Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦ୍ୱିତୀୟ ଲହରର କରୁଣ ଚିତ୍ର : ହସ୍ପିଟାଲରେ ବେଡ୍ ନାହିଁ, ଫୁଟ୍ ପାଥ୍‌ରେ ଶୋଇଛନ୍ତି କରୋନା ସଂକ୍ରମିତ
  • ||
  • ରାଉରକେଲା : ଦିଲ୍ଲୀରେ ଅକ୍ସିଜେନ୍ ସଙ୍କଟ, ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରୁ ପଠାଗଲା ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଯାଜପୁର : ଅକ୍ସିଜେନ୍ ସଙ୍କଟ, ଯାଜପୁରରୁ ବିଶାଖାପାଟଣା ଓ ପୁଣେ ଗଲା ୨ଟି ଅକ୍ସିଜେନ୍ ଟ୍ୟାଙ୍କର
  • ||
  • ଅନୁଗୋଳ : ଅନୁଗୋଳ ଜିଲ୍ଲାର ୨ଟି ମ୍ୟୁନିସିପାଲଟି ସଟଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେଲା ନବମିଶ୍ର କଲୋନୀ
  • ||
  • କଳାହାଣ୍ଡି : ପୋଲିସ ରିଜର୍ଭ ଅଫିସରେ ସର୍ଜନ ଓ OAPF ଯବାନଙ୍କ ମଧ୍ୟରେ ମାଡ ଘଟଣା, ଉଭୟଙ୍କୁ ନିଲମ୍ବିତ କଲେ ଏସପି
  • ||
  • କଳାହାଣ୍ଡି : ଜିଏସଟି ଏନଫୋର୍ସମେଣ୍ଟ ଟିମ୍‌ର ଚଢାଉ, ଟ୍ରକ୍‌ରୁ ୫ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ
  • ||
  • କରୋନା ବେଲଗାମ୍, ଦେଶରେ ୨୪ ଘଣ୍ଟାରେ ୩ ଲକ୍ଷ ୩୨ ହଜାରରୁ ଅଧିକ କେସ୍, ୨୨୬୩ ମୃତ
  • ||
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||

ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ରିଲାଏନ୍ସ ଜିଓର ନିଟ୍ ଲାଭ ୪୫.୬% ବୃଦ୍ଧି

20/07/2019 at 9:20 AM

ନୂଆଦିଲ୍ଲୀ ୨୦|୭: ରିଲାଏନ୍ସ ଜିଓ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସ (ଅପ୍ରେଲରୁ ଜୁନ) ର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି | ଅପ୍ରେଲରୁ ଜୁନ୍ ଯାଏଁ ରହିଥିବା ଏହି ତ୍ରୟମାସରେ ରିଲାଏନ୍ସ ଜିଓର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରହିବା ସହିତ ନିଟ୍ ଲାଭ ଗତବର୍ଷ ତୁଳନାରେ ୪୫.୬ ପ୍ରତିଶତ ବୃଦ୍ଧି ସହିତ ୮୯୧ କୋଟି ଟଙ୍କାରେ ପହଁଚିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି | ସେହିଭଳି ଏହି ତ୍ରୟମାସରେ କମ୍ପାନୀର EBIDTA ରେ ଗତବର୍ଷ ତୁଳନାରେ ୪୯ ପ୍ରତିଶତ ବୃଦ୍ଧି ଘଟି ୪୬୮୬ କୋଟି ଟଙ୍କାରେ ପହଁଚିଥିବା ବେଳେ EBIDTA ମାର୍ଜିନ ୪୦ ପ୍ରତିଶତ ରହିଥିବା କୁହାଯାଇଛି | ୨୦୨୦ ଆର୍ଥିକ ବର୍ଷର ଏହି ପ୍ରଥମ ତ୍ରୟମାସରେ  ଜିଓ ନୂତନ ଗ୍ରାହକ ଯୋଡ଼ିବାରେ ନିଜର ଜୟଯାତ୍ରା ବଜାୟ ରଖି ମୋଟ୍ ୩.୩୧ କୋଟି ମୋବାଇଲ ଗ୍ରାହକ ଯୋଡିଥିବା ବେଳେ ପ୍ରତି ଉପଭୋକ୍ତାଙ୍କ ମାସିକ ହାରାହାରି ଡାଟା ବ୍ୟବହାର ବୃଦ୍ଧିପାଇ ୧୧.୪ ଜିବି ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି | ଉପଭୋକ୍ତା ପିଛା ଭଏସ କଲ୍ ମାସକୁ ହାରାହାରି ୮୨୧ ମିନିଟ୍ ରହିଥିବା ବେଳେ ଉପଭୋକ୍ତା ପିଛା ରାଜସ୍ବ (ARPU ) ୧୨୨ ଟଙ୍କା ରହିଛି | 

