ରାହକଙ୍କୁ ସବୁଠୁ ଶସ୍ତାରେ ୭୫ଟଙ୍କାର ପ୍ଲାନରେ ୩ଜିବି ମାସିକ ଡାଟା ମିଳିବ। ସେହିପରି ୧୨୫ଟଙ୍କା,୧୫୫ଟଙ୍କା ଏବଂ ୧୮୫ଟଙ୍କାର ପ୍ଲାନରେ ଜିଓ ଫୋନ୍ ଗ୍ରାହକଙ୍କୁ ୧୪ଜିବି,୨୮ଜିବି ଏବଂ ୫୬ଜିବି ମାସିକ ଡାଟା ମିଳିବ। ଏହି ସମସ୍ତ ପ୍ଲାନର ଅବଧି ୨୮ଦିନ।ଳ ଜିଓ ଏକ ପ୍ରେସ୍ କନଫରେନ୍ସରେ କହିଛି ଯେ କମ୍ପାନୀ ପ୍ରତିଦ୍ବନ୍ଦୀ କମ୍ପାନୀ ମୁକାବିଲାରେ ୨୫ଗୁଣ ଅଧିକ ଭାଲ୍ୟୁ ଉପଲବ୍ଧ କରାଉଛି।

ଏହା ପୂର୍ବରୁ ଗତ ସୋମବାର କମ୍ପାନୀ ଜିଓ ଗ୍ରାହକଙ୍କ ପାଇଁ ୪ଟି ନୂଆ ନୂଆ ଟାରିଫ ପ୍ଲାନ୍ ଆରମ୍ଭ କରିଛି। ଏହି ପ୍ଲାନ୍ ୨୨୨ଟଙ୍କା,୩୩୩ଟଙ୍କା,୪୪୪ଟଙ୍କା ଏବଂ ୫୫୫ଟଙ୍କା। ଏହାର ଭ୍ୟାଲିଡିଟି ୨୮ଦିନ,୫୬ଦିନ,୮୪ଦିନ। ଏହି ସମସ୍ତ ନୂଆ ପ୍ଲାନ୍ ୧୦୦୦ଅଫ ନେଟ୍ ଆଇୟୁସି ମିନିଟସ ସହ ଆସିଥାଏ। ଯାହା ଫଳରେ ଅନ୍ୟ ନେଟଓ୍ବାର୍କକୁ କଲ୍ କରାଯାଇପାରିବ। ଯଦି ଗ୍ରାହକ ଏହାକୁ ଅଲଗା କିଣିବେ ତେବେ ସେମାନଙ୍କୁ ୮୦ଟଙ୍କା ଦେବାକୁ ପଡ଼ିବ।

ଜିଓର ନୂଆ ୨୨୨ଟଙ୍କା,୩୩୩ଟଙ୍କା ,୪୪୪ଟଙ୍କା ଏବଂ ୫୫୫ଟଙ୍କାର ପ୍ଲାନରେ ଯଥାକ୍ରମେ ୫୬ଜିବି,୧୧୨ଜିବି,୧୬୮ଜିବି ଏବଂ ୧୬୮ଜିବି ଡାଟା ଦିଆଯାଉଛି। ଏହା ସହିତ ଦୀପାବଳିର ଖାସ୍ ଅବସରରେ ଜିଓ ନିଜ ଜିଓଫୋନ ମଡେଲର ମୂଲ୍ୟରେ ମଧ୍ୟ ୫୦ ପ୍ରତିଶତ କମ୍ କରି ୬୯୯ଟଙ୍କା କରିଛି।

   Related Posts