Monday, April 22, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିଲାଏନ୍ସ ଜିଓ ଲଞ୍ଚ୍ କରିପାରେ ୫ଜି ସେବା ସହ ୫ଜି ହ୍ୟାଣ୍ଡସେଟ୍

ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଦେଶରେ ପ୍ରଥମ ଥର ପାଇଁ ୫ଜି ସେବା ଆରମ୍ଭ କରିବାକୁ ଯୋଜନା କରୁଥିବାର ଖବର ଶୁଣିବାକୁ ମିଳୁଛି । ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓ ୫ଜି ସେବା ସହ ୫ଜି ହ୍ୟାଣ୍ଡସେଟ୍ ମଧ୍ୟ ବଜାରକୁ ଛାଡିବାର ଯୋଜନା କରିଛି । ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ରିଲାଏନ୍ସ କମ୍ପାନୀ ଏହି ହ୍ୟାଣ୍ଡସେଟ୍ ଗୁଡିକ ଆସେମବଲ କରିବା ପାଇଁ କିଛି ବିକ୍ରେତାମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରୁଛି । ସୂଚନା ଅନୁସାରେ ଶସ୍ତା ୫ଜି ହ୍ୟାଣ୍ଡସେଟ୍ ଉପଲବ୍ଧ ନହେବାର ସବୁଠୁ ବଡ କାରଣ ହେଉଛି ଯେ କେତେକ ବଡ ଟେଲିକମ୍ କମ୍ପାନୀ ୫ଜି ସ୍ପେକ୍ଟ୍ରମର ନିଲାମୀକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବାକୁ ଚାହୁଁଛନ୍ତି ।

ନିକଟରେ ସରକାର ସ୍ପଷ୍ଟ କରିଛନ୍ତି ଯେ ୨୦୧୯ର ଶେଷ ୬ମାସ ମଧ୍ୟରେ ୫ଜି ଏୟାରଓ୍ବେଜର ନିଲାମୀ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ । ଏଥିରୁ ଏହା ଆଶା କରାଯାଉଛି ଯେ, ଜୁଲାଇ ମାସ ମଧ୍ୟରେ ସ୍ପେକ୍ଟ୍ରମର ନିଲାମୀ ହେବା ପରେ ଟେଲିକମ୍ କମ୍ପାନୀ ଆଗାମୀ ବର୍ଷ ଅପ୍ରେଲ ମଧ୍ୟରେ ଦେଶରେ ୫ଜି ସେବା ଆରମ୍ଭ କରିଦେବେ ।

ମିଳିଥିବା ସୂଚନା ଅନୁସାରେ ଜିଓ ୫ଜିରେ ନିଜର ୪ଜି ମୋବାଇଲ ସେବା ଏବଂ ଫିଚର ଫୋନ୍ ମଡେଲର କପି ମଧ୍ୟ କରିପାରେ । ଏହା ସ୍ପଷ୍ଟ ଯେ ଏହି ସେବା ଏବଂ ହ୍ୟାଣ୍ଡସେଟ୍ ଏହାସହ ଆରମ୍ଭ କରାଯିବ ।

295 Views

   ସମ୍ବନ୍ଧିତ ଖବର