Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିଲାଏନ୍ସ ଜିଓ ଲଞ୍ଚ୍ କଲା ନୂଆ ଆପ୍ ‘JioMeet’ : ଏକକାଳୀନ ୧୦୦ ଲୋକଙ୍କୁ ନେଇ ଭିଡିଓରେ କନଫ୍ରେମ୍ସିଙ୍ଗ୍

3/07/2020 at 2:49 PM

ନୂଆଦିଲ୍ଲୀ ୦୩/୦୭ : ଭାରତରେ ଚାଇନିଜ ଆପ ଉପରେ ପ୍ରତିବନ୍ଧକ ଲାଗିବା ପରେ ଦେଶୀ ଆପର ଚାହିଦା ବୃଦ୍ଧି ପାଇଛି | ବର୍ତ୍ତମାନ ୟୁଜର୍ସଙ୍କ ଆବଶ୍ୟକତା ଓ ଚାହିଦାକୁ ଦୃଷ୍ଟିରେ ରଖି ଯିଏ ପ୍ଲାଟଫର୍ମ ଗୁରୁବାର ଦିନ ଭିଡିଓ କନଫରେନସିଂ ଆପ JioMeet ଲଞ୍ଚ କରିଛି | ଗୁଗଲ ପ୍ଲେ ଷ୍ଟୋର ଓ ଆପଲ ଆପ ଷ୍ଟୋର ସହିତ ଏହି ଆପକୁ ଡେସ୍କଟପ ୟୁଜର୍ସଙ୍କ ପାଇଁ ମଧ୍ୟ ଲଞ୍ଚ କରାଯାଇଛି | JioMeet ଏଚଡ଼ି ଭିଡିଓ କନଫରେନସିଂ ଆପ ଜରିଆରେ ଥରକେ ୧୦୦ ଲୋକଙ୍କୁ ସଂଯୋଗ କରିପାରିବ | JioMeet ଆପକୁ ଏହିଭଳି ସମୟରେ ଲଞ୍ଚ କରାଯାଇଛି ଯେତେବେଳେ ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ହେବାକୁ ଦେଶର ଜନତାଙ୍କୁ ପରାମର୍ଶ ଦେଇଛନ୍ତି |

JioMeet ୟୁଜର୍ସ ଏକାଥରକେ ୧୦୦ ଲୋକଙ୍କ ସହିତ ଭିଡିଓ କନଫରେନସିଂ କରିପାରିବା ସହ ଏଥିରେ ଅନଲିମିଟେଡ଼ କଲ ସର୍ଭିସ ମଧ୍ୟ ରହିଛି | ଏହି ଫ୍ରି କଲ୍ ସେବା ୨୪ ଘଣ୍ଟା ଚାଲୁ ରହିବ ବୋଲି ଜିଓ କହିଛି | ଭିଡିଓ କନଫରେନସିଂ ପାଇଁ କୌଣସି କୋଡ଼୍ ଆବଶ୍ୟକ ନାହିଁ | ଯେଉଁ ୟୁଜର୍ସ ଆପର ଡେସ୍କଟପ୍ ଭର୍ସନ୍ ସହିତ ଯୋଡ଼ିହେବେ ସେମାନେ JioMeet ଇନଭାଇଟ ଲିଙ୍କରେ କ୍ଲିକ କରି ଆପ୍ଲିକେସନ୍ ଡାଉନଲୋଡ଼୍ ନ କରି ମଧ୍ୟ ନିଜ ବ୍ରାଉଜର୍ ସାହାଯ୍ୟରେ ଯୋଡି ହୋଇପାରିବେ | ଆଣ୍ଡ୍ରଏଡ଼ ଓ ଆପଲ ଛଡା ଡେସ୍କଟପରେ କାମ କରୁଥିବା ଏହି ଆପକୁ ଗୁଗଲ କ୍ରୋମ ଓ ମୋଜିଲା ଫାୟାରଫକ୍ସ ମାଧ୍ୟମରେ ମଧ୍ୟ ଆକ୍ସେସ୍ କରିହେବ | ଏଥିରେ ମଲ୍ଟି ଡିଭାଇସ ଲଗ୍ ଇନ୍ ସପୋର୍ଟ ଦିଆଯାଇଛି ଯେଉଁଥିରେ ୫ଟି ଡିଭାଇସ୍ ଏକାଥରେ କନେକ୍ଟ କରାଯାଇପାରିବ | ଆପରେ କଲ ସମୟରେ ଆପଣ ପରସ୍ପରର ଡିଭାଇସରେ ସ୍ୱିଚ୍ କରିପାରିବେ | 

ମୋବାଇଲ ଡିଭାଇସରେ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଷ୍ଟୋରକୁ ଯାଇ JioMeet ଆପ୍ଲିକେସନ୍ ସର୍ଚ୍ଚ କରି ଡାଉନଲୋଡ଼୍ କରନ୍ତୁ | ଏହା ପ୍ରାୟ ସବୁ ଡିଭାଇସରେ କାମ କରିଥାଏ | ଏଥିରେ ସ୍କ୍ରିନ ସେୟାର, ମିଟିଂ ସିଡ୍ୟୁଲ ଭଳି କାମ ପାଇଁ ମଧ୍ୟ ଫିଚର ରହିଛି |

Reliance Jio will soon launch Jio Meet, a group video call app.

ରିଲାଏନ୍ସର ଏହି ଆପ ଗୁଗଲ ମିଟ ଓ ଜୁମକୁ ଟକ୍କର ଦେବ | ଏହି ଆପ ପ୍ରାୟ ଜୁମ ଆପ ଭଳି | ଏହାର ଏକ ବିଶେଷତ୍ୱ ହେଲା କୌଣସି ସାଧାରଣ ଭିଡିଓ କନଫରେନସିଂ ଭଳି କୋଲାବୋରେସନକୁ ଲିମିଟ କରେନାହିଁ |

   Related Posts