ଆଜି ମଧ୍ୟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ୨୦୧୯ – ୨୦ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି | ଏହି ତ୍ରୟମାସରେ କମ୍ପାନୀର ନିଟ୍ ଲାଭ ଗତବର୍ଷ ତୁଳନାରେ ୬.୮ ପ୍ରତିଶତ ବୃଦ୍ଧି ପାଇ ରେକର୍ଡ ୧୦୧୦୪ କୋଟି ଟଙ୍କାରେ ପହଁଚିଥିବା ଜଣାଯାଇଛି | ଏହି ତିନିମାସରେ କମ୍ପାନୀର ମୋଟ୍ ରାଜସ୍ବ ଗତ ବର୍ଷ ତୁଳନାରେ ୨୨.୧ ପ୍ରତିଶତ ବୃଦ୍ଧି ପାଇ ୧,୭୨,୯୫୬ କୋଟି ଟଙ୍କାରେ ପହଁଚିଥିବା କୁହାଯାଇଛି | ରିଟେଲ ଓ ଡିଜିଟାଲ ସେବା ବ୍ୟବସାୟରେ ଏହି ସମୟରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟି ଏହା ରେକର୍ଡ ସ୍ତର ଛୁଇଁଥିବା ବେଳେ ରିଲାଏନ୍ସ ରିଟେଲର ପ୍ରଥମ ତ୍ରୟମାସ ରାଜସ୍ବରେ ଗତବର୍ଷ ତୁଳନାରେ ୪୮ ପ୍ରତିଶତ ବୃଦ୍ଧି ଘଟି ଏହା ୩୮୨୮୬ କୋଟି ଟଙ୍କାରେ ପହଂଚିଛି | ୬୭୦୦ ରୁ ଅଧିକ ସହରରେ ୧୦୬୪୪ ଷ୍ଟୋର ରହିଥିବା ରିଲାଏନ୍ସ ରିଟେଲର ପଂଜିକୃତ ଗ୍ରାହକ ସଂଖ୍ୟା ଏହି ତିନିମାସରେ ୧୦ କୋଟି ପାର କରିଥିବାବେଳେ ରିଲାଏନ୍ସ ରିଟେଲ ଷ୍ଟୋରକୁ ଏହି ଅବଧିରେ ୧୫ କୋଟି ଗ୍ରାହକ ଆସିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି | ଏହି ତ୍ରୟମାସରେ ରିଲାଏନ୍ସ ପେଟ୍ରୋକେମିକାଲ ବ୍ୟବସାୟରେ EBIDTA ୮୮୧୦ କୋଟି ଟଙ୍କା ରହିଥିବା ବେଳେ ରିଫାଇନିଙ୍ଗ EBIDTA ୫୧୫୨ କୋଟି ଟଙ୍କା ରହିଥିବା ପ୍ରକାଶ କରାଯାଇଛି |

ଆଜି ତ୍ରୈମାସିକ ଆର୍ଥିକ ଫଳାଫଳ ସହିତ କମ୍ପାନୀ ପକ୍ଷରୁ ଭିତ୍ତିଭୂମି କ୍ଷେତ୍ରରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସଂସ୍ଥା ବୃକଫିଲଡ ସହିତ ଟାୱାର ଇନ୍ ଫ୍ରାଷ୍ଟ୍ରକ୍ଚର ଟ୍ରଷ୍ଟରେ ୨୫୨୧୫ କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ଚୁକ୍ତିନାମା ସ୍ବକ୍ଷରିତ ହୋଇଥିବା ଘୋଷଣା କରାଯାଇଛି |

   Related Posts