ରିଲାଏନ୍ସ ଜିଓ ଆଣିଲା ‘ଜିଓ ନ୍ୟୁଜ୍’ ଆପ୍, ଏହି ଆପ୍ ଜରିଆରେ ଗ୍ରାହକ ପାଇପାରିବେ ତାଜା ଖବର

Published By : Prameya-News7 Bureau | April 12, 2019 IST

ମୁମ୍ବାଇ ୧୨|୪: ଜିଓ ପକ୍ଷରୁ ଜିଓ ନ୍ୟୁଜ୍ ଉନ୍ମୋଚନ କରାଯାଇଛି । ଏହାକୁ ଡବ୍ଲୁଡବ୍ଲୁଡବ୍ଲୁ.ଜିଓନ୍ୟୁଜ୍.କମ୍ ରେ ଉପଲବ୍ଧ । ଏହି ଆପ୍ କୁ ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଆପ୍ ଷ୍ଟୋରରେ ଗ୍ରାହକଙ୍କ ବ୍ୟବହାର ପାଇଁ ଡାଉନଲୋଡ୍ କରିବା ପାଇଁ ଉପଲବ୍ଧ ହୋଇଛି ।

ଗ୍ରାହକମାନେ ଯାତାୟାତ କରୁଥିବା ସମୟରେ ସବୁ ଘଟଣାର ତାଜା ସୂଚନାକୁ ଜିଓ ନ୍ୟୁଜ୍ ଜରିଆରେ ପାଇପାରିବେ । ଜିଓ ନ୍ୟୁଜ୍ ଜରିଆରେ ବ୍ୟବହାରକାରୀମାନେ ତାଜା ଖବର, ଲାଇଭ ଟିଭି, ଭିଡିଓ, ପତ୍ରିକା, ସମ୍ବାଦପତ୍ର ଏବଂ ଆହୁରି ଅନେକ କିଛି ପାଇପାରିବେ ।

ଜିଓ ନ୍ୟୁଜ୍ ନିଜ ବ୍ୟବହାରକାରୀମାନଙ୍କୁ ୧୨ରୁ ଅଧିକ ଭାରତୀୟ ଭାଷାରୁ ପ୍ରାଥମିକତା ଚୟନ କରି ତାହାକୁ ପଢ଼ିବାର ନିଜସ୍ବ ଅନୁଭବ ପ୍ରଦାନ କରିବାର ସଠିକ୍ କ୍ଷମତା ପ୍ରଦାନ କରୁଛି  । ପ୍ରତିଟି କ୍ଷଣ ତାଜା ଖବର (ବ୍ରେକିଂ ନିଉଜ) ସହିତ , ୧୫୦ରୁ ଅଧିକ ଲାଇଭ ଚ୍ୟାନେଲ, ୮୦୦ରୁ ଅଧିକ ପତ୍ରିକା, ୨୫୦ରୁ ଅଧିକ ସମ୍ବାଦପତ୍ର, ଲୋକପ୍ରିୟ ବ୍ଲଗ ଓ ଭାରତ ଏବଂ ଦୁନିଆ ସାରାର ଖବର ୱେବସାଇଟ୍ ଜିଓ ନ୍ୟୁଜ୍ ରେ ଉପଲବ୍ଧ ହେବ ଏବଂ ଖୁବଶୀଘ୍ର ବହୁତ ଭଲ ବିଷୟବସ୍ତୁ (କନଟେଂଟ) ପ୍ରଦାନ କରାଯିବ । ବ୍ୟବହାରକାରୀମାନେ ରାଜନୀତି, ଖେଳ ମନୋରଂଜନ, ବ୍ୟବସାୟ, ଉଦ୍ୟୋଗ, ଜୀବନଶେଳୀ, ଫେସନ, କ୍ୟାରିଅର, ସ୍ବାସ୍ଥ୍ୟ, ଜ୍ୟୋତିଷ, ଆର୍ଥିକ ଏବଂ ଅନ୍ୟାନ୍ୟ କ୍ଷେତ୍ରରୁ ନିଜ ପସନ୍ଦର କ୍ଷେତ୍ର ଚୟନ କରି ହୋମ ପେଜକୁ ସମ୍ପୂର୍ଣ୍ଣ ରୂପେ ନିଜକୁ ସୁହାଇବା ଭଳି କରିପାରିବେ  । ଏଆଇ ଓ ଏମଏଲ ପ୍ରଯୁକ୍ତି ସହିତ ସମନ୍ବିତ କରାଯିବା ସହିତ ଜିଓ ନିଉଜ ହଜାର ହଜାର ଉତ୍ସକୁ ଖୋଜି ନିଜ ବ୍ୟବହାରକାରୀଙ୍କ ଉପଯୋଗ ଲାଗି ସବୁଠୁ ଉପଯୋଗୀ ବିଷୟବସ୍ତୁ ପ୍ରସ୍ତୁତ କରୁଛି  ।

ଜିଓ ନିଉଜ ହେଉଛି ଜିଓ ଏକ୍ସପ୍ରେସ ନିଉଜ, ଜିଓମ୍ୟାଗସ, ଏବଂ ଜିଓ ନିଉଜପେପର୍ସର ଏକ ସମ୍ମିଳିତ ଉପସ୍ଥାପନା ଯାହା ସହିତ ଏବେ ଲାଇଭ ଟିଭି ଏବଂ ଭିଡିଓର ଅତିରିକ୍ତ ଉପସ୍ଥାପନ ରହିଛି । ଏହି ଆପ୍ ଗୁଡ଼ିକର ସମସ୍ତ ବ୍ୟବହାରକାରୀମାନଙ୍କୁ ଜିଓ ନିଉଜକୁ ସ୍ଥାନାନ୍ତରିତ କରାଯିବ ଏବଂ ସେମାନେ ଜିଓ ନିଉଜ ସହିତ କନଟେଂଟର ବ୍ୟବହାର ଜାରି ରଖିପାରିବେ । ଜିଓ ବ୍ୟବହାରକାରୀଙ୍କ ପାଇଁ ଜିଓ ନିଉଜ ଆପର ସମସ୍ତ ସୁବିଧାକୁ ହାସଲ କରିବାର ପ୍ରାଥମିକତା ରହିବ । ଅଣ ଜିଓ ଗ୍ରାହକମାନେ ପରୀକ୍ଷଣ ସମୟରେ କେବଳ ଲଗ ଇନ କରି ଆପର ସମସ୍ତ ସୁବିଧା ଏବଂ ବେଶିଷ୍ଟ୍ୟର ବ୍ୟବହାର କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.